ମୃତ୍ୟୁ ପୂର୍ବରୁ ଅଭିନେତା ଲେଖିଲେ, ଭଲ ଚିକିତ୍ସା ମିଳିଥିଲେ ବଞ୍ଚିପାରିଥାନ୍ତି, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ମୃତ୍ୟୁ ପୂର୍ବରୁ ଅଭିନେତା ଲେଖିଲେ, ଭଲ ଚିକିତ୍ସା ମିଳିଥିଲେ ବଞ୍ଚିପାରିଥାନ୍ତି, କିନ୍ତୁ…

ନୂଆଦିଲ୍ଲୀ: ମୋତେ ବି ଯଦି ଭଲ ଚିକିତ୍ସା ମିଳିଥାନ୍ତା, ତାହେଲେ ମୁଁ ବି ବଞ୍ଚିଯାଇଥାନ୍ତି । ଅଭିନେତା ରାହୁଲ ବୋହରା କିଛି ଏଭଳି କହି ଏହି ଦୁନିଆକୁ ଅଲବିଦା କହିଛନ୍ତି । କରୋନା ସହ ଲଢ଼ୁଥିବା ରାହୁଲ ଆଜି ଆଖି ବୁଜିଛନ୍ତି । ତେବେ ତାଙ୍କୁ ପୂର୍ବରୁ ସଙ୍କେତ ମିଳିସାରିଥିଲା ଯେ ଶୀଘ୍ର ତାଙ୍କର ମୃତ୍ୟୁ ହେବ। ହତାଶ ହୋଇ ସେ ନିଜର ପୋଷ୍ଟରେ ହାରିଯିବା କଥା କହିଥିଲେ। ରାହୁଲଙ୍କର ଏହି ଶେଷ ପୋଷ୍ଟ ଦେଖି ସମସ୍ତେ କାନ୍ଦି ପକାଇଛନ୍ତି।

ରାହୁଲ୍ ନିଜର ଯନ୍ତ୍ରଣାକୁ ବର୍ଣ୍ଣନା କରି କହିଛନ୍ତି ଯେ କିପରି ସେ ଆଶା ହରାଇ ସାରିଥିଲେ ଏବଂ ଅସହାୟ ହୋଇ ନିଜ ମୃତ୍ୟୁକୁ ଅପେକ୍ଷା କରିଥିଲେ। ରାହୁଲଙ୍କର ଦେହାନ୍ତ ଖବର ଜଣାଶୁଣା ଫିଲ୍ମ ନିର୍ମାତା ଅରବିନ୍ଦ ଗୌର ରବିବାର ନିଜ ଫେସବୁକ୍ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାହୁଲ ବୋହରା ଚାଲିଗଲେ। ମୋର ଜଣେ ପ୍ରତିଭାଶାଳୀ ଅଭିନେତା ଆଉ ନାହିଁ। ଗତକାଲି ରାହୁଲ କହିଥିଲେ ଯେ ‘ମୋତେ ଯଦି ଭଲ ଚିକିତ୍ସା ମିଳିଥାନ୍ତା, ତାହେଲେ ମୁଁ ବଞ୍ଚି ପାରିଥାନ୍ତି । ଗତକାଲି ସନ୍ଧ୍ୟାରେ ତାଙ୍କୁ ରାଜୀବ ଗାନ୍ଧି ହସ୍ପିଟାଲରୁ ଆୟୁଷ୍ମାନ ଦ୍ୱାରକା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା।

ଏହା ପୂର୍ବରୁ ରାହୁଲ ଶନିବାର ନିଜ ଫେସବୁକ୍ ଆକାଉଣ୍ଟ ଜରିଆରେ ଜଣାଇଥିଲେ ଯେ ସେ କେତେ କଷ୍ଟରେ ଅଛନ୍ତି । ରାହୁଲ ନିଜର ଶେଷ ପୋଷ୍ଟରେ ଲେଖିଥିଲେ, ‘ମୋ ବି ଯଦି ଭଲ ଚିକିତ୍ସା ମିଳିଥାନ୍ତ, ତାହେଲେ ହୁଏତ ବଞ୍ଚି ଯାଇଥାନ୍ତି । ଶୀଘ୍ର ଜନ୍ମ ନେବି ଏବଂ ଭଲ କାମ କରିବି । ଏବେ ମୁଁ ହାରି ସାରିଛି ।

ଉତ୍ତରାଖଣ୍ଡରେ ରହୁଥିବା ରାହୁଲ୍ ସୋଶାଲ ମିଡିଆ ଓ ନିଜର ମୋଟିଭେସନାଲ୍ ଭିଡିଓ ପାଇଁ ଖୁବ୍ ଚର୍ଚ୍ଚାରେ ରହୁଥିଲେ । ସେ ନେଟଫ୍ଲିକ୍ସ ଅରିଜିନାଲ୍ ଫିଲ୍ମ ‘ଅନଫ୍ରିଡନ୍‌’ରେ ନଜର ଆସିଥିଲେ । ଗତ ସପ୍ତାହରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ସେ ସୋଶାଲ ମିଡିଆରେ ନିଜର ସ୍ୱାସ୍ଥ୍ୟ ଖବର ଦେଉଥିଲେ ।

ମେ’ ୪ ତାରିଖରେ ରାହୁଲ୍ ଫେସବୁକରେ ପୋଷ୍ଟ କରିଥିଲେ, ମୁଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି । ଲାଗଭାଙ୍ଗ ହସ୍ପିଟାଲରେ ଆଡମିଟ୍ ଅଛି, କିନ୍ତୁ ୪ଟି ଦିନ ହେବ କୌଣସି ରିକଭରୀ ହେଉନାହିଁ । ଏମିତି କୌଣସି ହସ୍ପିଟାଲ ଅଛି, ଯେଉଁଠି ମୋତେ ଅକ୍ସିଜେନ୍ ବେଡ୍ ମିଳିପାରିବ । କାରଣ ଏଠାରେ ମୋର ଅକ୍ସିଜେନ୍ ସ୍ତର ଲଗାତର କମିବାରେ ଲାଗିଛି ଏବଂ କେହି ମୋତେ ଦେଖିବାକୁ ମଧ୍ୟ ନାହାନ୍ତି । ମୁଁ ବହୁତ ବାଧ୍ୟ ହୋଇ ଏହି ପୋଷ୍ଟ କରୁଛି, କାରଣ ଘରଲୋକେ କିଛି ସମ୍ଭାଳି ପାରୁନାହାନ୍ତି ।

The post ମୃତ୍ୟୁ ପୂର୍ବରୁ ଅଭିନେତା ଲେଖିଲେ, ଭଲ ଚିକିତ୍ସା ମିଳିଥିଲେ ବଞ୍ଚିପାରିଥାନ୍ତି, କିନ୍ତୁ… appeared first on Odisha Reporter.



from Odisha Reporter https://ift.tt/3xXDKMr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages