ଡାକ୍ତରଖାନାରେ ଦୁଷ୍କର୍ମର ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ଚାଲିଗଲା ମହିଳାଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 13, 2021

ଡାକ୍ତରଖାନାରେ ଦୁଷ୍କର୍ମର ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ଚାଲିଗଲା ମହିଳାଙ୍କ ଜୀବନ

ଭୋପାଳ: ଦୁଷ୍କର୍ମର ଶିକାର ହେଲେ କରୋନା ଆକ୍ରାନ୍ତ ମହିଳା। ଆଉ ଦୁଷ୍କର୍ମର ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ଚାଲିଗଲା ତାଙ୍କ ଜୀବନ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ଡାକ୍ତରଖାନରେ ଘଟିଛି ଏହି ଘଟଣା। ଡାକ୍ତରଖାନାର ଜଣେ ପୁରୁଷ ନର୍ସ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ତାକୁ ଗିରଫ କରାଯାଇଛି।

ଅଭିଯୁକ୍ତକୁ ଗିରଫ କରିବା ପରେ ଗୁରୁବାର ପୁଲିସ‌୍‍ ଏ ଘଟଣାକୁ ସାର୍ବଜନୀନ କରିଛି। ପୁଲିସର ସୂଚନା ଅନୁଯାୟୀ, ଘଟଣାଟି ଏପ୍ରିଲ ମାସର। ଉକ୍ତ ମହିଳାଙ୍କୁ ୪୩ ବର୍ଷ ହୋଇଥିଲା। ସେ ଭୋପାଳ ମେମୋରିଆ ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଏପ୍ରିଲ ୬ ତାରିଖରେ ସେ ଘଟଣା (ଦୁଷ୍କର୍ମ ହୋଇଥିବା ନେଇ) ସଂପର୍କରେ ଜଣେ ଡାକ୍ତରଙ୍କୁ କହିଥିଲେ ଓ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ। ତା’ପରେ ତାଙ୍କ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ସେହି ଦିନ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏ ଘଟଣା ନେଇ ନିଶାତପୁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଓ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଅଭିଯୁକ୍ତର ନାଁ ସନ୍ତୋଷ ଅହିରବାର (୪୦)। ତାକୁ ଭୋପାଳ ସେଣ୍ଟ୍ରାଲ ଜେଲରେ ରଖାଯାଇଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଦୁଷ୍କର୍ମର ଶିକାର ହୋଇଥିବା ଉକ୍ତ ମହିଳା ଜଣଙ୍କ ମୃତ୍ୟୁ ପୂର୍ବରୁ ପୁଲିସକୁ ଦେଇଥିବା ଦରଖାସ୍ତରେ ତାଙ୍କ ନାଁ ଗୁପ୍ତ ରଖିବାକୁ ଅନୁରୋଧ କରିଥିଲେ। ତା’ସହିତ ଘଟଣା ସଂପର୍କରେ କାହାକୁ ନ କହିବାକୁ ଅନୁରୋଧ କରିଥିଲେ। ସେଥିପାଇଁ ତଦନ୍ତକାରୀ ଟିମ ବ୍ୟତୀତ ଆଉ କାହାକୁ ଘଟଣା ସଂପର୍କରେ ସୂଚନା ଦିଆଯାଇନଥିଲା।

ସୂଚନାଯୋଗ୍ୟ, ଅଭିଯୁକ୍ତ ନାଁରେ ପୂର୍ବରୁ ଏକ ଯୌନ ଶୋଷଣ ମାମଲା ରହିଥିଲା। ସେ ଜଣେ ୨୪ ବର୍ଷୀୟ ଷ୍ଟାଫ‌୍‍ ନର୍ସଙ୍କୁ ଯୌନ ଶୋଷଣ କରିଥିଲେ। ସେହିପରି ଡାକ୍ତରଖାନରେ କାର୍ଯ୍ୟରତ ଥିବା ବେଳେ ମଦ ପିଇ ନିଲମ୍ୱିତ ମଧ୍ୟ ହୋଇଥିଲେ।

The post ଡାକ୍ତରଖାନାରେ ଦୁଷ୍କର୍ମର ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ଚାଲିଗଲା ମହିଳାଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3hoelFI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages