କରୋନାରେ ଆକ୍ରାନ୍ତ ହୋଇ ଦୁଇ ମାସ କୋମାର ରହିଲେ, ଶେଷରେ ସୁସ୍ଥ ହେଲେ ମହିଳା ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

କରୋନାରେ ଆକ୍ରାନ୍ତ ହୋଇ ଦୁଇ ମାସ କୋମାର ରହିଲେ, ଶେଷରେ ସୁସ୍ଥ ହେଲେ ମହିଳା ଡାକ୍ତର

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛା ଶକ୍ତି ଓ ଉପଯୁକ୍ତ ଚିକିତ୍ସା ମିଳିପାରେ ଯେ କୌଣସି ଗୁରୁତର ଲୋକ ମଧ୍ୟ କରୋନାକୁ ମାତ୍‌ ଦେଇପାରିବ। କରୋନା ଯେତେ ଭୟଙ୍କର ହେଲେ ମଧ୍ୟ ସତର୍କ ରହିଲେ ଓ ଭୟଭୀତ ନ ହେଲେ ଏଥିରୁ ମୁକ୍ତି ମିଳିପାରିବ ବୋଲି ୪୦ ବର୍ଷୀୟ ମହିଳା ଡାକ୍ତର ପ୍ରମାଣ କରି ଦେଖାଇଛନ୍ତି।

ଏହି ଡାକ୍ତରଙ୍କ ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏପରି କି ସେ କୋମାକୁ ମଧ୍ୟ ଚାଲି ଯାଇଥିଲେ। ହେଲେ ଦୀର୍ଘ ୨ ମାସର ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ମନୋବଳ ଯୋଗୁ ସେ ପୁଣି ଜୀବିତ ଅବସ୍ଥାରେ ନିଜ ଘରକୁ ଫେରିଛନ୍ତି। ଏବେ ସେ ଜଣେ ସାଧାରଣ ଲୋକଙ୍କ ଭଳି କାମ ମଧ୍ୟ କରିବା ଆରମ୍ଭ କରିଛନ୍ତି।

ଆମେ ଏଠାରେ ବ୍ରିଟେନରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ମହିଳା ଡାକ୍ତର ଅନୁଶା ଗୁପ୍ତାଙ୍କ କଥା କହୁଛୁ। ସେ କୋମାକୁ ଯିବା ପୂର୍ବରୁ ନିଜ ପରିବାର ଲୋକଙ୍କୁ ଆଗରୁ ଗୁଡ଼ବାଏ କହି ସାରିଥିଲେ। ତାଙ୍କୁ ପ୍ରଥମେ ଆଇସିୟୁରେ ରଖାଯାଇଥିଲା ପରେ ସେ ଭେଣ୍ଟିଲେଟରକୁ ଯାଇଥିଲେ। ଶେଷରେ ତାଙ୍କୁ ସବୁଠାରୁ ଉନ୍ନତ ଧରରଣ ଚିକିତ୍ସା ସୁବିଧା ମିଳୁଥିବା Extra Corporal Membrane Oxygenation machine(ଇସିଏମଓ)ରେ ଭିର୍ତ୍ତି କରାଯାଇଥିଲା।

ଇସିଏମଓରେ ସେ ୩୫ ଦିନ କାଳ ରହିଥିଲେ। ଦୀର୍ଘ ଦୁଇ ମାସ ଧରି କୋମାରେ ରହିଥିବା ଡାକ୍ତର ଅନୁଶା ଏବେ କହିଛନ୍ତି, ମୋ ପରିବାର ଲୋକଙ୍କ ପ୍ରାର୍ଥନା ମୋତେ ମୃତ୍ୟୁ ମୁହଁରୁ ଫେରାଇ ଆସିଛନ୍ତି। ମୋ ସ୍ୱାମୀ, ମୋ ଝିଅ ଓ ଅନ୍ୟମାନେ ପ୍ରତିଟି ପର୍ଯ୍ୟାୟରେ ମୋ ସହ ରହି ଆସିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ମୁଁ ପ୍ରାୟ ୧୫୦ ଦିନ ମାଞ୍ଚେଷ୍ଟର ସ୍ଥିତ ହସ୍ପିଟାଲରେ ରହିଛି। ଶେଷରେ ମୁଁ ଘରକୁ ଫେରିଛି ବୋଲି ସେ କହିଛନ୍ତି।

ଡା ଅନୁଶା ନିଜ ୪୦ ତମ ଜନ୍ମଦିନର କିଛି ସପ୍ତାହ ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତବର୍ଷ ମାର୍ଚ୍ଚରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ମଧ୍ୟ ସେ ସୁସ୍ଥ ଥିଲେ। କିନ୍ତୁ ହଠାତ୍‌ ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇଥିଲା। ଏହା ୮୦ ତଳକୁ ଖସି ଯାଇଥିଲା।

ସେ କହିଛନ୍ତି, “ମୁଁ ବହୁତ ଅସୁସ୍ଥ ଥିଲି ଓ ମୋ ଅବସ୍ଥା ଦିନକୁ ଦିନ ଖରାପ ଦିଗରେ ଗତି କରୁଥିଲା। ଆଇସିୟୁରେ ଥିବା ବେଳେ ଡାକ୍ତର ମୋ ପାଖକୁ ଆସିଥିଲେ ଓ ମୋତେ ଭେଣ୍ଟିଲେଟର୍‌ରେ ରଖାଯିବା ଦରକାର ବୋଲି କହିଥିଲେ। ସେ ଏକଥା ଶୁଣି ତାଙ୍କ ସ୍ୱାମୀଙ୍କୁ ହ୍ୱାଟସଆପ୍‌ରେ କଲ କରିଥିଲେ। ଏହି ସମୟରେ ସେ ତାଙ୍କ ୧୮ ମାସର ଝିଅକୁ ଦେଖିବାକୁ କହିଥିଲେ। ଝିଅକୁ ଦେଖିବା ପରେ ମୁଁ ଭେଣ୍ଟିଲେଟରକୁ ଯାଇଥିଲି। ଭେଣ୍ଟିଲେଟର୍‌ରେ ଥିବା ବେଳେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ସୁଧୁରି ନଥିଲା। ଶେଷରେ ମୋତେ ଇସିଏମଓରେ ରଖାଯାଇଥିଲା।”

ଇସିଏମଓ ହେଉଛି ଏମିତି ଏକ ଡାକ୍ତରୀ ବ୍ୟବସ୍ଥା, ଯେଉଁଥିରେ ରୋଗୀଙ୍କ ଫୁସଫୁସକୁ ସକ୍ଷମ କରି ରଖାଯାଇଥାଏ। ଏହା ଦୁଇଟି ଫୁସଫୁସ ଭଳି ରୋଗଙ୍କ ଶରୀରରେ କାମ କରେ। ଇଏସିଏମଓରେ ଥିବା ବେଳେ ପ୍ରଥମେ ଡାକ୍ତର ଅନୁଶାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। କିନ୍ତୁ ଏହାପରେ ସେ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ। ଶେଷରେ ଦୀର୍ଘ ୩୫ ଦିନ ପରେ ସେ ଇଏସିଏମରୁ ବାହାରିଥିଲେ।

The post କରୋନାରେ ଆକ୍ରାନ୍ତ ହୋଇ ଦୁଇ ମାସ କୋମାର ରହିଲେ, ଶେଷରେ ସୁସ୍ଥ ହେଲେ ମହିଳା ଡାକ୍ତର appeared first on Odisha Reporter.



from Odisha Reporter https://ift.tt/3wouvTM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages