ବିନା ମାସ୍କରେ ପଶିବାରୁ ଗ୍ରାହକଙ୍କୁ ଗୁଳି କଲେ ବ୍ୟାଙ୍କ ସୁରକ୍ଷାକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

ବିନା ମାସ୍କରେ ପଶିବାରୁ ଗ୍ରାହକଙ୍କୁ ଗୁଳି କଲେ ବ୍ୟାଙ୍କ ସୁରକ୍ଷାକର୍ମୀ

ବରେଲି: ଏବେ ବିନା ମାସ୍କରେ କୁଆଡେ ଯିବା ମନା। କୋଭିଡ ପାଇଁ ସୁରକ୍ଷା ଦୃଷ୍ଟିରୁ ଅଫିସ, ଦୋକାନ ଘର, ସପିଂ ମଲରେ ନୋ ମାସ୍କ, ନୋ ଏଣ୍ଟ୍ରି ରହିଛି। ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ବ୍ୟାଙ୍କ ଭିତରକୁ ବିନା ମାସ୍କରେ ଯିବାକୁ ଚେଷ୍ଟା କରି ଗୁଳି ମାଡର ଶିକାର ହୋଇଛନ୍ତି। ଘରୋଇ ସୁରକ୍ଷାକର୍ମୀ ମାସ୍କ ପିନ୍ଧିବା ନେଇ ତାଗିଦ କରିବା ପରେ ବି ବିନା ମାସ୍କରେ ଯାଇଥିଲେ ଯୁବକ ଜଣଙ୍କ। ପରେ ଉତ୍ୟକ୍ତ ସୁରକ୍ଷାକର୍ମୀ ସେହି ଅମାନିଆ ବ୍ୟକ୍ତିଙ୍କୁ ଗୁଳିକରି ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ସେହି ବ୍ୟକ୍ତି ଜଣଙ୍କ ଆହତ ହୋଇ ବ୍ୟାଙ୍କ ଭିତରେ ପଡ଼ିଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତି ଆହତଙ୍କୁ ହସ୍ପିଟାଲ ନେବା ପାଇଁ ବ୍ୟବସ୍ଥା କରିନଥିଲେ।

ଶୁକ୍ରବାର ଏଭଳି ଘଟଣା ଘଟିଛି ୟୁପିର ବରେଲିରେ। ବରେଲିରେ ଥିବା ବ୍ୟାଙ୍କ ଅଫ୍ ବରୋଦାରେ ରାଜେଶ କୁମାର ନାମକ ବ୍ୟକ୍ତି ବିନା ମାସ୍କରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଘରୋଇ କମ୍ପାନୀର ସୁରକ୍ଷାକର୍ମୀ କେଶବ ପ୍ରସାଦ ମିଶ୍ର ତାଙ୍କୁ ଅଟକାଇଥିଲେ। ବିନା ମାସ୍କରେ କେହି ଯାଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲେ ରାଜେଶ କୁମାର। ଯିଏକେ ପେଶାରେ ଜଣେ ରେଳ କର୍ମଚାରୀ। ଏହାପରେ ଉଭୟଙ୍କ ମଧ୍ୟରେ ବିବାଦ ତେଜିଥିଲା। ଏହାପରେ ସୁରକ୍ଷାକର୍ମୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ରାଜେଶଙ୍କ ଗୋଡ ଉପରକୁ ଗୁଳି ମାରିଥିଲେ। ଏହାପରେ ବ୍ୟାଙ୍କ ଭିତରେ ରାଜେଶ ଆହତ ଅବସ୍ଥାରେ ପଡ଼ିଥିଲେ।

ସଙ୍ଗେସଙ୍ଗେ ଘଟଣାସ୍ଥଳରେ ବରେଲିର ଆଇଜିପି ରମିତ ଶର୍ମା, ଏସଏସପି ରୋହିତ ସିଂହ ସଜାଓ୍ୱାନ, ଏସପି ସିଟି ରବୀନ୍ଦ୍ର କୁମାର ସମେତ ଅନ୍ୟାନ୍ୟ ଅଧିକାରୀ ପହଞ୍ଚିଥିଲେ।

ଏସଏସପି କହିଛନ୍ତି ଘରୋଇ ସୁରକ୍ଷାକର୍ମୀଙ୍କ ପାଖରେ ଯଦିଓ ବନ୍ଧୁକ ଲାଇସେନ୍ସ ରହିଛି ହେଲେ ଅଧିକ ଜେରା ପାଇଁ ସ୍ଥାନୀୟ ପୁଲିସ ଅଧିକାରୀ କେଶବଙ୍କୁ ନେଇଯାଇଛନ୍ତି। ସେହିପରି ଆହତ ରାଜେଶଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ବ୍ୟାଙ୍କ ଭିତରେ ଥିବା ଅନ୍ୟାନ୍ୟ ଗ୍ରାହକ ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ପୁଲିସ ଜେରା କରିଛି।

The post ବିନା ମାସ୍କରେ ପଶିବାରୁ ଗ୍ରାହକଙ୍କୁ ଗୁଳି କଲେ ବ୍ୟାଙ୍କ ସୁରକ୍ଷାକର୍ମୀ appeared first on Odisha Reporter.



from Odisha Reporter https://ift.tt/3gY90og

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages