ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା । ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ। ସୀମିତ ସଂଖ୍ୟକ ଅର୍ଥାତ୍ ୫୦ରୁ ୭୦ ସେବାୟତଙ୍କୁ ନେଇ ଯାତ୍ରା କରାଯିବ। ସେବାୟତଙ୍କ ଜଞଚଉଜ ଟେଷ୍ଟ କରାଯିବ, ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ରଥ ନିର୍ମାଣରେ ନିୟୋଜିତ ଲୋକଙ୍କୁ ଆଇସୋଲେସନରେ ରଖାଯିବ । ଉଭୟ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ବେଳେ ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଦର୍ଶନ ପାଇଁ ଗଣମାଧ୍ୟମକୁ ଚନ୍ଦନ ଯାତ୍ରାର ଲାଇଭ ଫିଡ୍ ଦିଆଯିବାକୁ ବ୍ୟବସ୍ଥା ହୋଇଛି । ଛତିଶା ନିଯୋଗ ମିଟିଂ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ଆଜି ଛତିଶାନିଯୋଗ ବୈଠକ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା ।
ତେବେ କୋଭିଡ କଟକଣା ଭିତରେ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି। ନରେନ୍ଦ୍ର ପୁଷ୍କରଣୀକୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ଡଙ୍ଗାକୁ ପାଣି କଢାଯାଇ ଚାପ ପ୍ରସ୍ତୁତ କରାଯାଉଛି। ଏବେ କରୋନା ମହାମାରୀ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାରୁ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଶେଷ ହେବ ସେନେଇ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ବିନାଭକ୍ତରେ ଚନ୍ଦନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାବଳେ ସେବାୟତ ସଂଖ୍ୟା ବି ସୀମିତ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ନୀତି ସଂପୃକ୍ତ ସେବାୟତଙ୍କ ତାଲିକା ପ୍ରସ୍ତୁତି ଚାଲିଛି।
The post ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା appeared first on Odisha Reporter.
from Odisha Reporter https://ift.tt/3bglST6
No comments:
Post a Comment