ନୂଆଦିଲ୍ଲୀ: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତଉକେତ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହି ବାତ୍ୟା ଗୋଆର ପାଣାଜୀଠାରୁ ୧୫୦ କିଲୋମିଟର, ମୁମ୍ବାଇ ଉପକୂଳରୁ ୪୯୦ କିଲୋମିଟର ଏବଂ ଗୁଜରାଟର ବୀରବଲ ଉପକୂଳରୁ ୭୩୦ କିଲୋମିଟର ଦୂରରେ ରହିଛି।
ଆସନ୍ତା ୧୮ ତାରିଖ ସକାଳେ ଏହା ଗୁଜରାଟର ପୋରବନ୍ଦର ଓ ନଲିୟା ମଝିରେ ଲ୍ୟାଣ୍ଡଫଲ୍ କରିବ । ସେତେବେଳେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି । ‘ତଉକେତ’ ପ୍ରଭାବରେ ଲାକ୍ଷାଦୀପ ଦୀପପୁଂଜ ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ କେରଳ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ଅନେକ ଗାଁରେ ପାଣି ପଶିଯାଇଛି । ଆଜି ଏବଂ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ତଟବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ବେଳେ, ୫ଟି ରାଜ୍ୟରେ ୫୩ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । କେବଳ ଗୁଜରାଟରେ ୧୫ଟି ଏନଡିଆରଏଫ୍ ଟିମ୍ ରହିବ ।
ସେଥିପାଇଁ ଭୁବନେଶ୍ୱରରୁ ୫ଟି NDRF ଟିମ୍ର ୧୨୫ ଜଣ ଯବାନ ଗତକାଲି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଜକୋଟ୍ ଯାଇଛନ୍ତି । ଭଲସାଡ଼ ଓ ଜାମନଗର ଆଦି ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ କୋଭିଡ୍ ହସ୍ପିଟାଲଗୁଡ଼ିକୁ ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି ।
The post ଘଣ୍ଟାକୁ ୯ କି.ମି ବେଗରେ ମାଡ଼ି ଆସୁଛି ‘ତଉକେତ’, ୧୮ରେ କରିବ ଲ୍ୟାଣ୍ଡଫଲ୍ appeared first on Odisha Reporter.
from Odisha Reporter https://ift.tt/3bsj0mi
No comments:
Post a Comment