ଗୁଡ୍ ବୁକରେ ଥିବା ଅଫିସର ସିବିଆଇ ରେସରୁ ବାଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

ଗୁଡ୍ ବୁକରେ ଥିବା ଅଫିସର ସିବିଆଇ ରେସରୁ ବାଦ୍

ନୂଆଦିଲ୍ଲୀ: କାର୍ଯ୍ୟକାଳ ଶେଷ ହେବାକୁ ୬ ମାସରୁ କମ୍ ସମୟ ଥିବା ଅଫିସର ସିବିଆଇର ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ହୋଇପାରିବେନି। ୪ ମାସ ହେବ ଖାଲି ପଡ଼ିଥିବା ସିବିଆଇ ନିର୍ଦ୍ଦେଶକ ପଦବୀର ନିଯୁକ୍ତି ପାଇଁ ସୋମବାର ରାତିରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନ ବିଚାରପତି ଏନ ଭି ରମନ୍ନା ଏଭଳି କହିଥିବା ସୂଚନା ରହିଛି। ଏ ନେଇ ନିୟମ ରହିଛି ବୋଲି ସେ କହିଛନ୍ତି। ତେଣୁ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ କମିଟି ଏହି ନିୟମ ଅନୁସାରେ ସିବିଆଇ ନିର୍ଦ୍ଦେଶକ ଚୟନ କରିବା ଦରକାର ବୋଲି ସିଜେଆଇ କହିଥିବା ସୂଚନା ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶର ପ୍ରଧାନ ବିଚାରପତି ଏନଭି ରମନ୍ନା ଏବଂ ବିରୋଧୀ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ।

ବୈଠକରେ ସିଜେଆଇ ରମନ୍ନାଙ୍କ ମତ କେନ୍ଦ୍ର ସରକାରଙ୍କୁ ଏକ ପ୍ରକାର ଝଟକା ବୋଲି କୁହାଯାଉଛି। କାରଣ ସିବିଆଇ ନିର୍ଦ୍ଦେଶକ ପଦବୀ ରେସରେ ଥିଲେ ଏବେର ବିଏସଏଫ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଏବଂ ଏନଆଇଏର ମୁଖ୍ୟ ୟ୍ୱାଇସି ମୋଦି। ଏହି ଦୁଇ ଅଫିସରଙ୍କ କାର୍ଯ୍ୟକାଳ ଆଉ ଅଳ୍ପ ଦିନ ରହିଛି। କହିବାକୁ ଗଲେ ୬ ମାସ ମଧ୍ୟରେ ଶେଷ ହେବାକୁ ଯାଉଛି। ରାକେଶ ଆସ୍ଥାନାଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ରେ ଶେଷ ହେବ ବୋଲି ଜଣାପଡ଼ିଥିବା ବେଳେ ୟ୍ୱାଇ ସି ମୋଦିଙ୍କ କାର୍ଯ୍ୟକାଳ ମେ ୩୧ରେ ଶେଷ ହେବାକୁ ଯାଉଛି।

ପ୍ରଧାନ ବିଚାରପତିଙ୍କ ମତକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହାକୁ ନେଇ ପାଖାପାଖି ୯୦ ମିନିଟର ବୈଠକ ହୋଇଥିବା ନେଇ ସୂଚନା ରହିଛି। ଏହି ବୈଠକରେ ଏବେ ତିନି ଜଣଙ୍କ ନାଁକୁ ତାଲିକାଭୁକ୍ତ କରାଯାଇଛି। ସେମାନେ ହେଲେ ମହାରାଷ୍ଟ୍ରର ପୂର୍ବତନ ଡିଜିପି ତଥା ସିଆଇଏସଏଫ ଡିଜି ସୁବୋଧ କୁମାର ଜୟଶ୍ୱାଲ, ସଶସ୍ତ୍ର ସୀମା ବଳର ଡିଜିପି କେଆର ଚନ୍ଦ୍ର ଏବଂ ଗୃହ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଭିଏସକେ କୌମୁଦି। ତେବେ ବରିଷ୍ଠତା ଦୃଷ୍ଟିରୁ ଜୟଶ୍ୱାଲ ସିବିଆଇର ନିର୍ଦ୍ଦେଶକ ହୋଇପାରନ୍ତି।

ବୈଠକରେ ବିରୋଧୀ ଦଳ ନେତା କହିଛନ୍ତି କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକ ପଦବୀ ପାଇଁ ଅଫିସରଙ୍କ ତାଲିକା ପ୍ରସ୍ତୁତ କରିବା ବେଳେ ସବୁବେଳେ ଖାମଖିଆଲି ମନୋଭାବ ରଖୁଛନ୍ତି।

ସୂଚନାଯୋଗ୍ୟ, ସିବିଆଇର ନିର୍ଦ୍ଦେଶକ ପଦବୀ ବିଗତ ୪ ମାସ ହେବ ଖାଲି ପଡ଼ିଛି। ଏବେ ଏହି ପଦବୀ ପୂରଣ ପାଇଁ ୧୯୮୪ରୁ ୮୭ ବ୍ୟାଚର ଆଇପିଏସ ଅଫିସରଙ୍କୁ ଗୁରୁତ୍ୱ ଦିଆଯାଉଛି। ସିବିଆଇ ନିର୍ଦ୍ଦେଶକ ପଦବୀ ପାଇଁ ନିଯୁକ୍ତି ବେଳେ ତାଲିକାଭୁକ୍ତ ହୋଇଥିବା ଆଇପିଏସ ଅଫିସରଙ୍କ କାର୍ଯ୍ୟଦକ୍ଷତା, ଅଭିଜ୍ଞତା ଏବଂ ଦୁର୍ନୀତି ମାମଲାରେ ସେ କେତେ ସ୍ୱଚ୍ଛ ଗୁରୁତ୍ୱ ଦିଆଯାଏ।

The post ଗୁଡ୍ ବୁକରେ ଥିବା ଅଫିସର ସିବିଆଇ ରେସରୁ ବାଦ୍ appeared first on Odisha Reporter.



from Odisha Reporter https://ift.tt/3i4iRKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages