ରାୟପୁର: ଯୁବକଙ୍କୁ ଚାପୁଡ଼ା ମାରିବା ଓ ମୋବାଇଲକୁ ଭାଙ୍ଗିବା ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଛି । ଯାହା ପରେ ତୁରନ୍ତ ଆକ୍ସନ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂରା ଘଟଣା ହେଉଛି ଛତିଶଗଡ଼ର। ରାଜ୍ୟର ସୂରଜପୁର ଜିଲ୍ଲାର ଜିଲ୍ଲାପାଳ ରଣବୀର ଶର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ତା’ର ମୋବାଇଲକୁ ଭାଙ୍ଗି ଦେଇଛନ୍ତି, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ଜିଲ୍ଲାପାଳଙ୍କ ସମସ୍ୟା ବଢ଼ି ଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତୁରନ୍ତା କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳଙ୍କୁ ତତ୍କାଳ ପ୍ରଭାବରେ ପଦରୁ ହଟାଇ ଦେଇଛନ୍ତି । ସୋଶାଲ ମିଡିଆରେ ତାଙ୍କର ସେହି ଭିଡିଓ ଭାଇରାଲ୍ ହେବା ପରେ ଛତିଶଗଡ଼ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଏ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ଲେଖଛନ୍ତି ଯେ ସୋଶାଲ ମିଡିଆ ମାଧ୍ୟମରେ ସୂରଜପୁରରୁ ଜିଲ୍ଲାପାଳ ରଣବୀର ଶର୍ମାଙ୍କ ଦ୍ୱାରା ଜଣେ ଯୁବକଙ୍କୁ ଦୁର୍ବ୍ୟବହାର ମାମଲା ମୋ ନଜରକୁ ଆସିଛି । ଏହା ବହୁତ ଦୁଃଖଦ ଓ ନିନ୍ଦନୀୟ। ଛତିଶଗଡ଼ରେ ଏଭଳି କାମକୁ ବରଦାସ୍ତ କରାଯିବନି। ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ତତ୍କାଳ ପ୍ରଭାବରେ ହଟାଇବାକୁ ନିର୍ଦ୍ଦେଶ ଦିଆଯାଉଛି ।
किसी भी अधिकारी का शासकीय जीवन में इस तरह का आचरण स्वीकार्य नहीं है।
इस घटना से क्षुब्ध हूँ। मैं नवयुवक व उनके परिजनों से खेद व्यक्त करता हूँ।
— Bhupesh Baghel (@bhupeshbaghel) May 23, 2021
ସୂଚନାଯୋଗ୍ୟ, ଶନିବାର ଜିଲ୍ଲାପାଳଙ୍କର ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଏଥିରେ ଜିଲ୍ଲାପାଳ ଜଣେ ଯୁବକଙ୍କର ମୋବାଇଲକୁ ତଳେ ଫୋପାଡ଼ି ଭାଙ୍ଗୁଥିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଜିଲ୍ଲାପାଳ ଉକ୍ତ ଯୁବକଙ୍କୁ ଶକ୍ତ ଚାପୁଡ଼ା ମଧ୍ୟ ମାରିଥିଲେ । ଏହି ଭିଡିଓରେ ଯୁବକ ଜଣକ କରୋନା ଟେଷ୍ଟ କରାଇବାକୁ ଯାଇଥିଲେ ବୋଲି କହୁଛନ୍ତି । ଯୁବକଙ୍କ ହାତରେ ଗୋଟିଏ କାଗଜ ଥିଲା, ଯାହାକୁ ସେ ବାରମ୍ବାର ଦେଖାଇବାକୁ ପ୍ରୟାସ କରୁଛନ୍ତି ।
छत्तीसगढ़ में सूरजपुर जिले के DM रणवीर शर्मा की हनक देखिए।बच्चा टेस्ट कराने निकला था,जरा सी बात क्या कर ली।
खींचकर थप्पड़ मार दिया। पुलिसवालों से भी पिटवाया,2012 बैच के IAS हैं,तमीज नाम की चीज नहीं
@bhupeshbaghel जी तक इनका कारनामा पहुंचाइए।@ShakuntalaSahu0 जी @shaileshINC जी pic.twitter.com/5mDYdNRIGF
— Abhinav Pandey (@Abhinav_Pan) May 22, 2021
ତେବେ ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲାପାଳ ରଣବୀର ଶର୍ମା କ୍ଷମା ମାଗିଛନ୍ତି । ସେ ହ୍ୱାଟ୍ସଆପ୍ ଗ୍ରୁପରେ ସାର୍ବଜନୀନ ଭାବେ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି, ମୁଁ ନିଜ ବ୍ୟବହାର ପାଇଁ ଲଜ୍ଜିତ । ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି । କାହାକୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନଥିଲା ।
ସୂରଜପୂର ଜିଲ୍ଲା ସମେତ ପୂରା ଛତିଶଗଡ଼ କୋଭିଡ୍ ମହାମାରୀର ସଂକଟ ଦେଇ ଗତି କରୁଛି । ଆମେ ସମସ୍ତେ ସରକାରୀ କର୍ମଚାରୀ ଦିନରାତି ପରିଶ୍ରମ କରୁଛୁ, ଯାହାଦ୍ୱାରା ଏହି ମହାମାରୀରୁ ସମସ୍ତଙ୍କୁ ବଞ୍ଚାଯାଇପାରିବ । ମୋର ମାତାପିତା ଓ ଖୋଦ୍ ମୁଁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲି। ଭିଡିଓରେ ଯେଉଁ ବ୍ୟକ୍ତି ଅଛନ୍ତି, ତାଙ୍କର ବୟସ ୨୩। ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ କ୍ଷମା ମାଗୁଛି ।
The post ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା ମାରିଲେ ଜିଲ୍ଲାପାଳ, ତୁରନ୍ତ ଆକ୍ସନ୍ ନେଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3yxADv6
No comments:
Post a Comment