କେନ୍ଦ୍ର ସରକାର ‘ସ୍କିଜୋଫେନିଆ’ରେ ଆକ୍ରାନ୍ତ: ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 5, 2021

କେନ୍ଦ୍ର ସରକାର ‘ସ୍କିଜୋଫେନିଆ’ରେ ଆକ୍ରାନ୍ତ: ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍

ମୁମ୍ୱାଇ: କେନ୍ଦ୍ର ସରକାର କରୋନା ସଂକ୍ରମଣରୁ ରୋକିବା ଦିଗରେ କାମ କରିବା ଦରକାର। ଏଭଳି ନକରି ନିଜ କାମ ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରିବା ଠିକ୍ ନୁହେଁ। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଅନ୍ୟ ଦେଶର ସରକାର ତୁଳନାରେ ମୋଦି ସରକାର ଦ୍ୱିତୀୟ ଲହରକୁ କମ୍ ସମୟରେ ନିୟନ୍ତ୍ରଣକୁ ଆଣିଛନ୍ତି। ଶାହଙ୍କ ଏପରି ମନ୍ତବ୍ୟ ପରେ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ ଏଭଳି ମତ ରଖିଛନ୍ତି।

ସରକାରଙ୍କ ଏଭଳି ଆଚରଣକୁ ମେଡିକାଲ ଭାଷାରେ ‘ସ୍କିଜୋଫେନିଆ’ ବୋଲି କୁହାଯାଏ ବୋଲି ସେନ୍ କହିଛନ୍ତି। ଏହି ରୋଗ ଯେଉଁମାନଙ୍କ ପାଖରେ ଦେଖାଯାଏ ସେମାନେ ଗୁରୁତର ମାନସିକ ରୋଗରେ ରହିଥାନ୍ତି। ଯେଉଁଥିରେ ରୋଗୀ ପ୍ରକୃତ ଏବଂ କଳ୍ପନା ଜଗତ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାରେ ଅସମର୍ଥ ରହିଥାଏ।

ଶୁକ୍ରବାର ବିଳମ୍ବିତ ରାତିରେ ଏହି ବିଶିଷ୍ଟ ଅର୍ଥନୀତିଜ୍ଞ ରାଷ୍ଟ୍ର ସେବା ଦଳ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଔଷଧ ଉତ୍ପାଦନର କୌଶଳ ତଥା ରୋଗ ପ୍ରତିରୋଧ ଶକ୍ତି ଶୀଘ୍ର ଥିବାରୁ ଭାରତ ଭଲ ସ୍ଥିତିରେ ଅଛି। ତେବେ କରୋନାର ଦ୍ୱିତୀୟ ଲହର କାହିଁକି ଆସିଲା ସେ ନେଇ ମତ ରଖି ଏହି ବିଶିଷ୍ଟ ଅର୍ଥନୀତିଜ୍ଞ କହିଛନ୍ତି, ବହୁ ପୂର୍ବରୁ “ବିଜୟୀ” ହେବାର ଲକ୍ଷ୍ୟକୁ ଆଖି ଆଗରେ ରଖିବାରୁ କରୋନାର ଦ୍ୱିତୀୟ ଲହର ସୃଷ୍ଟି ହୋଇଛି। ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ବଢ଼ିବା ପରେ ସରକାର ଦ୍ୱନ୍ଦ୍ୱରେ ଥିଲେ। ତେଣୁ ବିପତ୍ତି ସମୟରେ ସରକାର ଠିକ୍ ଭାବରେ ପରିଚାଳନା କରିପାରିନଥିଲେ। ସରକାର ଶ୍ରେୟ ନେବା ପରିବର୍ତ୍ତେ କରୋନା କିଭଳି ଆଗକୁ ବିସ୍ତାର ନକରିବ ସେ ବାବଦରେ ସୁନିଶ୍ଚିତ କରିବା ଦରକାର।

ହାବାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଏବଂ ଦାର୍ଶନିକ ବିଭାଗର ପ୍ରଫେସର ଥିବା ସେନ୍ କହିଛନ୍ତି ଯେ ଭାରତ ସାମାଜିକ ଅସମାନତା, ଧିମା ଅଭିବୃଦ୍ଧି ଏବଂ ବେକାରୀ ସମସ୍ୟା ସହ ସଂଗ୍ରାମ କରୁଛି। ଯାହା ଏହି ମହାମାରୀ ସମୟରେ ଅଧିକ ବୃଦ୍ଧି ପାଇଛି।

୧୭୬୯ ମସିହାରେ ଆଡମ ସ୍ମିଥଙ୍କ ଦ୍ୱାରା ଲେଖାଯାଇଥିବା ଏକ ଆର୍ଟିକିଲକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ଯଦି କେହି ଭଲ କାମ କରେ, ତେବେ ଏହାର ଶ୍ରେୟ ମିଳିଯାଏ। ଆଉ ଏହି ଶ୍ରେୟର ପରିମାଣରୁ ଜଣାପଡ଼େ ସେ ବ୍ୟକ୍ତି କେତେ ଭଲ କାମ କରିଛନ୍ତି। କିନ୍ତୁ  ଶ୍ରେୟ ପାଇବାକୁ ଚେଷ୍ଟା କରିବା ଏବଂ ଶ୍ରେୟ ପାଇବାକୁ ଚେଷ୍ଟା କରି ଭଲ କାମ ନକରିବା ଏହା ସେହି ବ୍ୟକ୍ତିର ଅବସାଦକୁ ଦର୍ଶାଏ। ଭାରତ ଏଭଳି କରିବାକୁ ଚେଷ୍ଟା କରିଛି। ଯାହାକୁ ଏଡାଇବା ଉଚିତ୍।

The post କେନ୍ଦ୍ର ସରକାର ‘ସ୍କିଜୋଫେନିଆ’ରେ ଆକ୍ରାନ୍ତ: ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ appeared first on Odisha Reporter.



from Odisha Reporter https://ift.tt/2SXioic

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages