ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବସିଥିବା କ୍ୟାବିନେଟ ବୈଠକରେ ଋଣ ଗ୍ୟାରେଣ୍ଟି ଯୋଜନା (ଏଲଜିଏସସିଏଏସ)କୁ ଅନୁମତି ମିଳିଛି। ଏହି ଯୋଜନାରେ ଯେଉଁକ୍ଷେତ୍ର ଗୁଡ଼ିକ କୋଭିଡରେ ପ୍ରଭାବିତ ହୋଇଥିବ ସେହି ସଂସ୍ଥା ଗୁଡ଼ିକୁ ଜରୁରୀକାଳୀନ ଭାବରେ ଋଣ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲହର ବେଳେ ବିଶେଷ କରି ସ୍ଵାସ୍ଥ୍ୟ ସେବା କ୍ଷେତ୍ର ପ୍ରଭାବିତ ହୋଇଛି। ତେଣୁ ଏହି ଯୋଜନା ଦ୍ୱାରା ସ୍ଵାସ୍ଥ୍ୟ/ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ପୂର୍ବରୁ ଥିବା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଗ୍ୟାରେଣ୍ଟି ସହିତ ପାଣ୍ଠି ଯୋଗାଣ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି।
କ୍ୟାବିନେଟ ମଧ୍ୟ ଉନ୍ନତ ସ୍ଵାସ୍ଥ୍ୟ ସେବା ସହ ଆନୁସଙ୍ଗିକ ଭାବେ ଜଡ଼ିତ ଅନ୍ୟ କ୍ଷେତ୍ର ବା ଋଣଦାତାଙ୍କ ପାଇଁ ଆଉ ଏକ ଯୋଜନା ଆରମ୍ଭ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି। ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଏହାର ବିସ୍ତୃତ ପ୍ରକ୍ରିୟା ଚୂଡ଼ାନ୍ତ କରାଯିବ।
କୋଭିଡର ଦ୍ୱିତୀୟ ଲହର ବେଳେ ଦେଶରେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବକୁ ଦୃଷ୍ଟିରେ ରଖି ଓ ଅସାଧାରଣ ପରିସ୍ଥିତିର ମୁକାବିଲା କରିବା ଲାଗି ଏକ ବିଶେଷ ପଦକ୍ଷେପ ସ୍ୱରୂପ ଏଲଜିଏସସିଏଏସ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଅନୁମୋଦିତ ଯୋଜନା ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏଲଜିଏସସିଏଏସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଋଣ ବିପତ୍ତିର ଆଂଶିକ ମୁକାବିଲା (ମୁଖ୍ୟତଃ ନିର୍ମାଣ ବିପତ୍ତି) କରିବା ଏବଂ କମ ସୁଧ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦେବା।
ସେହିପରି ଜରୁରିକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ) ଅନ୍ତର୍ଗତ ଅତିରିକ୍ତ ୧,୫୦,୦୦୦ କୋଟି ଟଙ୍କାର ପାଣ୍ଠି ଯୋଗାଣକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି। ୩୦.୦୯.୨୦୨୧ ପର୍ଯ୍ୟନ୍ତ ସୁନିଶ୍ଚିତ ଜରୁରିକାଳୀନ ଋଣ ଯୋଗାଣ (ଜିଇସିଏଲ) ଅନ୍ତର୍ଗତ ମଞ୍ଜୁରିପ୍ରାପ୍ତ ସମସ୍ତ ଋଣ କିମ୍ବା ଜିଇସିଏଲ ଅଧୀନରେ ମଞ୍ଜୁର ହୋଇଥିବା ପରିମାଣ ୪ ଲକ୍ଷ ୫୦ ହଜାର କୋଟି ଟଙ୍କା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ, ଯାହା ପ୍ରଥମେ ହୋଇଥିବ, କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବ।
The post କୋଭିଡ ପ୍ରଭାବିତ ସେକ୍ଟର ପାଇଁ ଋଣ ଗ୍ୟାରେଣ୍ଟି ଯୋଜନାକୁ ମଞ୍ଜୁରି ଦେଲା କ୍ୟାବିନେଟ appeared first on Odisha Reporter.
from Odisha Reporter https://ift.tt/3wdx1M5
No comments:
Post a Comment