ମମତାଙ୍କ ହୃଦସ୍ପନ୍ଦନ ବଢ଼ାଇଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

ମମତାଙ୍କ ହୃଦସ୍ପନ୍ଦନ ବଢ଼ାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନ୍ ଆଖିର ସମସ୍ତେ ସମାନ। ଯିଏ ଆଇନକୁ ହାତକୁ ନେବେ ସିଏ ଦଣ୍ଡିତ ହୋଇପାରିବ। ମଙ୍ଗଳବାର ସୁପ୍ରିମକୋର୍ଟ ସିବିଆଇର ଏକ ଆବେଦନ ଉପରେ ବିଚାର କରି ଏହା କହିଛନ୍ତି। ଯାହାକି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ହୃଦସ୍ପନ୍ଦନ ବଢ଼ାଇଛି। ସୁପ୍ରିମକୋର୍ଟ କହିଛନ୍ତି ମମତା ହୁଅନ୍ତୁ ଅବା ସାଧାରଣ ଲୋକ ଯିଏ ଆଇନ୍ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସିବିଆଇ ଯଦି ଚାହିଁବ ମମତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏଥିପାଇଁ ସିବିଆଇ ପାଖରେ ସମସ୍ତ ପ୍ରକାର କ୍ଷମତା ରହିଛି।

ସିବିଆଇ ଗତକାଲି ସୁପ୍ରିମକୋର୍ଟରେ କହିଛି, ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗତ ସପ୍ତାହରେ ଚାରି ଜଣଙ୍କୁ ସିବିଆଇ ଗିରଫ କରିଥିଲା। ଏଥିରୁ ତିନି ଜଣ ଟିଏମସି ନେତା। ଗିରଫ ପରେ ମମତା ବାନାର୍ଜୀ ଏବଂ ତାଙ୍କ ସମର୍ଥକ ସିବିଆଇ ଅଫିସକୁ ଘେରିବା ସହିତ ଟେକା ପଥର ଫିଙ୍ଗିଥିଲେ। ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ମମତା ହୁଅନ୍ତୁ ଅବା ସାଧାରଣ ଲୋକ ଯିଏ ଆଇନ୍ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସିବିଆଇ କହିଛି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମେ ୧୭ରେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତରେ ଚାପ ପ୍ରୟୋଗ କରିବା ସହିତ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏମିତିକି ଜଣେ ମୁଖ୍ୟମନ୍ତ୍ରୀ ହୋଇ ସିବିଆଇକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ନିଜ ସମର୍ଥକଙ୍କ ଦ୍ୱାରା ଟେକା ପଥର ମାଡ଼ି କରି ତଦନ୍ତ ବାଧାପ୍ରାପ୍ତ କରାଯାଇଛି ବୋଲି ସିବିଆଇ କହିଛି। ଏଭଳି କରି ମମତା ଏବଂ ତାଙ୍କ ସମର୍ଥକମାନେ ସିବିଆଇ ଅଫିସ ଆଗରେ ଆତଙ୍କରାଜ କରିବାକୁ ଚେଷ୍ଟା କରିଥିଲେ।

ବିଚାରପତି ଜଷ୍ଟିସ ବିନିତ ସରନ ଏବଂ ଜଷ୍ଟିସ ବି.ଆର. ସିବିଆଇର ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କହିଛନ୍ତି ଯେ ସିବିଆଇ କାର୍ଯ୍ୟାଳୟ ଅବରୋଧରେ ସେ ମୁଖ୍ୟମନ୍ତ୍ରୀ ତଥା ଆଇନ ମନ୍ତ୍ରୀଙ୍କ ଆଚରଣକୁ ଅନୁମୋଦନ କିମ୍ବା ଅନୁମତି ଦେଉ ନାହାଁନ୍ତି। ଏହି ପରିସ୍ଥିତିର ମୁକାବିଲା ପାଇଁ ସମ୍ବିଧାନରେ ପର୍ଯ୍ୟାପ୍ତ ପଦକ୍ଷେପ ରହିଛି ବୋଲି ବେଞ୍ଚ କହିଛନ୍ତି। କୋର୍ଟ ସରକାର କିମ୍ବା ସିବିଆଇକୁ ପରାମର୍ଶ ଦେବା ପାଇଁ ଏଠାରେ ନାହାନ୍ତି ବୋଲି ବେଞ୍ଚ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଯେଉଁମାନେ ଆଇନକୁ ନିଜ ହାତକୁ ନେବେ ସେମାନଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏପରି ବୈଠକକୁ ବେଞ୍ଚ ପ୍ରଶଂସା କରୁନାହିଁ। ବେଞ୍ଚ କହିଛନ୍ତି ଯେ ଆମେ ନାଗରିକଙ୍କ ସ୍ୱାଧୀନତାକୁ ରାଜନେତାଙ୍କ କୌଣସି ବେଆଇନ କାର୍ଯ୍ୟ ସହିତ ଯୋଡିବାକୁ ପସନ୍ଦ କରୁନାହୁଁ।

The post ମମତାଙ୍କ ହୃଦସ୍ପନ୍ଦନ ବଢ଼ାଇଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3fNmOQq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages