ଜେନେଭା: ଚାଇନାରୁ ଉତ୍ପନ୍ନ ହୋଇଥିବା କରୋନା ଭାଇରସ ଏବେ ରୁପ ବଦଳାଉଛି। ଦୀର୍ଘ ଦିନ ଧରି ଗୋଟିଏ ପରିବେଶରେ ରହିବା ପରେ କରୋନା ଏବେ ଅଧିକ ମାରାତ୍ମକ ହୋଇଛି। ଏବେ ଭାରତରେ ଦେଖାଦେଇଥିବା କରୋନାର ଡବଲ ମ୍ୟୁଟାଣ୍ଟ ସାରା ବିଶ୍ୱର ଚିନ୍ତା ବଢ଼ାଇଛି। କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବୁଧବାର କହିଛି ଯେ ଭାରତରେ ଦେଖାଦେଇଥିବା B.1.617 ଭେରିଆଣ୍ଟ ଏବେ ପୃଥିବୀର ୪୪ଟି ଦେଶକୁ ବ୍ୟାପିଛି।
ଏହି ୪୪ଟି ଦେଶରୁ ସଂଗୃହିତ ହୋଇଥିବା ୪୫୦୦ରୁ ଅଧିକ ନମୁନାରେ B.1.617 ଭେରିଆଣ୍ଟ ରହିଥିବା ଦେଖିବାକୁ ମିଳିଛି। ଏହି ଭେରିଆଣ୍ଟ ଗତ ବର୍ଷ ଅକ୍ଟୋବରରେ ପ୍ରଥମେ ଭାରତରେ ଦେଖିବାକୁ ମିଳିଥିଲା।
ଭାରତ ପରେ ବ୍ରିଟେନରେ ଏହି ଭେରିଆଣ୍ଟ ସର୍ବାଧିକ ଦେଖିବାକୁ ମିଳିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଚାଇନାର ଉହାନରେ ପ୍ରଥମେ କରୋନା ଭାଇରସ ଦେଖାଦେଇଥିଲା। ଏବେ କରୋନା ସମୟଚକ୍ରରେ ପରିବର୍ତ୍ତିତ ହୋଇ ଅଧିକ ମାରାତ୍ମକ ହୋଇଛି। କାରଣ ଏହି ଭାଇରସ ମୃତ୍ୟୁ ହାର ବଢ଼ାଇଛି। ପ୍ରଥମେ ଯେତେବେଳେ କରୋନା ବ୍ୟାପିଥିଲା ସେତେବେଳେ ଆକ୍ରାନ୍ତଙ୍କ ଚିକିତ୍ସାରେ ଅକ୍ସିଜେନ ଆବଶ୍ୟକ ପଡ଼ୁନଥିଲା।
ଚଳିତ ସପ୍ତାହରେ ବିଭିନ୍ନ ଦେଶରେ ଯେଉଁଭଳି ଭାବରେ B.1.617 ସଂକ୍ରମିତ ହୋଇଛି ତାହା ଚିନ୍ତାଜନକ। ଏହି ଭେରିଆଣ୍ଟ ବ୍ରିଟେନ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ଭେରିଆଣ୍ଟ ଭଳି ମାରାତ୍ମକ ବୋଲି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।
WHO କହିଛି ଯେ B.1.617 ଯୋଗୁଁ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆମେରିକା ପରେ ଭାରତରେ କୋଭିଡ ସଂକ୍ରମିତ ସର୍ବାଧିକ ରହିଛନ୍ତି। ବୁଧବାର ସକାଳେ କେନ୍ଦ୍ର ସରକାର ପ୍ରକାଶିତ ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୪,୨୦୫ ଜଣ କରୋନାରେ ଆଖୁ ବୁଜିଥିବା ବେଳେ ୩,୪୮,୪୨୧ ଜଣଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ଏହି ଦୈନିକ ସଂକ୍ରମିତ ହାର ୪ ଲକ୍ଷ ଉପରେ କିଛି ଦିନ ରହିଥିଲା। ଏବେ ପ୍ରାୟତଃ ସମସ୍ତ ରାଜ୍ୟ ଲକଡାଇନ୍ ଏବଂ ନାଇଟ୍ କର୍ଫ୍ୟୁ ଆଦି ଲଗାଇବା ପରେ ସଂକ୍ରମିତ ସଂଖ୍ୟା ୪ ଲକ୍ଷରୁ କମୁଥିବା ଦେଖିବାକୁ ମିଳିଛି।
The post କରୋନାର ଡବଲ ମ୍ୟୁଟାଣ୍ଟକୁ ନେଇ WHOର ରିପୋର୍ଟ ବଢ଼ାଇଲା ଚିନ୍ତା appeared first on Odisha Reporter.
from Odisha Reporter https://ift.tt/3vZRvsd
No comments:
Post a Comment