କୋୱିନ୍ କାର୍ଡ ନିଅନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କାର୍ଡ ଉପଯୋଗୀ ହେବ ନାହିଁ: ଗୋଲକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

କୋୱିନ୍ କାର୍ଡ ନିଅନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କାର୍ଡ ଉପଯୋଗୀ ହେବ ନାହିଁ: ଗୋଲକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “କରୋନା ଟିକା ନେବା ପରେ କୋୱିନ୍‌ର ସାର୍ଟିଫିକେଟ୍‌ଟିଏ ଦରକାର। ଏହି ସାର୍ଟିଫିକେଟ୍ ସାରା ଭାରତ ବର୍ଷରେ ବିଭିନ୍ନ କାର୍ଯ୍ୟରେ ଲାଗିବ। କିନ୍ତୁ ଆମେ ଗଞ୍ଜାମ ଓ ଆଉ କିଛି ଜାଗାରେ ଦେଖିଲୁ ମୁଖ୍ୟମନ୍ତ୍ରୀ ଫଟୋ ଥିବା କାର୍ଡ ଦିଆଯାଉଛି। ଏହି କାର୍ଡର ଆଦୌ ଉପଯୋଗୀ ହେବ ନାହିଁ। ଆମ ଦେଶର ବ୍ୟବସ୍ଥା ଅନୁଯାୟୀ ଏହି କାର୍ଡରେ କିଛି ହୋଇପାରିବ ନାହିଁ। କୋୱିନର କାର୍ଡ ହିଁ ଦେଖାଇବାକୁ ପଡ଼ିବ। ତେଣୁ ଟିକା ନେବା ପରେ କୋୱିନ୍‌ର କାର୍ଡକୁ ନିଅନ୍ତୁ।” ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କରୋନା ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ଅବସରରେ ଏହି କଥା କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ଏବେ ଓଡ଼ିଶାରେ ଯେଉଁ ସ୍ଥିତି ଦେଖା ଦେଇଛି, ତା’ ବିରୋଧରେ ଆମେ ମିଳିମିଶି ଲଢ଼େଇ କରିବା। ଏହା କାହାକୁ ଦୋଷ ଦେବାର ବେଳ ନୁହେଁ। କିନ୍ତୁ ମୁଁ ରାଜ୍ୟ ସରକାରଙ୍କୁ ଏକ ପରାମର୍ଶ ଦେବି। ଆମେ ଯେତେ ଅଧିକ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟ କରିବା ଆମେ ଏ ରୋଗ କବଳରୁ ରକ୍ଷା ପାଇବା। ଆମଠୁ କମ୍ ଜନସଂଖ୍ୟା ବିଶିଷ୍ଟ ଦିଲ୍ଲୀ ଗୋଟିଏ ଦିନରେ ପାଖାପାଖି ୭୦ ହଜାର ଟେଷ୍ଟିଂ କରୁଛି। ଛତିଶଗଡ଼ରେ ଗୋଟିଏ ଦିନରେ ପାଖାପାଖି ୬୦ ହଜାର ଟେଷ୍ଟିଂ ହେଉଛି। ଆନ୍ଧ୍ର ପ୍ରଦେଶ ଗୋଟିଏ ଦିନରେ ପାଖାପାଖି ୯୭ ହଜାର ଟେଷ୍ଟିଂ କରୁଛି। ଝାଡ଼ଖଣ୍ଡ ଭଳି ଏକ ଛୋଟ ରାଜ୍ୟ ଗୋଟିଏ ଦିନରେ ପାଖାପାଖି ୫୧ ହଜାର ଟେଷ୍ଟିଂ କରୁଛି। କେରଳରେ ପ୍ରତିଦିନ ପାଖାପାଖି ୧ଲକ୍ଷ ୩୦ ହଜାର ଟେଷ୍ଟିଂ ହେଉଛି। କିନ୍ତୁ ଓଡ଼ିଶାରେ ଦୈନିକ ହାରହାରି ଟେଷ୍ଟିଂ ୫୨ ହଜାର ରହିଛି। ଆଉ ଏହା ପର୍ଯ୍ୟାପ୍ତ ନୁହେଁ।

ସେ କହିଛନ୍ତି, ଦିଲ୍ଲୀ ଏ ଲଢ଼େଇ ଜିତି ସାରିଛି। କେରଳ ଜିତିବା ସ୍ଥିତିରେ ପହଞ୍ଚିଛି। କାରଣ ସେମାନେ ଅଧିକା ଟେଷ୍ଟିଂ କରୁଛନ୍ତି। ଯେ ପର୍ଯ୍ୟନ୍ତ ଅଧିକ ଲୋକଙ୍କର ଟେଷ୍ଟିଂ କରିବା ନାହିଁ, ସେ ପର୍ଯ୍ୟନ୍ତ ଏ ରୋଗର ମୂଳ ପାଖରେ ପହଞ୍ଚି ପାରିବା ନାହିଁ। ତେଣୁ ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ଦୈନିକ ଟେଷ୍ଟିଂ ବଢ଼ାନ୍ତୁ। ଆମଠୁ ଛୋଟ ରାଜ୍ୟମାନେ ଅଧିକ ଟେଷ୍ଟିଂ କରିପାରୁଛନ୍ତି, ଆମେ କାହିଁକି ପାରିବା ନାହିଁ।

ସେ କହିଛନ୍ତି, ଯଦି ଟେଷ୍ଟିଂ ବଢ଼ିବ, ତା’ହେଲେ ଲୋକଙ୍କୁ ଟ୍ରେସ କରାଯାଇପାରିବ ଓ ଟ୍ରିଟ୍‌ମେଣ୍ଟ କରାଯାଇପାରିବ। ବର୍ତ୍ତମାନ ଗାଁଗୁଡ଼ିକରେ ଲୋକେ ଟେଷ୍ଟିଂ ଅଭାବରୁ ହଇରାଣ ହେଉଛନ୍ତି। ଟେଷ୍ଟିଂ ପାଇଁ ସୁବିଧା ପାଉ ନାହାନ୍ତି। ଫଳରେ ରୋଗଟି ବ୍ୟାପକ ମାତ୍ରାରେ ଚାରିଆଡ଼େ ବ୍ୟାପୀ ଯାଉଛି। ଏ ରୋଗକୁ ଯଦି ପ୍ରଥମରୁ ଟ୍ରିଟ୍‌ମେଣ୍ଟ କରାଯାଏ, ତା’ହେଲେ ମୃତ୍ୟୁର ସମ୍ଭାବନା ଆଦୌ ନାହିଁ। କେନ୍ଦ୍ର ସରକାର ୪୪.୫ ଲକ୍ଷ ଆଣ୍ଟିଜେନ କିଟ୍ ମଧ୍ୟ ଯୋଗାଇ ଦେଇଥିବା ସେ କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ଟେଷ୍ଟିଂ ସହିତ ଏ ରୋଗରୁ ବର୍ତ୍ତିବାର ଆଉ ଏକ ବାଟ ହେଉଛ ଟିକା। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬୫ ଲକ୍ଷ ୬୮ ହଜାର ୬୪୯ ଲୋକଙ୍କର ଟିକାକରଣ କରାଯାଇଛି। ତା’ ମଧ୍ୟରୁ ୬୪ ଲକ୍ଷ ୩୧ ହଜାର ୨୮୪ ଜଣ ସିଧାସଳଖ ଭାବରେ ଭାରତ ସରକାରଙ୍କ ଯୋଜନାରେ ମାଗଣାରେ ଟିକା ପାଇଛନ୍ତି। କେବଳ ୧ ଲକ୍ଷ ୩ ହଜାର ୩୦୦ ପାଖାପାଖି ଲୋକ ଓଡ଼ିଶା ସରକାରଙ୍କ ଯୋଜନାରେ ଟିକା ନେଇଛନ୍ତି।

The post କୋୱିନ୍ କାର୍ଡ ନିଅନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କାର୍ଡ ଉପଯୋଗୀ ହେବ ନାହିଁ: ଗୋଲକ appeared first on Odisha Reporter.



from Odisha Reporter https://ift.tt/2SWx1SN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages