ଜଳେଶ୍ୱର (ଅଜିତ ଦାସ): ଆଜି ସକାଳ ପ୍ରାୟ ୯ଟା ବେଳେ ବାତ୍ୟା ‘ୟାସ୍’ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଅଶାନ୍ତ ରହିଛି ବଙ୍ଗୋପସାଗର। ସମୁଦ୍ରରେ ୩ରୁ ୪ ଫୁଟ୍ ଉଚ୍ଚର ଜୁଆର କୂଳକୁ ମାଡ଼ି ଆସିଛି। ଏହି ପାଣି ଗାଁ ଭିତରକୁ ୨ କିମି ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଛି।
ସମୁଦ୍ର ପାଣି ବାଲିଆପାଳ ବ୍ଲକ୍ ଜମୁନାଶୁଳ, କଙ୍କଡ଼ାପାଳ, ଡଗାରା, ଜାମକୁଣ୍ଡା, ଆମ୍ୱଚୁଆ ଏବଂ ଭୋଗରାଇ ବ୍ଲକର ତାଳଶାରୀ, ଉଦୟପୁର, ଭମ୍ଭାରିଆ, ଉଷ୍ମନଗର, ବିଚିତ୍ରପୁର, କୁମ୍ଭିରଗଡ଼ି ପ୍ରମୁଖ ଗାଁରେ ପଶି ଯାଇଥିବା ଲକ୍ଷ୍ୟ କରାଯାଇଛି। ସମୁଦ୍ର ପାଣି ଘରେ ପଶି ସମସ୍ତ ଆସବାବ ପତ୍ର ଭସାଇ ନେଇଥିବା ଅଭିଯୋଗ ହୋଇଛି। ସୌଭାଗ୍ୟକୁ ଘରେ କୌଣସି ଲୋକ ନଥିବାରୁ ସେମାନଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ପାଣି ମାଡ଼ରେ ଘର ଗୁଡ଼ିକ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି।
ବାତ୍ୟାରେ କେବଳ ବାଲିଆପାଳ ଓ ଭୋଗରାଇ ବ୍ଲକ କ୍ଷତିଗ୍ରସ୍ତ ହୋଇନାହିଁ। ସମଗ୍ର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାଲେଶ୍ୱର ସଦର ମହକୁମାର ଚାନ୍ଦିପୁର, ବଳରାମଗଡ଼ ପ୍ରମୁଖ ଅଞ୍ଚଳରେ ସମୁଦ୍ରର ଲୁଣା ପାଣି ପଶିଛି। ଏଥିରେ ବହୁ କ୍ଷୟକ୍ଷତି ଘଟିଥିବା ଅନୁମାନ କରାଯାଉଛି। ଏହାଛଡ଼ା ପବନରେ ବହୁ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।
ସୂଚନାରୁ ପ୍ରକାଶ, ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ କରିବା ପରେ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ପବନ ବହିଛି। ପବନର ବେଗ ୧୩୦ରୁ ୧୪୦ କିମି ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
The post ଘର ଭିତରେ ପଶିଲା ସମୁଦ୍ର ପାଣି appeared first on Odisha Reporter.
from Odisha Reporter https://ift.tt/3oSpaBN
No comments:
Post a Comment