ପୌରାଞ୍ଚଳର ଠିକା, ସାମୟିକ କର୍ମଚାରୀଙ୍କୁ ଇଏସ୍ଆଇରେ ସାମିଲ କରିବାକୁ କେନ୍ଦ୍ର ନେଲା ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 10, 2021

ପୌରାଞ୍ଚଳର ଠିକା, ସାମୟିକ କର୍ମଚାରୀଙ୍କୁ ଇଏସ୍ଆଇରେ ସାମିଲ କରିବାକୁ କେନ୍ଦ୍ର ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ସବୁ ପୌରାଞ୍ଚଳର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ/ ଶ୍ରମିକଙ୍କୁ କର୍ମଚାରୀ ରାଜ୍ୟ ବୀମା (ଇଏସଆଇ)ରେ ସାମିଲ୍ କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର। ମନ୍ତ୍ରୀ ଗଙ୍ଗୱାର କହିଛନ୍ତି ଯେ, କର୍ମଚାରା ରାଜ୍ୟ ବୀମା ଆଇନ୧୯୪୮ (ଇଏସଆଇ ଆକ୍ଟ) ଅନୁସାରେ ଦେଶର ସବୁ ପୌରାଞ୍ଚଳର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ/ ଶ୍ରମିକ ଏହି ସୁବିଧା ପାଇବେ। ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶକ୍ରମେ ଏହି ସୁବିଧା ଏହି ବର୍ଗର କର୍ମଚାରୀମାନଙ୍କୁ ପ୍ରଦାନ କରିବାକୁ ଇଏସ୍‌ଆଇ କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଇଏସ୍‌ଆଇ ନିଗମ ନିଜ ନିଜର ଅଧିକାରଭୁକ୍ତ ଅଞ୍ଚଳ ବା ରାଜ୍ୟରେ ଏହି ମର୍ମରେ ଆବଶ୍ୟଭ ବିଜ୍ଞପ୍ତି ପ୍ରକାଶ କରିବେ।

କେନ୍ଦ୍ର ସରକାରଙ୍କ ୧୯୪୮ ଇଏସ୍‌ଆଇ ଆଇନ ଅନୁସାରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌର ପରିଷଦ ନିଗମ ଓ ପୌରାଞ୍ଚଳ ଚୁକ୍ତିଭିତ୍ତିକ କର୍ମଚାରୀ, ସାମୟିକ ଶ୍ରମିକଙ୍କ ସହିତ ଏହିସବୁ ପରିଷଦ ସହ ସମ୍ପୃକ୍ତ ହୋଇ କାର୍ଯ୍ୟ କରୁଥିôବା ସଂସ୍ଥା ଓ ପ୍ରତିଷ୍ଠାନର ସମାନ ଧରଣର କର୍ମଚାରୀଙ୍କୁ ମଧ୍ୟ ଇଏସ୍‌ଆଇ ସୁବିଧା ମିଳିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।

ଦିଲ୍ଲୀ, ଜାତୀୟ ରାଜଧାନୀ କ୍ଷେତ୍ର ଅଧୀନରେ ଆସୁଥିବାରୁ ଏହା କେନ୍ଦ୍ର ସରକାରଙ୍କ କ୍ଷମତା ପରିସରରେ ରହିଛି। ତେଣୁ ଦିଲ୍ଲୀର ପୌରନିଗମ/ପରିଷଦ ବା ମହାନଗର ପାଳିକାର ଚୁକ୍ତିଭିତ୍ତିକ ସାମୟିକ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ନିୟମ କାର୍ଯ୍ୟକାରୀ କରିବେ। ଏଥିପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ୨୦୨୧ଜୁନ ୭ ତାରିଖରେ ଏ ସଂକ୍ରାନ୍ତ ଆବଶ୍ୟକ  ବିଜ୍ଞପ୍ତି ପ୍ରକାଶ କରି ଇଏସ୍‌ଆଇ ନିୟମ ସମ୍ପୃକ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ କରିଛନ୍ତି। ଏହା ଦିଲ୍ଲୀର ସବୁ ପୌରନିଗମ/ ପରିଷଦ ପାଇଁ ପ୍ରଯୁଜ୍ୟ।

ମନ୍ତ୍ରୀ ଗଙ୍ଗୱାର କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ବହୁ ସଂଖ୍ୟାରେ ଚୁକ୍ତିଭିତିକ ଓ ସାମୟିକ କର୍ମଚାରୀ ନିଯୁକ୍ତ କରୁଛନ୍ତି । ତେବେ ଏହିସବୁ କର୍ମଚାରୀ ନିୟମିତ ହୋଇ ନ ଥିବାରୁ ସେମାନେ ସାମାଜିକ ନିରାପତ୍ତା ବ୍ୟବସ୍ଥାରୁ ବଞ୍ଚିତ ହୋଇ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ଦୁଃଖ ଲାଘବ କରିବାକୁ ସରକାରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଏହା ଫଳରେ ସମ୍ପୃକ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସାମାଜିକ ସୁରକ୍ଷା ପାଇବେ ଏବଂ ଏହି ନିଷ୍ପତି ସମ୍ପୃକ୍ତ ବର୍ଗର ଶ୍ରମିକଙ୍କ ସ୍ୱାର୍ଥ ରକ୍ଷାରେ ବିଶେଷ ସହାୟକ ହେବ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ସବୁ ପୌରାଞ୍ଚଳ/ପରିଷଦର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ଇଏସ୍‌ଆଇ ଆଇନ ଅନୁସାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଲାଭ କରିବେ। ଏହି ସୁବିଧା ମଧ୍ୟରେ ଅସୁସ୍ଥତାଜନିତ ଲାଭ, ମାତୃତ୍ୱ କାଳୀନସୁବିଧା, ନିର୍ଭରଶୀଳଙ୍କୁ ସୁବିଧା ଯୋଗାଣ, ଶେଷକୃତ୍ୟଜନିତ ସହାୟତା ଆଦି ଅନ୍ତର୍ଭୁକ୍ତ । ଏହା ସହିତ ସମ୍ପୃକ୍ତ କର୍ମଚାରୀ ଦେଶର ୧୬୦ ଇଏସ୍‌ଆଇ ହସ୍‌ପିଟାଲ ଓ ୧୫୦୦ରୁ ଅଧିକ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାରିପାରିବେ।

The post ପୌରାଞ୍ଚଳର ଠିକା, ସାମୟିକ କର୍ମଚାରୀଙ୍କୁ ଇଏସ୍ଆଇରେ ସାମିଲ କରିବାକୁ କେନ୍ଦ୍ର ନେଲା ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3wfTwkr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages