ରେଳବାଇର ଢାଞ୍ଚାଗତ ପ୍ରକ୍ରିୟା ବଦଳାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

ରେଳବାଇର ଢାଞ୍ଚାଗତ ପ୍ରକ୍ରିୟା ବଦଳାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ:  ଭାରତୀୟ ରେଳବାଇକୁ ୭୦୦ ମେଗାହର୍ଜ ବ୍ୟାଣ୍ଡର ୫ ମେଗାହର୍ଜ ସ୍ପେକ୍ଟ୍ରମ୍‍ ଆବଣ୍ଟନ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। “ଆତ୍ମନିର୍ଭର ଭାରତ” ମିଶନକୁ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ଦ୍ୱାରା ଟ୍ରେନ୍‍ ଚଳାଚଳ ଅଧିକ ନିରାପଦ ଓ ସୁରକ୍ଷିତ ହୋଇପାରିବ। ରେଳବାଇ କାର୍ଯ୍ୟ ଏବଂ ନିରାପତ୍ତାରେ ରଣନୀତିକ ପରିବର୍ତ୍ତନ ଘଟାଇବ ଏବଂ ଲୋକୋ ପାଇଲଟ ଏବଂ ଗାର୍ଡ଼ମାନଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ ହୋଇପାରିବ। ଏଭଳି ହେଲେ ଟ୍ରେନ ଚଳାଚଳର ନିରାପତ୍ତା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି କେନ୍ଦ୍ର ସରକାର ଆଶାବାଦୀ ଅଛନ୍ତି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ଆନୁମାନିକ ୨୫,୦୦୦ କୋଟି ଟଙ୍କା ନିବେଶ କରାଯିବ। ଏହି ପ୍ରକଳ୍ପ ୫ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରାଯିବ ବୋଲି ଜଣାପଡ଼ିଛି। ଏହାବାଦ ରେଳବାଇ ଟ୍ରେନ୍‍ ଧକ୍କା ଆଶଙ୍କାକୁ ଏଡାଇବା ବ୍ୟବସ୍ଥାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି ଯାହାକି ନିଜସ୍ୱ ଭାବେ ବିକଶିତ ଏକ ବ୍ୟବସ୍ଥା ଓ ତାହା ଟ୍ରେନ୍‍ ଧକ୍କାକୁ ଏଡ଼ାଇବା ସହ ଯାତ୍ରୀମାନଙ୍କୁ ଅଧିକ ସୁରକ୍ଷିତ କରିପାରିବ।

ଏହା ଦ୍ୱାରା ରେଳବାଇର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥାରେ ରଣନୀତିକ ପରିବର୍ତ୍ତନ ଘଟିପାରିବ। ଏବେ କାର୍ଯ୍ୟ କରୁଥିବା ଆଧାରଭୂତ ଢାଞ୍ଚାକୁ ଅଧିକ ଉପଯୋଗୀ କରିବା ସହିତ ଅଧିକ ଟ୍ରେନକୁ ସମାଯୋଜନ କରିବା ନିମନ୍ତେ ଲାଇନ କ୍ଷମତା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ସୁରକ୍ଷିତ କରିବାରେ ସହାୟକ ହେବ। ଆଧୁନିକ ରେଳ ନେଟୱାର୍କ ପ୍ରସ୍ତୁତ ହେବା ଦ୍ୱାରା ପରିବହନ ଭଡ଼ା ମଧ୍ୟ କମ୍‍ ହେବ ଏବଂ ପରିବହନ କ୍ଷମତାରେ ସୁଧାର ଆସିପାରିବ। ଏଥି ସହ ବହୁରାଷ୍ଟ୍ରୀୟ ଉଦ୍ଦ୍ୟୋଗୀମାନଙ୍କୁ ‘ମେକ୍‍ ଇନ୍‍ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଭାରତରେ କାର୍ଯ୍ୟକାରୀ ହେଉଥିବା ବିନିର୍ମାଣ କାର୍ଯ୍ୟରେ ସାମିଲ ହେବାକୁ ମଧ୍ୟ ଆକର୍ଷିତ କରିବ।

ଭାରତୀୟ ରେଳ ନିମନ୍ତେ ଏଲଟିଇର ଉଦ୍ଦେଶ୍ୟ ହେଲା ପରିଚାଳନା, ନିରାପତ୍ତା ଓ ସୁରକ୍ଷା ସହିତ ସଂଶ୍ଳିଷ୍ଟ ଏପ୍ଲିକେଶନ୍‍ ନିମନ୍ତେ ସୁରକ୍ଷିତ ତଥା ନିର୍ଭରଯୋଗ୍ୟ ଭଏସ୍‍, ଭିଡ଼ିଓ ଏବଂ ଡାଟା ସଂଚାର ସେବା ପ୍ରଦାନ କରିବା । ଏହାର ଉପଯୋଗ ଆଧୁନିକ ସିଗ୍ନାଲିଂ ଏବଂ ଟ୍ରେନ ସୁରକ୍ଷା ପ୍ରଣାଳୀଗୁଡ଼ିକ ନିମନ୍ତେ କାର୍ଯ୍ୟକାରୀ କରାଯିବ ଏବଂ ଲୋକୋ ପାଇଲଟ୍‍ ତଥା ରେଳଗାଡ଼ିମାନଙ୍କ ମଧ୍ୟରେ ବାଧାମୁକ୍ତ ସଂଚାର ସୁନିଶ୍ଚିତ କରିବା ନିମନ୍ତେ କାର୍ଯ୍ୟକାରୀ କରାଯିବ । ଏହି ଇଣ୍ଟରନେଟ ଅଫ୍‍ ଥିଙ୍ଗସ୍‍ (ଆଇଓଟି) ଆଧାରିତ ରିମୋଟ ମନିଟରିଂ ବିଶେଷ ଭାବେ କୋଚ୍‍, ୱାଗନ ଓ ଲୋକୋ ଉପରେ ଦୃଷ୍ଟି ରଖିପାରିବ ଏବଂ ଟ୍ରେନର ଡବାଗୁଡ଼ିକରେ ସିସିଟିଭି କ୍ୟାମେରାର ଜୀବନ୍ତ ଭିଡ଼ିଓ ଫିଡ଼୍‍, ଟ୍ରେନକୁ ସୁରକ୍ଷିତ ରଖିବା ଏବଂ ଦ୍ରୁତ ସଂଚାଳନକୁ ସୁନିଶ୍ଚିତ କରିବା ଲାଗି ସକ୍ଷମ ହୋଇପାରିବ ।

ଏଥିପାଇଁ ‘ଟ୍ରାଇ’ର ଅନୁମୋଦନ ଅନୁସାରେ ସ୍ୱଦେଶୀ ଉପଯୋଗ ଉପରେ ରୟାଲ୍ଟି ଶୁଳ୍କ ଏବଂ ଲାଇସେନ୍ସ ଶୁଳ୍କ ନିମନ୍ତେ ଦୂରସଂଚାର ବିଭାଗ ଦ୍ୱାରା ନିର୍ଦ୍ଧାରିତ ଫର୍ମୁଲା ଆଧାରରେ ସ୍ପେକ୍ଟ୍ରମ୍‍ ଶୁଳ୍କ ଧାର୍ଯ୍ୟ କରାଯାଇପାରିବ।

The post ରେଳବାଇର ଢାଞ୍ଚାଗତ ପ୍ରକ୍ରିୟା ବଦଳାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ appeared first on Odisha Reporter.



from Odisha Reporter https://ift.tt/3wfqtgY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages