୧୬ କୋଟି କରୋନା ଟିକା ପାଇଁ କେତେ ଟଙ୍କା ନେଇଛନ୍ତି ସେରମ ଓ ଭାରତ ବାୟୋଟେକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

୧୬ କୋଟି କରୋନା ଟିକା ପାଇଁ କେତେ ଟଙ୍କା ନେଇଛନ୍ତି ସେରମ ଓ ଭାରତ ବାୟୋଟେକ

ମୁମ୍ବାଇ: ଭାରତରେ କରୋନାକୁ ମାତ ଦେବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯାଇଛି। ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ଲୋକଙ୍କୁ ଦିଆଯାଉଛି। ମେ’ରୁ ଜୁଲାଇ ମଧ୍ୟରେ ଏହି ଦୁଇ କମ୍ପାନୀ ଭାରତ ସରକାରଙ୍କୁ ଟିକାର ୧୬ କୋଟି ଡୋଜ୍‌ ପ୍ରଦାନ କରିବେ। ଏଥିପାଇଁ ଦୁଇଟି ଯାକ କମ୍ପାନୀକୁ ସରକାର ୨୫ ଶହ କୋଟି ଟଙ୍କା ଆଡଭାନ୍ସ ଦେଇ ସାରିଛନ୍ତି।

ସେରମ ଇନଷ୍ଟିଚ୍ୟୁଟ ୧୧ କୋଟି ଟିକାର ଦେବାର ଥିବା ବେଳେ ବାକି ଡୋଜ୍‌ ଭାରତ ବାୟୋଟେକ ଦେବ। ଏଥିପାଇଁ ଏପ୍ରିଲ ୨୮ରେ ହିଁ ଟଙ୍କା ଦିଆଯାଇଛି। ଡୋଜ୍‌ ପିଛା ଦର ୧୬୦ ଟଙ୍କାରୁ କମ୍‌ ରହିଥିବା ଜଣାପଡ଼ିଛି। ପୂର୍ବରୁ ଭାରତ ସରକାର ସେମର ଠାରୁ ୧୦ କୋଟି ଟିକା ଆଣିବାକୁ ଅର୍ଡର କରିଥିଲେ। କମ୍ପାନୀ ସୋମବାର ସୁଦ୍ଧା ୮.୭ କୋଟି ଟିକାର ଡୋଜ୍‌ ଦେଇଛି।

ସେହିପରି ଭାରତ ବାୟୋଟେକ ଠାରୁ ୨ କୋଟି ଟିକା ଆଣିବାକୁ ଅର୍ଡର ହୋଇଥିବା ବେଳେ କମ୍ପାନୀ ମାତ୍ର ୮୮ ଲକ୍ଷ ଟିକା ଦେଇଛି। ଗତ ମାସରେ ଭାରତ ସରକାର କହିଥିଲେ ଯେ ସେରମକୁ ପ୍ରାୟ ୩ ହଜାର କୋଟି ଓ ଭାରତ ବାୟୋଟେକକୁ ୧୫ଶହ କୋଟି ଟଙ୍କା ଆଡଭାନ୍ସ ଦେଇଛନ୍ତି।

ସୂଚନାଯୋଗ୍ୟ, ସରକାର ଟିକା ପାଇଁ ଆଗୁଆ ଟଙ୍କା ଦେଉ ନଥିବାରୁ ଉତ୍ପାଦନ ବୃଦ୍ଧି ପାଇ ପାରୁ ନଥିବା ବିଭିନ୍ନ ଖବର ପ୍ରକାଶ ପାଇଥିଲା। ସେହିପରି ସେରମ ମୁଖ୍ୟ ଅଦର ପୁନାୱାଲା ମଧ୍ୟ ରାତାରାତି ଟିକା ଉତ୍ପାଦନ ପରିମାଣ ବୃଦ୍ଧି ପାଇବ ନାହିଁ ବୋଲି କହିଥିଲେ।

The post ୧୬ କୋଟି କରୋନା ଟିକା ପାଇଁ କେତେ ଟଙ୍କା ନେଇଛନ୍ତି ସେରମ ଓ ଭାରତ ବାୟୋଟେକ appeared first on Odisha Reporter.



from Odisha Reporter https://ift.tt/3h48Agj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages