ନୂଆଦିଲ୍ଲୀ: ଫେଲ ମାରିଛି ବିଜେପିର ବେଙ୍ଗଲ ଦଖଲ ଅଭିଯାନ। ନିର୍ବାଚନ ବେଳେ ଘନଘନ ପ୍ରଚାର କରି ବେଙ୍ଗଲରେ ଦଳ ୨୦୦ରୁ ଅଧିକ ଆସନ ଜିତି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଥିଲା। ହେଲେ ବେଙ୍ଗଲବାସୀ ବିଜେପିକୁ ମାତ୍ର ୭୭ ଆସନରେ ଅଟକାଇ ଦେଇଛନ୍ତି। ଦଳର ବହୁ ହେଭିୱେଟଙ୍କୁ ପରାସ୍ତ ହେବାକୁ ପଡ଼ିଛି। ଦଳ ପକ୍ଷରୁ ୫ ସାଂସଦଙ୍କୁ ବେଙ୍ଗଲ ବିଧାନସଭାରେ ପ୍ରାର୍ଥୀ କରାଯାଇଥିଲା।
ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ଜିତିବାକୁ ସକ୍ଷମ ହୋଇଛନ୍ତି। ଚର୍ଚ୍ଚିତ ସାଂସଦ ବାବୁଲ ସୁପ୍ରିଓ ଟଲିଗଞ୍ଜ ଆସନରେ ଚିତପଟାଙ୍ଗ ମାରିଛନ୍ତି। ସେହିପରି ଟିଏମସିରୁ ଆସି ବିଜେପିରେ ପ୍ରାର୍ଥୀ ହୋଇଥିବା ଅଧିକାଂଶ ନେତାଙ୍କୁ ବେଙ୍ଗଲବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।
୨୯୪ ଆସନ ବିଶିଷ୍ଟ ବେଙ୍ଗଲ ବିଧାନସଭାର ୨୯୨ଟି ସ୍ଥାନରେ ଭୋଟ ହୋଇଥିଲା। ଗତକାଲି ବିଳମ୍ବିତ ରାତି ଯାଏ ଚାଲିଥିବା ଭୋଟ ଗଣତି ପରେ ଫଳାଫଳ ସାମ୍ନାକୁ ଆସିଛି।
ବିଜେପି ୭୭ଟି ଆସନରେ ଜିତିଥିବା ବେଳେ କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ୨୧୩ଟି ସିଟ୍ରେ ବାଜିମାତ କରିଛି। ୨୦୨୬ରେ ଟିଏମସି ୨୧୧ଟି ଆସନରେ ଜିତିଥିଲା। ହେଲେ ଏଥର ଏହାଠାରୁ ଅଧିକ ୨ଟି ଆସନରେ ଦଳ ବିଜୟୀ ହୋଇଛି। ବିଜେପି ୨୦୧୬ରେ ମାତ୍ର ୩ଟି ଆସନରେ ସୀମିତ ଥିଲା। ଏଥର ଦଳ ସାମାନ୍ୟ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଦଳ ଯେଉଁଭଳି ମାରଥନ ପ୍ରଚାର କରୁଥିଲା ଓ ସବୁ କଳବଳ କୌଶଳ ଆପଣାଇଥିଲା, ତା’କୁ ଦେଖିଲେ ବିଜେପିକୁ ବେଙ୍ଗଲ ରେଜଲ୍ଟ ଶକ୍ତ ଝଟକା ଦେଇଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବେଙ୍ଗଲରେ ଦୀର୍ଘ ୩୪ ବର୍ଷ ଧରି ଶାସନ କରିଥିବା ବାମଦଳ ଚଳିତ ନିର୍ବାଚନରେ ଗୋଟିଏ ହେଲେ ବି ଆସନରେ ଜିତିପାରିନି। କଂଗ୍ରେସ ମଧ୍ୟ ସମଦଶା ଭୋଗିଛି। ଅନ୍ୟାନ୍ୟ ଦଳ ୨ଟି ଆସନରେ ଜିତିଛନ୍ତି।
The post ୨୦୦ ଆସନ ଜିତିବ ବୋଲି ଦମ୍ଭୋକ୍ତି କରିଥିଲା, ହେଲେ ମାତ୍ର ୭୭ରେ ଅଟକିଲା ବିଜେପି appeared first on Odisha Reporter.
from Odisha Reporter https://ift.tt/3eH9Bbe
No comments:
Post a Comment