ମେଡିକାଲ କଲେଜରେ ଖତ ଖାଉଛି ଭେଣ୍ଟିଲେଟର, ବେଡ୍‌ଶିଟ୍ ଘୋଡ଼ାଇ ରଖିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ମେଡିକାଲ କଲେଜରେ ଖତ ଖାଉଛି ଭେଣ୍ଟିଲେଟର, ବେଡ୍‌ଶିଟ୍ ଘୋଡ଼ାଇ ରଖିଥିଲେ

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ଗୋଟେ ପଟେ ଛଟପଟ ହେଉଛନ୍ତି ରୋଗୀ। ଅନ୍ୟପଟେ ଖତ ଖାଉଛି ଭେଣ୍ଟିଲେଟର। ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଅନ୍ୟପକ୍ଷରେ ଘଟଣା ସାମ୍ନାକୁ ଆସିବା ପରେ ଆଜି ତରବରିଆ ଭାବେ ରୋଗୀଙ୍କ ବେଡ୍‌ ପାଖରେ ଭେଣ୍ଟିଲେଟର ଗୁଡ଼ିକୁ ଆଣି ରଖି ଦିଆଯାଇଛି। କିନ୍ତୁ ସେଗୁଡ଼ିକ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛନ୍ତି ନା ନାହିଁ, ଜଣାପଡ଼ିନାହିଁ।

ଗତକାଲି ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଦୀନେଶ ଶର୍ମା ଜଣେ ଗୁରୁତର ରୋଗୀଙ୍କ ପାଇଁ ଭୀମ ଭୋଇ ମେଡିକାଲ କଲେଜର ଜେନେରାଲ ଆଇସିୟୁକୁ ଯାଇଥିବା ବେଳେ ସେଠାରେ ୧୦ରୁ ଅଧିକ ଭେଣ୍ଟିଲେଟରକୁ ବେଡ୍‌ସିଟ୍‌ ଘୋଡ଼ାଯାଇ ରଖାଯାଇଥିବା ଦେଖିବାକୁ ପାଇଥିଲେ। ସେହିଭଳି ଜେନେରାଲ ଆଇସିୟୁରେ ୧୬ଟି ବେଡ୍ ପଡ଼ିଥିବା ବେଳେ କୌଣସି ବେଡ୍ ପାଖରେ ଭେଣ୍ଟିଲେଟର ରଖାଯାଇ ନଥିଲା। ସେଠାରେ ଉପସ୍ଥିତ ନର୍ସଙ୍କୁ ପଚରାପଚରି କଲା ପରେ ସେ ଜାଣିବାକୁ ପାଇଥିଲେ ଯେ ଷ୍ଟାଫ୍ ନଥିବା ଯୋଗୁ ଭେଣ୍ଟିଲେଟର ଗୁଡ଼ିକୁ କାମରେ ଲଗାଯାଇପାରୁନି। ପୁଣି କିଛି ଭେଣ୍ଟିଲେଟର ଖରାପ ହୋଇପଡ଼ିଥିବା ବେଳେ ସେଗୁଡ଼ିକୁ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଛି।

ଦୟାନିଧି ସାହୁ (ଜଣେ ରୋଗୀଙ୍କ ସଂପର୍କୀୟ) କହିଛନ୍ତି, ଆଗରୁ ଏଠାରେ ଭେଣ୍ଟିଲେଟର ନଥିଲା। ଆଜି ଆଣି ରଖିଛନ୍ତି। କିନ୍ତୁ ଚଲାଇ ନାହାନ୍ତି।

ବଲାଙ୍ଗୀର ସାଂସଦଙ୍କ ନୋମିନୀ ଦୀନେଶ ଶର୍ମା କହିଛନ୍ତି ଯେ ସେ ଗତକାଲି ଜଣେ ଗୁରୁତର ରୋଗୀଙ୍କ ପାଇଁ ଜେନେରାଲ ଆଇସିୟୁକୁ ଯାଇଥିବା ବେଳେ ଭେଣ୍ଟିଲେଟର ଗୁଡ଼ିକୁ ବେଡ୍‌ଶିଟ୍‌ ଘୋଡ଼ା ଯାଇ ରଖାଯାଇଥିବା ଦେଖିଥିଲେ। ଆଜି ସେଗୁଡ଼ିକୁ ଆଣି କେବଳ ରୋଗୀଙ୍କ ପାଖରେ ରଖି ଦେଇଛନ୍ତି। କିନ୍ତୁ ସେଗୁଡ଼ିକ ଚାଲୁନାହିଁ। ଭେଣ୍ଟିଲେଟର ଥାଇ ସୁଦ୍ଧା ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉ ନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ହେଉଛି।

ଅନ୍ୟପକ୍ଷରେ ବଲାଙ୍ଗିର ସିଡିଏମ୍‌ଓ ଡାକ୍ତର ଭୀମ ସାହୁ କହିଛନ୍ତି ଯେ କ’ଣ ଘଟିଛି ସେ କିଛି ଜାଣି ନାହାନ୍ତି। କିନ୍ତୁ ସେ ଘଟଣା ସଂପର୍କରେ ଅନୁଧ୍ୟାନ କରିବେ।

The post ମେଡିକାଲ କଲେଜରେ ଖତ ଖାଉଛି ଭେଣ୍ଟିଲେଟର, ବେଡ୍‌ଶିଟ୍ ଘୋଡ଼ାଇ ରଖିଥିଲେ appeared first on Odisha Reporter.



from Odisha Reporter https://ift.tt/3hPHR7s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages