ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ଦୁଇ ଦିନ ଅପେକ୍ଷା ଆଜି ଆସିଥିବା ରିପୋର୍ଟରେ ଦୈନିକ କରୋନ ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୬୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କ ମୃତ୍ୟୁ ଘଟିଛି।
ସୁନ୍ଦରଗଡ଼ ଜିଲ୍ଲାରୁ ୯୩୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୮୭, ସମ୍ବଲପୁରରୁ ୬୪୧, ଅନୁଗୋଳରୁ ୫୫୯, କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬, ବରଗଡ଼ରୁ ୪୪୩, ନବରଙ୍ଗପୁରରୁ ୩୩୬, ପୁରୀରୁ ୪୩୪, ନୂଆପଡ଼ାରୁ ୩୨୪, ବଲାଙ୍ଗିରରୁ ୩୧୮, ବାଲେଶ୍ୱରରୁ ୩୦୧, ଯାଜପୁରରୁ ୨୯୦, ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୧୯୩, ରାୟଗଡ଼ାରୁ ୧୫୮, ମୟୂରଭଞ୍ଜ ଓ ବୌଦ୍ଧରୁ ୧୭୯ ଲେଖାଏଁ, ସୁବର୍ଣ୍ଣପୁରରୁ ୧୪୯, ଢେଙ୍କାନାଳରୁ ୧୪୬, ଜଗତସିଂହପୁରରୁ ୧୪୦, ଦେବଗଡ଼ରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡ଼ାରୁ ୧୧୭, ଗଜପତିରୁ ୧୦୧, ଭଦ୍ରକରୁ ୧୦୦, ମାଲକାନଗିରିରୁ ୭୯ ଓ କନ୍ଧମାଳ ଜିଲ୍ଲାରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୨୭୩ ଜଣ ଚିହ୍ନଟ ହୋଇଛନ୍ତି।
୧୦,୬୩୫ଟି ନୂଆ କେସ୍ ସହିତ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ ହୋଇଛି। ଅନ୍ୟପକ୍ଷରେ ଆଉ ୧୯ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ଓ ଶନିବାର ଆସିଥିବା ରିପୋର୍ଟରେ ଦୈନିକ ସଂକ୍ରମଣ ଯଥାକ୍ରମେ ୧୨,୨୩୮ ଓ ୧୧,୮୦୭ ରହିଥିଲା।
The post ଗତ ଦୁଇ ଦିନ ଅପେକ୍ଷା ରାଜ୍ୟରେ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଉ ୧୯ ଜଣଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/2Q02eU4
No comments:
Post a Comment