ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ନୟାପଲ୍ଲୀ ପୁଲିସ୍‌ ସହାୟତାରେ ଏହି ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ।

ଘରୋଇ କାମ ପାଇଁ ଏହି ଛୋଟ ଝିଅଟିକୁ ବ୍ରହ୍ମପୁରର ଏକ ଗାଁରୁ ଗତବର୍ଷ ନଭେମ୍ବର ମାସରେ ଅଣାଯାଇଥିଲା। ତାର ବାପା ଜଣେ ରିକ୍ସା ଚାଳକ ହୋଇଥିବା ବେଳେ ମା’ ଘରୋଇ ସହାୟିକା ଭାବେ କାମ କରନ୍ତି।

ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ପୁଅ ହାଇଦ୍ରାବାଦରେ ଏକ ଆଇନ୍ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଆଉ ଝିଅ ଆଇଆରସି ଭିଲେଜରେ ଏକ ଇଂଲିଶ ମିଡିୟମ୍ ସ୍କୁଲ ଚଲାଇଥାନ୍ତି।

ଏତେ ସମ୍ଭ୍ରାନ୍ତ ପରିବାରର ହୋଇ କିଭଳି ଜଣେ ନାବାଳିକାକୁ ଘରୋଇ କାମରେ ବ୍ୟବହାର କରୁଥିଲେ, ତାକୁ ନେଇ ପ୍ରଶ୍ନ ଉଠିଛି। ଯେଉଁମାନେ ଆଇନର ରକ୍ଷା କରିବା କଥା ଓ ଶିଶୁ ଶ୍ରମିକ ଭଳି ପ୍ରଥାକୁ ଦୂର କରିବା କଥା, ସେମାନେ ଘରେ ଶିଶୁ ଶ୍ରମିକ ରଖିବା କଥାକୁ ସମାଲୋଚନା କରାଯାଉଛି। ତେବେ ଏନେଇ ଉକ୍ତ ପୂର୍ବତନ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/3cAl5gH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages