‘କେଉଁ ଆଟେଣ୍ଡାଣ୍ଟଙ୍କୁ ୱାର୍ଡକୁ ଛଡ଼ା ଯିବ, ଡାକ୍ତର ସ୍ଥିର କରିବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

‘କେଉଁ ଆଟେଣ୍ଡାଣ୍ଟଙ୍କୁ ୱାର୍ଡକୁ ଛଡ଼ା ଯିବ, ଡାକ୍ତର ସ୍ଥିର କରିବେ’

କଟକ (ଓଡ଼ିଶା ରିପୋର୍ଟର): ଯେଉଁ କୋଭିଡ ଆକ୍ରାନ୍ତଙ୍କ ପାଇଁ ଆଟେଣ୍ଡାଣ୍ଟ ଦରକାର ସେମାନଙ୍କୁ ୱାର୍ଡ ଭିତରକୁ ଛଡ଼ାଯିବ। ସମସ୍ତ ଆଟେଣ୍ଡାଣ୍ଟଙ୍କୁ ୱାର୍ଡ ଭିତରକୁ ଛଡ଼ା ଯିବ ନାହିଁ। ସେହିଭଳି କେଉଁ ଆଟେଣ୍ଡାଣ୍ଟ ୱାର୍ଡ ଭିତରକୁ ଯିବେ, ତାହା ଡାକ୍ତର ସ୍ଥିର କରିବେ ବୋଲି ଆଜି କଟକ ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସ୍ପଷ୍ଟ କରି ଦେଇଛନ୍ତି।

ଆଟେଣ୍ଡାଣ୍ଟ ମାନଙ୍କୁ ୱାର୍ଡ ଭିତରକୁ ନଛଡ଼ା ଯିବାକୁ ନେଇ ଆଜି ସକାଳେ ଏସ୍‌ସିବି କୋଭିଡ ହସପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ରୋଗୀଙ୍କ ସଂପର୍କୀୟମାନେ ହୋହଲ୍ଲା କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ପୂର୍ବରୁ ୱାର୍ଡ ଭିତରକୁ ଯିବାକୁ ସେମାନଙ୍କୁ ଅନୁମତି ମିଳୁଥିଲା। କିନ୍ତୁ ଆଜି ହଠାତ୍ ଏହାକୁ ବନ୍ଦ କରି ଦିଆଯାଇଥିଲା। ପୂର୍ବରୁ ନ ଜଣାଇ ହଠାତ ଏମିତି ସେମାନଙ୍କୁ ୱାର୍ଡ ଭିତରକୁ ନଛଡ଼ା ଯିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ଏସସିବି ପରିସରରେ ଥିବା ଏହି କୋଭିଡ୍ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଆସୁଛି। ଗତକାଲି ରାତି ୮ଟାରୁ ୧୨ଟା ଭିତରେ ପ୍ରାୟ ୫ ଥର ଏଠାରେ ଲାଇନ୍ କଟିଥିଲା। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ରୋଗୀ। ଏହି କୋଭିଡ୍ ମେଡିକାଲରେ ଶହେ ଶଯ୍ୟା ବିଶିଷ୍ଟ ଆଇସିୟୁ ବେଡ୍ ରହିଥିବା ବେଳେ କିଛି ଗୁରୁତର ରୋଗୀମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତେଣୁ ଏମିତି ବାରମ୍ବାର ବିଦ୍ୟୁତ କାଟ ହେବା ଘଟଣାକୁ ନେଇ ରୋଗୀଙ୍କ ସଂପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

The post ‘କେଉଁ ଆଟେଣ୍ଡାଣ୍ଟଙ୍କୁ ୱାର୍ଡକୁ ଛଡ଼ା ଯିବ, ଡାକ୍ତର ସ୍ଥିର କରିବେ’ appeared first on Odisha Reporter.



from Odisha Reporter https://ift.tt/3hsYMfZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages