ନୂଆଦିଲ୍ଲୀ: ଛୋଟ ଛୁଆ ନେବେ କରୋନା ଟିକା। ୨ରୁ ୧୮ ବର୍ଷ ମଧ୍ୟରେ ଥିବା ଶିଶୁ ଓ ନାବାଳକଙ୍କ ଉପରେ କରୋନା ଟିକା ଦେବା ପାଇଁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କମ୍ପାନୀ ଦ୍ୱାରା ତିଆରି ହୋଇଥିବା କୋଭାକ୍ସିନ ପ୍ରଥମ ଟ୍ରାଏଲ ଶେଷ ହୋଇଛି। ଏବେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ କ୍ଲିନିକାଲ ଟ୍ରାଏଲ କରିବାକୁ ଭାରତ ବାୟୋଟେକ୍ ନିଷ୍ପତ୍ତି ନେଇଛି। ଏଥିପାଇଁ ସେଣ୍ଟାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜସନ CDSCO ସଂଗଠନର ସବଜେକ୍ଟର ଏକ୍ସପର୍ଟ କମିଟି କ୍ଲିନିକାଲ ଟ୍ରାଏଲକୁ ସ୍ୱିକୃତୀ ପ୍ରଦାନ କରିଛି।
ପ୍ରଥମ ପର୍ୟାୟ ଟ୍ରାଏଲ ପରେ ୫୨୫ଟି ଅଲଗା ଅଲଗା ସ୍ଥାନରେ ଏହି ଟ୍ରାଏଲ କରାଯିବ। ଦିଲ୍ଲୀ ଏବଂ ପାଟନା ଏମ୍ସ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ।
ସୂଚନାଯୋଗ୍ୟ, ଭାରତରେ ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଉ ଏହି ସମୟରେ ଛୋଟ ଛୁଆ ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ଛୋଟ ଛୁଆଙ୍କୁ କିଭଳି କରୋନାର ଦାଉରୁ ସୁରକ୍ଷିତ ରଖାଯିବ ସେ ନେଇ ବିଶେଷଜ୍ଞମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ନିକଟରେ ଆମେରିକା ମଧ୍ୟ ସମାନ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଆମେରିକାର ଏଫିଡିଏ ଜରୁରୀକାଳୀନ ବ୍ୟବହାର ପାଇଁ Pfizer ଏବଂ BioNTech ଟିକାକୁ ୧୨ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଦେବା ପାଇଁ ଅନୁମତି ଦେଇଛି। ଆମେରିକାରେ ଆଗକୁ ସ୍କୁଲ ଖୋଲିବାକୁ ଯାଉଛି। ତେଣୁ ପ୍ରଥମେ ସ୍କୁଲ ଯିବାକୁ ଥିବା ପିଲାଙ୍କୁ ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଆମେରିକାରେ 16ରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଅନୁମତି ମିଳି ସାରିଛି।
The post ଛୋଟ ଛୁଆ ନେବେ କୋଭିଡ୍ ଟିକା, ପ୍ରସ୍ତୁତି ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/3uHUs0n
No comments:
Post a Comment