ଲକ୍ଷ୍ନୌ: କରୋନାର ଦ୍ୱିତୀୟ ଲହର ଧିରେ ଧିରେ କମିବାରେ ଲାଗିଛି। ଏହି କାରଣରୁ ବିଭିନ୍ନ ରାଜ୍ୟରେ କଟକଣା ମଧ୍ୟ କିଛିଟା କୋହଳ କରାଯାଇଛି। ତେବେ ଉତ୍ତର ପ୍ରଦେଶ ବାସୀଙ୍କ ପାଇଁ ମଙ୍ଗଳବାର ଆଶ୍ୱସ୍ତିକର ଖବର ଆଣିଛି। ରାଜ୍ୟରେ ଲଗାତର ସଂକ୍ରମଣ ହ୍ରାସ ପାଉଥିବାର ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ସବୁ ଜିଲ୍ଲାକୁ କରୋନା କର୍ଫ୍ୟୁରୁ ମୁକ୍ତ କରିବାକୁ ଘୋଷଣା କରିଛନ୍ତି। ଏଥିସହ ରାଜ୍ୟରେ ଦୋକାନ ବଜାର ଖୋଲିବାର ସମୟସୀମାକୁ ମଧ୍ୟ ବଢ଼ାଇ ଦିଆଯାଇଛି। ବୁଧବାରଠାରୁ ଏହା ଲାଗୁ ହେବ।
ରାଜ୍ୟରେ ଅନଲକ୍ ଲାଗୁ ହେବା ପରେ ଏବେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ବଜାର ଖୋଲା ରହିବ। ତେବେ ପୂର୍ବପରି ରାତ୍ରକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ। ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ରହିବ। ତେବେ ରାଜ୍ୟରେ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ଦୋକାନ ବଜାର ଖୋଲା ରହିବ। କୌଣସି ପ୍ରକାରର ଅବହେଳା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କରୋନା କର୍ଫ୍ୟୁ ହଟିବା ପରେ ମଧ୍ୟ ଅନେକ କଟକଣା ଲାଗୁ ରହିବ। ଶପିଂ ମଲ୍, ଜିମ୍, ସ୍ପା ସେଣ୍ଟର, ସିନେମା ହଲ୍, ମଲ୍ଟି ପ୍ଲେକ୍ସ, କୋଚିଂ ସେଣ୍ଟର, ସ୍କୁଲ ଓ କଲେଜ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ତେବେ ରେଷ୍ଟୁରାଷ୍ଟରେ ପୂର୍ବଭଳି ଅନଲାଇନ୍ ଡେଲିଭରୀର ସୁବିଧା ରହିବ।
ୟୁପି ସରକାରଙ୍କର ଟ୍ରେସ, ଟେଷ୍ଟ ଓ ଟ୍ରିଟମେଣ୍ଟର ନୀତି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ଏହାଦ୍ୱାରା କରୋନା ସଂକ୍ରମଣ ମାମଲା ଲଗାତର କମ୍ ହେଉଛି। ଯାହା ଫଳରେ ୨୫ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଯେକିତି ଆକ୍ଟିଭ୍ ମାମଲା ରହିଛି, ସେତିକି ଅନ୍ୟ ରାଜ୍ୟରେ ନୂଆ ମାମଲା ଚିହ୍ନଟ ହେଉଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ଟିଭ୍ ମାମଲା ୧୪ହଜାର ରହିଛି।
ରାଜ୍ୟର ମୀରଟ, ଲକ୍ଷ୍ନୌ ଓ ଗୋରଖପୁରରେ ମାତ୍ର ୬୦୦ରୁ କମ୍ ଆକ୍ଟିଭ୍ ମାମଲା ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨.୮୫ ଲକ୍ଷ ଲୋକଙ୍କର କରୋନା ଟେଷ୍ଟ କରାଯାଇଛି, ଯେଉଁଥିରୁ ମାତ୍ର ୭୯୭ ଲୋକ ସଂକ୍ରମିତ ହୋଇଛନ୍ତି। ଏବେ ରାଜ୍ୟରେ ପଜିଟିଭିଟି ହାର ୦.୨ ପ୍ରତିଶତ ଓ ରିକଭରୀ ହାର ୯୭.୧ ପ୍ରତିଶତ ହୋଇଛି।
ଉତ୍ତର ପ୍ରଦେଶରେ ଯୋଗୀ ସରକାର ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସମସ୍ତ ୭୫ ଜିଲ୍ଲାରେ ଆଂଶିକ କରୋନା କର୍ଫ୍ୟୁ ଜାରି କରିଥିଲେ। ଏହାସହ ନାଇଟ୍ କର୍ଫ୍ୟୁ ଏବଂ ଶନିବାର ଓ ରବିବାର ସପ୍ତାହାନ୍ତ ଶଟଡାଉନ୍ ମଧ୍ୟ କରିଥିଲେ। ଯାହା ଫଳରେ ଆଜି ରାଜ୍ୟରେ କରୋନା ମାମଲା ଅନେକ ମାତ୍ରାରେ ହ୍ରାସ ପାଇଛି।
The post ସବୁ ଜିଲ୍ଲାରୁ ହଟିଲା କର୍ଫ୍ୟୁ, ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଖୋଲିବ ବଜାର appeared first on Odisha Reporter.
from Odisha Reporter https://ift.tt/3io2R5N
No comments:
Post a Comment