ନିଶାଙ୍କୁ ମାଡ଼ ମାରିଥିଲେ କି କରନ୍‌? ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ରକ୍ତାକ୍ତ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ନିଶାଙ୍କୁ ମାଡ଼ ମାରିଥିଲେ କି କରନ୍‌? ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ରକ୍ତାକ୍ତ ଫଟୋ

ମୁମ୍ବାଇ: ଲୋକପ୍ରିୟ ଟିଭି ଶେ’ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ୍ ଅଭିନେତା କରନ୍ ମେହରା ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ରାୱଲ। ଉଭୟଙ୍କ ବିବାହରେ ୯ ବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏହି ଦୁଇ ସ୍ୱାମୀ-ସ୍ତ୍ରୀଙ୍କ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି। କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ଜାଣିବା ଏବେ ମୁସ୍‌କିଲ୍ ହୋଇପଡିଛି। ସ୍ୱାମୀ କରନ୍‌ଙ୍କ ଉପରେ ନିଶା ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ସେପଟେ କରନ୍ ମଧ୍ୟ ନିଶା ନିଜେ ନିଜକୁ ଆଘାତ ପଞ୍ଚାଇଥିବା ନେଇ କହୁଛନ୍ତି। ଏସବୁ ଭିତରେ ଏବେ ନିଶାଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋରେ ନିଶାଙ୍କ ମୁଣ୍ଡରେ ଆଘାତ ଲାଗିଛି ଏଥିସହ ତାଙ୍କ ହାତରେ ମଧ୍ୟ ମାଡ ମରାଯାଇଥିବା ଚିହ୍ନ ରହିଛି । ତାଙ୍କ ମୁହଁ ସାରା ରକ୍ତାକ୍ତ ହୋଇଯାଇଛି। ନିଶାଙ୍କ ଏହି ଫଟୋ ବେଶ ଭୟାନକ ଦେଖାଯାଉଛି। ଏହି ଫଟୋକୁ ଦେଖି ଲାଗୁଛି ଯେପରି କରନ୍ ତାଙ୍କୁ ମରାନ୍ତକ ଭାବେ ମାଡ ମାରିଛନ୍ତି। ନିଶାଙ୍କ ଜଣେ ବନ୍ଧୁ ତାଙ୍କର ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ସେଆର କରି ନ୍ୟାୟ ଦାବି କରିଛନ୍ତି। ଏଥିସହ କରନ୍ ମେହେରାଙ୍କ ଅସଲ ମୁଖା ଖୋଲିବେ ବୋଲି ମଧ୍ୟ ସେ କହିଛନ୍ତି।

ନିଶାଙ୍କ ରକ୍ତାକ୍ତ ଫଟୋ ଭାଇରାଲ ହେବାରେ ଲାଗିଛି

ସେ ଆହୁରି କହିଛନ୍ତି, ‘ଅନେକ ବର୍ଷ ଧରି ମୁଁ କରନ୍‌ଙ୍କ ଭୁଲ ଦେଖି ଆସୁଛି। ଶେଷରେ ନିଶା ନିଜ ପାଇଁ ଏବଂ ନିଜ ଛୁଆ ପାଇଁ ସ୍ୱର ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ମୋର ବନ୍ଧୁଙ୍କୁ ଏଭଳି ଅବସ୍ଥାରେ ଦେଖି ମୋତେ ବେଶ୍ କଷ୍ଟ ହେଉଛି । ଆମେ ସମସ୍ତେ ନିଶାଙ୍କ ସହ ଅଛୁ।’

ନିଶାଙ୍କ କହିବା ମୁତାବକ, ତାଙ୍କ ସହ ଏଭଳି ପ୍ରଥମଥର ଘଟିନାହିଁ । କରନ୍ ତାଙ୍କ ଉପରେ ଏହା ପୂର୍ବରୁ ମଧ୍ୟ ହାତ ଉଠାଇଛନ୍ତି। ଅନେକ ବର୍ଷ ଧରି କରନ୍ ତାଙ୍କୁ ମାଡ ମାରୁଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିସହ କରନ୍‌ଙ୍କ ଏକ୍ସଟ୍ରା ମେରିଟାଲ ଅଫେଆର୍ ଥିବା ମଧ୍ୟ ନିଶା ଅଭିଯୋଗ କରିଛନ୍ତି। ସେପଟେ କରନ୍ କିନ୍ତୁ ଅନ୍ୟ କଥା କହିଛନ୍ତି। ସେ କହିଛନ୍ତି ଯେ, ନିଶାଙ୍କ ମିସ୍‌କ୍ୟାରେଜ୍ ହେବା ପରେ ସେ ମସ୍ତିଷ୍କ ରୋଗରେ ପିଡୀତ। ତେବେ କିଏ ସତ କହୁଛି ଏବଂ କିଏ ମିଛି ତାହା ଜଣାପଡୁ ନାହିଁ।

ଅନ୍ୟପଟେ ଇଣ୍ଡଷ୍ଟ୍ରୀର ଅନେକ ଲୋକ ନିଶାଙ୍କ ସପକ୍ଷରେ ଠିଆ ହୋଇଛନ୍ତି। କଶ୍ମୀରା ଶାହାଙ୍କ ଠାରୁ ଆରମ୍ଭ କରି ବଡ ବଡ ଷ୍ଟାର୍‌ମାନେ ନିଶାଙ୍କୁ ସମର୍ଥନ ଜଣାଇଛନ୍ତି।

ସୂଚନା ମୁତାବକ ଘରୋଇ ହିଂସା ଅଭିଯୋଗରେ ସୋମବାର ଅଭିନେତା କରନ୍ ମେହେରାଙ୍କୁ ପୁଲିସ ଗିରଫ କରିଥିଲା। ହେଲେ ପରେ ତାଙ୍କୁ ବେଲ୍ ମିଲିଥିବା ଜଣାପଡିଛି। ବେଲ୍ ମିଳିବା ପରେ ମିଡିଆ ଆଗରେ ନିଶା ମିଛ କହୁଥିବା ନେଇ ଅଭିଯୋଗ ଆଣିଛନ୍ତି। ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଛ ବୋଳି ସେ କହିଛନ୍ତି।

 

View this post on Instagram

 

A post shared by Rohit K Verma (@rohitkverma)

The post ନିଶାଙ୍କୁ ମାଡ଼ ମାରିଥିଲେ କି କରନ୍‌? ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ରକ୍ତାକ୍ତ ଫଟୋ appeared first on Odisha Reporter.



from Odisha Reporter https://ift.tt/3uIytFI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages