ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଆଉ ୧୯ ଜଣ ଲୋକଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୮୦ରେ ପହଞ୍ଚିଯାଇଛି।
ଏହି ୧୯ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଯେଉଁ ୩ ଜଣଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ବାସିନ୍ଦା ଥିଲେ। ତାଙ୍କୁ ୭୭ ବର୍ଷ ହୋଇଥିଲା।
ସେହିପରି ଅନୁଗୋଳ, ବଲାଙ୍ଗିର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଯାଜପୁର, ଝାରସୁଗୁଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଆଉ ୩ ଜଣ ଲେଖାଏଁ ପ୍ରାଣ ହରାଇବା ପରେ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରେ ଯଥାକ୍ରମେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୬ ଓ ୫୫କୁ ବୃଦ୍ଧି ପାଇଛି।
ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଥିବା ବେଳେ ବଲାଙ୍ଗିରରେ ୫୨, ଭଦ୍ରକରେ ୩୨, ଢେଙ୍କାନାଳରେ ୩୧, ଗଜପତିରେ ୩୭, ଗଞ୍ଜାମରେ ୨୬୪, ଯାଜପୁରରେ ୨୮, ଝାରସୁଗୁଡ଼ାରେ ୩୧, ପୁରୀରେ ୧୩୨, ରାୟଗଡ଼ାରେ ୭୧, ସମ୍ବଲପୁରରେ ୮୪, ସୁବର୍ଣ୍ଣପୁରରେ ୨୩ ଓ ସୁନ୍ଦରଗଡ଼ରେ ୨୦୮ରେ ପହଞ୍ଚି ଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦, ୬୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
The post ରାଜ୍ୟର ୧୫ ଜିଲ୍ଲାରୁ କରୋନା ନେଲା ୧୯ ଜୀବନ appeared first on Odisha Reporter.
from Odisha Reporter https://ift.tt/3ev1uQk
No comments:
Post a Comment