୨୭ ବର୍ଷୀୟ ଜିମ୍‌ ଟ୍ରେନରଙ୍କୁ ଅପହରଣ ପରେ ହତ୍ୟା: ପୁଲିସର ଲାଠିଚାର୍ଜ ଓ ଗୁଳି ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

୨୭ ବର୍ଷୀୟ ଜିମ୍‌ ଟ୍ରେନରଙ୍କୁ ଅପହରଣ ପରେ ହତ୍ୟା: ପୁଲିସର ଲାଠିଚାର୍ଜ ଓ ଗୁଳି ମାଡ଼

ଚଣ୍ଡିଗଡ଼: ଜଣେ ୨୭ ବର୍ଷୀୟ ଜିମ୍‌ ଟ୍ରେନରଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣାକୁ ନେଇ ହରିଆଣାର ନୁହ ଜିଲ୍ଲା ଅଶାନ୍ତ ହୋଇ ଉଠିଛି। ରବିବାର ଠାରୁ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଏବେ ଉଗ୍ର ରୂପ ଧାରଣ କରିଛି। ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କ ଉପରେ ପୁଲିସ୍‌ ଲାଠି ମାଡ଼ କରିବା ସହ ଫାଙ୍କା ଗୁଳି ଚଳନା ମଧ୍ୟ କରିଛି। ସେହିପରି ଯୁବକଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିବା ଶତାଧିକ ଲୋକ ମଧ୍ୟ ପୁଲିସ୍‌ ଉପରକୁ ପଥର ମାଡ଼ କରିଛନ୍ତି।

ରବିବାର ଖେଡା ଖାଲିପୁର ଅଞ୍ଚଳର ଅସିଫ ହୁସେନ ତାଙ୍କର ଦୁଇ ସମ୍ପର୍କୀୟଙ୍କ ସହ ମେଡିସିନ ଆଣିବାକୁ ଯାଇଥିଲେ। ଏହି ସମୟରେ ହିଁ ତାଙ୍କୁ କିଛି ଲୋକ ଅପହରଣ କରି ନେଇଥିଲେ। ପ୍ରଥମେ ଅସି‍ଫଙ୍କୁ କିଛି ଲୋକ ଘେରି ଯିବା ସହ ତଳେ ପକାଇ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ସେମାନେ ତାଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲେ।

ଅସିଫଙ୍କ ଦୁଇ ସମ୍ପର୍କୀୟ ପୁଲିସ୍‌ ନିକଟରେ ଏହାର ଅଭିଯୋଗ କରିଥିଲେ। ଅପହରଣର କିଛି ଘଣ୍ଟା ପରେ ତାଙ୍କର ମୃତଦେହ ମିଳିଥିଲା। ଅଭିଯୋଗ ଅନୁଯାୟୀ, ତାଙ୍କୁ ଅପହରଣ କରାଯିବା ପରେ ଗୁଳି ମାଡ଼ କରାଯାଇଥିଲା। ସେହିପରି ଅନ୍ୟ ଅସ୍ତ୍ରଶସ୍ତ୍ରରେ ବି ଆକ୍ରମଣ କରାଯାଇଛି।

ଏସ୍‌ପି ନରେନ୍ଦ୍ର ସିଂହ କହିଛନ୍ତି, ଏହି ଘଟଣାରେ କୌଣସି ହିନ୍ଦୁ-ମୁସଲିମ ବିବାଦ ନାହିଁ। ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ଏମିତି ତିକ୍ତତା ଚାଲିଥିଲା। ହେଲେ ଏହାକୁ ଗାଁର ବରିଷ୍ଠ ଲୋକମାନେ ଆପୋଷ ବୁଝାମଣା କରୁଥିଲେ। ଅସିଫଙ୍କ ହତ୍ୟା ଘଟଣାରେ ପୁଲିସ୍‌ ସେହି ଗାଁର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତା’ ସହ ଆଉ କିଛି ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି।

ଉଭୟ ଗ୍ରୁପ୍‌ ନାଁରେ ଆର୍ମସ ଆକ୍ଟରେ ମାମଲା କରାଯାଇଛି। ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ପୁଲିସ୍‌ ଆକ୍ରମଣକାରୀ ଗ୍ରୁପ୍‌ର ୬ ଜଣଙ୍କୁ ଗିରଫ କରିଥିବା ବେଳେ ଅସିଫଙ୍କ ଅନ୍ତିମ ସଂସ୍କାର ବେଳେ ପଥର ମାଡ଼ କରିଥିବା ୧୦ ଜଣଙ୍କୁ କାବୁ କରିଛି।

ଅନ୍ୟପକ୍ଷରେ ହତ୍ୟା ଘଟଣାକୁ ବିରୋଧ କରି ସୋମବାର ଶତାଧିକ ଲୋକ କୁଣ୍ଡଲି-ମାନେସର-ପଲୱାଲ ଏକ୍ସପ୍ରେସ ୱେକୁ ଅବରୋଧ କରିଥିଲେ। ପୁଲିସ୍‌ ସେମାନଙ୍କୁ ହଟାଇବା ପାଇଁ ଲାଠିଚାର୍ଜ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲା। ଆନ୍ଦୋଳନକାରୀ ମଧ୍ୟ ପଥର ମାଡ଼ କରିବାରୁ ପୁଲିସ୍‌ର ଏକାଧିକ ଗାଡ଼ି ଭାଙ୍ଗିରୁଜି ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

The post ୨୭ ବର୍ଷୀୟ ଜିମ୍‌ ଟ୍ରେନରଙ୍କୁ ଅପହରଣ ପରେ ହତ୍ୟା: ପୁଲିସର ଲାଠିଚାର୍ଜ ଓ ଗୁଳି ମାଡ଼ appeared first on Odisha Reporter.



from Odisha Reporter https://ift.tt/3tT9aAh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages