ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତ୍ଵ ପ୍ରଦାନ ପାଇଁ ଗୃହ ମନ୍ତ୍ରାଳୟ ଜାରି କଲା ବିଜ୍ଞପ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 28, 2021

ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତ୍ଵ ପ୍ରଦାନ ପାଇଁ ଗୃହ ମନ୍ତ୍ରାଳୟ ଜାରି କଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ନିୟମ ଅନୁଯାୟୀ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପାଇଁ ଶୁକ୍ରବାର ଗୃହ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରିଛି। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ ମୁସଲିମ ଶରଣାର୍ଥୀ ହିଁ ଭାରତରେ ନାଗରିକତା ପାଇଁ ଆବେଦନ କରିପାରିବେ। ଯେଉଁମାନେ କି ଗୁଜରାଟ, ରାଜସ୍ଥାନ, ଛତିଶଗଡ, ହରିଆଣା ଏବଂ ପଞ୍ଜାବର ୧୩ଟି ଜିଲ୍ଲାରେ ରହୁଛନ୍ତି। ଗୃହ ମନ୍ତ୍ରାଳୟ ଅଧିନିୟମ ୧୯୯୫ ଏବଂ ସଂଶୋଧିତ ଅଧିନିୟମ ୨୦୦୯ ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଅନ୍ ଲାଇନ ରହିଛି।

୨୦୧୯ରେ କେନ୍ଦ୍ର ସରକାର ଏହି ସିଏଏ ଆଣିଥିଲେ। ଅଣ ବିଜେପି ଶାସିତ ରାଜ୍ୟରେ ଏହି ନିୟମକୁ ବିରୋଧ କରାଯାଇଥିଲା। ଯଦିଓ ଏପର୍ଯ୍ୟନ୍ତ ନିୟମ ସ୍ଥିର ହୋଇନାହିଁ ତଥାପି କେନ୍ଦ୍ର ସରକାର ମେ ୨୮ରେ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ନିକଟରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ସିଏଏ ଲାଗୁ ହେବ।

ଗୃହ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ସିଏଏ-୧୯୯୫ର ଧାରା ୧୬ରେ ଦିଆଯାଇଥିବା ଅଧିକାରକୁ ବ୍ୟବହାର କରି କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭାରତୀୟ ନାଗରିକ ଭାବରେ ଗ୍ରହଣ କରିଛନ୍ତି।

ଗୃହ ମନ୍ତ୍ରଣାଳୟ କହିଛି ଯେ ଶରଣାର୍ଥୀଙ୍କ ଆବେଦନକୁ ରାଜ୍ୟ ସଚିବ କିମ୍ବା ଜିଲ୍ଲାପାଳ ଯାଞ୍ଚ କରିପାରିବେ। ଏଥିପାଇଁ ଏକ ଅନଲାଇନ୍ ପୋର୍ଟାଲ୍ ରହିବ। ଏହା ବ୍ୟତୀତ ଜିଲ୍ଲାପାଳ କିମ୍ବା ରାଜ୍ୟ ଗୃହ ସଚିବ କେନ୍ଦ୍ରର ନିୟମ ଅନୁଯାୟୀ ଏକ ଅନଲାଇନ୍ ଏବଂ ଲିଖିତ ରେଜିଷ୍ଟର ତିଆରି କରିବେ। ଯେଉଁଥିରେ ଶରଣାର୍ଥୀଙ୍କୁ ଭାରତର ନାଗରିକ ଭାବରେ ପଞ୍ଜୀକରଣ ବିଷୟରେ ସୂଚନା ରହିବ। ଏହାର ଏକ ନକଲ ସାତ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ପଡ଼ିବ।

୨୦୧୯ରେ କେନ୍ଦ୍ରର ମୋଦି ସରକାର ଏହି ସିଏଏ ଆଣିଥିଲେ। ସେତେବେଳେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଥିଲା। ଏହି ବିରୋଧ ରାଜଧାନୀ ଦିଲ୍ଲୀରେ ଅଧିକ ଦେଖିବାକୁ ମିଳିଥିଲା। ୨୦୨୦ରେ ଏହାକୁ ନେଇ ଦିଲ୍ଲୀରେ ଦଙ୍ଗା ମଧ୍ୟ ହୋଇଥିଲା। ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ବର୍ଗର ଲୋକେ ପାକିସ୍ଥାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ନିର୍ଯାତନାର ଶିକାର ହୋଇ ଦୀର୍ଘ ଦିନ ହେବ ଭାରତରେ ରହୁଛନ୍ତି। ସେମାନଙ୍କୁ ସିଏଏ ଜରିଆରେ କେନ୍ଦ୍ର ନାଗରିକତ୍ୱ ଦେବ ବୋଲି କହିଛି।

The post ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତ୍ଵ ପ୍ରଦାନ ପାଇଁ ଗୃହ ମନ୍ତ୍ରାଳୟ ଜାରି କଲା ବିଜ୍ଞପ୍ତି appeared first on Odisha Reporter.



from Odisha Reporter https://ift.tt/3fs0r45

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages