ଆଗକୁ ଏକାଠି ରହିବେନି ଜୟଲଳିତାଙ୍କ ଦୁଇ ଅନୁଗତ ! ଦଳରେ ବିଦ୍ରୋହର ସଙ୍କେତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

ଆଗକୁ ଏକାଠି ରହିବେନି ଜୟଲଳିତାଙ୍କ ଦୁଇ ଅନୁଗତ ! ଦଳରେ ବିଦ୍ରୋହର ସଙ୍କେତ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ପୁଣି ଥରେ ଏଆଇଏମଡିଏମକେରେ ଦୁଇ କ୍ଷମତାକେନ୍ଦ୍ର ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ପଲ୍ଲାନିସ୍ୱାମୀ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ ହେବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ଉପନନେତା ହେବାକୁ ଦଳ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ଆଗାମୀ ଦିନରେ ଦଳରେ କନ୍ଦଳ ଆହୁରି ତେଜିବ ବୋଲି ସମ୍ଭାବନା ରହିଛି। କାରଣ ପନ୍ନିରସଲଭମ ବିରୋଧୀ ଦଳର ନେତା ହେବାକୁ ଇଚ୍ଛା ପ୍ରକାଶ ରଖିଥିଲେ।

ସୋମବାର ଦଳୀୟ ବିଧାୟକଙ୍କ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ନେତା ପଦ ପାଇଁ ଇପିଏସ ବା ପାଲାନିସ୍ୱାମୀଙ୍କୁ ୬୬ ବିଧାୟକଙ୍କ ମଧ୍ୟରୁ ୬୧ ଜଣ ବିଧାୟକ ସମର୍ଥନ କରିଥିଲେ। ଏହାପରେ ଓପିଏସ ଗୋଷ୍ଠୀ ବିଧାୟକଙ୍କ ମତକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି। ଦଳର ବିଧାୟକମାନେ କିନ୍ତୁ ଉପନେତା ପଦ ପନ୍ନିରସେଲଭମଙ୍କୁ ଦିଆଯାଉ ବୋଲି ବୈଠକରେ ମତ ରଖିଥିଲେ। ଯାହାକୁ ଓପିଏସ ଗୋଡରେ ଆଢ଼େଇ ଦେଇଛନ୍ତି।

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ବିରୋଧୀ ଦଳର ନେତା ପଦ ପାଇଁ ଓପିଏସ୍ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ପି ଧାନାପାଲଙ୍କ ନାମକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ବୈଠକ ଆରମ୍ଭ ହେବା ପୂର୍ବରୁ ପାର୍ଟି ଅଫିସରୁ ପଳାଇ ଯାଇଥିଲେ ଓପିଏସ।

ସୂଚନାଯୋଗ୍ୟ, ଜୟଲଳିତାଙ୍କ ଦେହାନ୍ତ ପରେ ଏହି ଦୁଇ ଅନୁଗତ ମଧ୍ୟରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଆସନ ପାଇଁ ଓପିଏସ ଓ ଇପିଏସ ଜିଦ୍ ଧରି ବସିବା ପରେ ଦଳ ଦୁଇଫାଳ ହୋଇଯିବ ବୋଲି କୁହାଯାଉଥିଲା। କିନ୍ତୁ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ବିଜେପିର ହସ୍ତକ୍ଷେପ ପରେ ଉଭୟ ଏକାଠି ହୋଇଥିଲେ। ଏବେ କିନ୍ତୁ ପନ୍ନିରସେଲଭମ ଓ ପଲ୍ଲାନିସ୍ୱାମୀ ମୁହାଁମୁହିଁ ହୋଇଥିବାରୁ ଆଗକୁ ଦଳରେ ଫାଟ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।

ପୁଣି ଜୟଲଳିତାଙ୍କ ଦୁଇ ଅନୁଗତ ମଧ୍ୟରେ ତେଜିଲା କଳି

The post ଆଗକୁ ଏକାଠି ରହିବେନି ଜୟଲଳିତାଙ୍କ ଦୁଇ ଅନୁଗତ ! ଦଳରେ ବିଦ୍ରୋହର ସଙ୍କେତ appeared first on Odisha Reporter.



from Odisha Reporter https://ift.tt/3tEhR1n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages