ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଧିରେ ଧିରେ ଥମୁଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଦ୍ରୁତ ଗତିରେ କମିବା ଆରମ୍ଭ ହୋଇଯାଇଛି । ତେବେ ଦେଶରେ ମୃତ୍ୟୁ ସଂଖ୍ୟା ଏବେବି ଚିନ୍ତାଜନକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୨,୪୦,୮୪୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ସେହିପରି କିଛି ଦିନର ବ୍ୟବଧାନ ପରେ କରୋନା ମୃତ୍ୟୁ ୪ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୭୪୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ ଦର୍ଶାଯାଇଛି ।
କରୋନାର ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨,୬୫,୩୦,୧୩୨ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନାର ଆକ୍ଟିଭ୍ ମାମଲାରେ ୧.୧୮ ଲକ୍ଷ ହ୍ରାସ ପାଇଛି ଏବଂ ଏବେ ଦେଶରେ ୨୮,୦୫,୩୯୯ ଆକ୍ଟିଭ୍ ମାମଲା ରହିଛି। ଗତ ୧୫ ଦିନ ତଳେ ଦେଶରେ ଆକ୍ଟିଭ୍ ମାମଲା ୩୮ଲକ୍ଷରୁ ଉପରେ ଥିଲା।
ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୩.୫୫ ଲକ୍ଷ ଲୋକେ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ୨,୩୪,୨୫,୪୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଦେଶରେ କରୋନା ଭାଇରସର ରିକଭରୀ ହାର ୮୮.୩୦ ପ୍ରତିଶତ ହୋଇଛି ।
ଗତ ୨୪ ଘଣ୍ଟାର ମୃତ୍ୟୁକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ କରୋନାରୋ ୨,୯୯,୨୬୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ କରୋନା ଭାଇରସ ମୃତ୍ୟୁ ହାର ୧.୧୩ ପ୍ରତିଶତ ହୋଇଛି । ୧୫ ଦିନ ତଳେ ଏହି ହାର ୧.୦୯ ପ୍ରତିଶତ ଥିଲା, କିନ୍ତୁ ଦେଶରେ ଯେଉଁ ଭଳି ଭାବରୋ କରୋନା ସଂକ୍ରମଣ ଲଗାତର କମୁଛି ଏବଂ ଯେଉଁ ଦ୍ରୁତ ଗତିରେ ଲୋକେ ସୁସ୍ଥ ହେଉଛନ୍ତି, ସେହି ଅନୁସାରେ ମୃତ୍ୟୁରେ ବ୍ରେକ୍ ଲାଗୁ ନାହିଁ । ମୃତ୍ୟୁ ଦର ଘଟିବା ବଦଳରେ ବଢ଼ିବାରେ ଲାଗିଛି ।
କରୋନା ବିରୋଧରେ ଚାଲିଥିବା ଲଢ଼େଇ ମଧ୍ୟରେ ଟିକାକରଣ ଜାରି ରହିଛି ଏବଂ ଦେଶରେ ଏପର୍ଯ୍ୟନ୍ତ ୧୯.୫୦ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ତେବେ କିଛି ଦିନ ହେବ ଟିକାକରଣରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୧୬.୦୪ ଲକ୍ଷ ଲୋକଙ୍କୁ ଟିକା ଲଗାଯାଇଛି । ଦେଶରେ ଏପର୍ଯ୍ୟନ୍ତ ୪.୩୦ କୋଟି ଲୋକଙ୍କୁ ହିଁ ଦୁଇଟି ଯାକ ଡୋଜ୍ ଦିଆଯାଇଥିବା ବେଳେ ୧୫.୨୦ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ମିଳିଛି ।
The post ୪ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା, ପୁଣି କମିଲା ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/3fKgf1g
No comments:
Post a Comment