୬ ଜଣଙ୍କ ଜୀବନ ନେଲା ବାତ୍ୟା, ଘଟାଇଲା ବ୍ୟାପକ କ୍ଷୟକ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

୬ ଜଣଙ୍କ ଜୀବନ ନେଲା ବାତ୍ୟା, ଘଟାଇଲା ବ୍ୟାପକ କ୍ଷୟକ୍ଷତି

ମୁମ୍ବାଇ: ରାତି ବେଳା ଗୁଜରାଟରେ ତାଣ୍ଡବ ରଚିଥିବା ଅତି ଭୀଷଣ ବାତ୍ୟା ତଉକତେ ଦିନ ବେଳେ ମହାରାଷ୍ଟ୍ରକୁ ଆଉଟପାଉଟ କରିଥିଲା। ଦିନ ତମାମ ପ୍ରବଳ ବର୍ଷା ସାଙ୍ଗକୁ ପବନ ପୂରା ମହାରାଷ୍ଟ୍ରବାସୀଙ୍କ ନିଦ ହଜାଇ ଦେଇଥିଲା। ମହାରାଷ୍ଟ୍ର ବ୍ୟତୀତ ଗୋଆର କିଛି ସ୍ଥାନରେ ମଧ୍ୟ ତଉକତେ ତା’ର ଉଗ୍ର ରୂପ ଦେଖାଇଥିଲା। ବାତ୍ୟା ଯୋଗୁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୬ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।


ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୁମ୍ବାଇରେ ଅତି ଭୀଷଣ ବାତ୍ୟା ତଉକତର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ମୁମ୍ବାଇରେ ପବନର ଘଣ୍ଟାପ୍ରତି ବେଗ ୧୧୪ରୁ ୧୨୦ କିମି ରହିଥିଲା। ଏଥିସହ ଗେଟ୍‌ ୱେ ନିକଟରେ ସମୁଦ୍ର ଜୁଆର ମଧ୍ୟ ପ୍ରାୟ ୩ ମିଟିର ଉପରକୁ ଉଠିଥିଲା। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ଏଥିଯୋଗୁ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଯାଇଥିଲା।

ମହାରାଷ୍ଟ୍ରର କୋଙ୍କଣ ରିଜନରେ ବାତ୍ୟା ଜନିତ ଅଘଟଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସମୁଦ୍ରରେ ଦୁଇଟି ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ଧୀବର ନିଖୋଜ ହୋଇଯାଇଛନ୍ତି। ବାତ୍ୟା ଜନିତ ଅଘଟଣରେ ପ୍ରାଣ ହରାଇଥିବା ୬ ଜଣଙ୍କ ମଧ୍ୟରେ ରାଇଗଡ଼ ଜିଲ୍ଲାରୁ ୩ ଜଣ ରହିଛନ୍ତି।

ସିନ୍ଧୁଦୁର୍ଗରେ ଜଣେ ନାବିକ ପ୍ରାଣ ହରାଇଥିବା ବେଳେ ନାଭି ମୁମ୍ବାଇ ଓ ଉଲାସ ନଗର ଅଞ୍ଚଳରେ ଗଛ ପଡ଼ିବା ଯୋଗୁ ୨ ଜଣଙ୍କ ଜୀବନ ଯାଇଛି। ସିନ୍ଧୁଦୁର୍ଗ ଜିଲ୍ଲାର ଆନନ୍ଦୱାଡି ବନ୍ଦରରେ ଦୁଇଟି ଡଙ୍ଗା ବୁଡ଼ି ଯାଇଛି। ଏଥିରେ ୭ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ହୋଇଯାଇଛନ୍ତି। ସେହିପରି ଅନ୍ୟମାନଙ୍କୁ ତଟରକ୍ଷୀ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।


ରାଇଗଡ଼ ଜିଲ୍ଲାରେ ୧୮୮୬ଟି ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ଟି ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ରାଇଗଡ଼ ଜିଲ୍ଲାରୁ ୮,୩୮୩ ଜଣଙ୍କୁ ସରକାର ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ପୂରା ଜିଲ୍ଲାରେ ପ୍ରାୟ ୨୫ ମିମି ବର୍ଷା ରେକର୍ଡ କରାଯାଇଛି। କୋଙ୍କନ ରିଜନରେ ବଡ଼ବଡ଼ ଗଛ ରାସ୍ତା ଉପରେ ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଥାନେ ଓ ପାଲଘର ଠାରେ ବଡ଼ବଡ଼ ଗଛ ଏକାଧିକ ଘର ଉପରେ ଉପୁଡ଼ି ପଡ଼ିବାରୁ ସେଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ରାସ୍ତାରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ମଧ୍ୟ ଗଛ ଓ ବିଦ୍ୟୁତ ଖୁଣ୍ଟ ମାଡ଼ରେ ଚୂରମାର ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା।

The post ୬ ଜଣଙ୍କ ଜୀବନ ନେଲା ବାତ୍ୟା, ଘଟାଇଲା ବ୍ୟାପକ କ୍ଷୟକ୍ଷତି appeared first on Odisha Reporter.



from Odisha Reporter https://ift.tt/3uYFqmO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages