ଲୋକଙ୍କ ସ୍ମୃତି ଓ ଭାବନା ଶକ୍ତିକୁ ପ୍ରଭାବିତ କରୁଛି କରୋନା ଭାଇରସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 10, 2021

ଲୋକଙ୍କ ସ୍ମୃତି ଓ ଭାବନା ଶକ୍ତିକୁ ପ୍ରଭାବିତ କରୁଛି କରୋନା ଭାଇରସ!

ନୂଆଦିଲ୍ଲୀ: ମହମାରୀ କରୋନାର ଆଉ ଏକ ଭୟଙ୍କ ରୂପ ସାମ୍ନାକୁ ଆସିଛି। କରୋନା ଭାଇରସ କେବଳ ଲୋକଙ୍କ ଶ୍ୱାସନଳୀକୁ ନୁହେଁ, ବରଂ ମସ୍ତିସ୍କକୁ ମଧ୍ୟ ପ୍ରଭାବିତ କରୁଛି। ଜଣେ ବ୍ୟକ୍ତିଙ୍କ ମସ୍ତିସ୍କରେ ଥିବା ଧୂଷର ଅଂଶ ବା ଗ୍ରେ ମ୍ୟାଟର କରୋନା ଦ୍ୱାରା ହ୍ରାସ ପାଉଥିବା ସ୍ନାୟୁ ରୋଗ ବିଶେଷଜ୍ଞମାନେ ନୂଆ ଗବେଷଣାରୁ ଜାଣିବାକୁ ପାଇଛନ୍ତି।

ଏହି ଗ୍ରେ ମ୍ୟାଟର ମଣିଷର ସ୍ମରଣ ଶକ୍ତି ଠାରୁ ଆରମ୍ଭ କରି ଭାବନ ଶକ୍ତି ଯାଏ ଥିବା କ୍ଷମତାକୁ ନିୟନ୍ତ୍ରଣ କରିଥାଏ। କରୋନା ଏହି ଗ୍ରେ ମ୍ୟାଟରକୁ ପ୍ରଭାବିତ କରୁଥିବାରୁ ଜଣେ ଆକ୍ରାନ୍ତଙ୍କ ସ୍ମରଣ ଓ ଭାବିବା ଶକ୍ତି ହ୍ରାସ ପାଉଛି।

ଜର୍ଜିଆ ଷ୍ଟେଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଲକ୍ଷଣ ଯୁକ୍ତ କରୋନା ଆକ୍ରାନ୍ତ, ଅକ୍ସିଜେନ ନେଉଥିବା ଲୋକ ଓ ଭେଣ୍ଟିଲେଟରରେ ରହୁଥିବା ଲୋକଙ୍କ ମସ୍ତିସ୍କକୁ କରୋନା ସବୁଠାରୁ ଅଧିକ ପ୍ରଭାବିତ କରିଥାଏ। ଏହି ଗବେଷଣା ରିପୋର୍ଟ ଜର୍ଣ୍ଣାଲ ନ୍ୟୁରୋବାୟୋଲଜି ଅଫ ଷ୍ଟ୍ରେସରେ ପ୍ରକାଶ ପାଇଛି।

Wockhardt ହସ୍ପିଟାଲର ନ୍ୟୁରୋଲଜିଷ୍ଟ ଡା ପବନ ପାଇ କହିଛନ୍ତି, ଗୁରୁତର ଲକ୍ଷଣ ଥିବା କରୋନା ଆକ୍ରାନ୍ତ, ଅକ୍ସିଜେନ କିମ୍ବା ଭେଣ୍ଟିଲେଟରରେ ରହୁଥିବା ଲୋକ ଓ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ଶରୀରରେ ସ୍ନାୟୁ ଜନିତ ସମସ୍ୟା ଦେଖାଯାଉଛି। କରୋନା ଭାଇରସ ଗ୍ରେ ମ୍ୟାଟରସକୁ ହ୍ରାସ କରୁଛି। ଏହି ଗ୍ରେ ମ୍ୟାଟର ମସ୍ତିସ୍କକୁ ସୂଚନା ପହଞ୍ଚାଇଥାଏ, ଜଣେ ବ୍ୟକ୍ତିଙ୍କ ଗତିବିଧିକୁ ନିୟନ୍ତ୍ରଣ କରେ, ସ୍ମରଣ ଶକ୍ତି ଓ ଭାବନା ଶକ୍ତିକୁ କାର୍ଯ୍ୟକ୍ଷମ କରାଇଥାଏ। ଏହା ହ୍ରାସ ପାଇଲେ ଜଣେ ବ୍ୟକ୍ତିଙ୍କ ଶରୀରରେ ସ୍ନାୟୁ ଓ ଯୋଗାଯୋଗ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ବୋଲି ସେ କହିଛନ୍ତି।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡା ବିଏନ ଗଙ୍ଗାଧର କହିଛନ୍ତି, ପୂର୍ବରୁ ମାନସିକ ରୋକ, ହାଇପରଟେନସନ କିମ୍ବା ଓବେସିଟିରେ ପୀଡ଼ିତ ଲୋକଙ୍କ ଶରୀରରେ ଅଧିକ ଦେଖାଯିବାର ଆଶଙ୍କା ରହିଛି। ଆପଣଙ୍କ ମସ୍ତିସ୍କ ଛୋଟ କିମ୍ବା ବଡ଼ ସହ କରୋନାର କୌଣସି ସମ୍ପର୍କ ନଥାଏ। କିନ୍ତୁ ଥରେ କରୋନାରେ ଆକ୍ରାନ୍ତ ହେଲେ, ଏହା ଛୋଟ ମସ୍ତିସ୍କ ଥିବା ଲୋକଙ୍କ ପ୍ରତି ଅଧିକ ଘାତକ ହୋଇଥାଏ ବୋଲି ସେ କହିଛନ୍ତି।

ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି, ମସ୍ତିସ୍କର ଧୂଷର ଅଂଶକୁ କରୋନା ହ୍ରାସ କରୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ। ବିଶେଷ କରି କରୋନାରୁ ସୁସ୍ଥ ହେବା ପରେ ଆମ ଶରୀରରେ ଦେଖାଯାଉଥିବା ଅଲଗା ଲକ୍ଷଣ ଗୁଡ଼ିକୁ ଆମକୁ ଦୃଷ୍ଟି ଦେବାକୁ ପଡ଼ିବ। ଯଦି କିଛି ଅସ୍ୱାଭାବିକ ଲକ୍ଷଣ ଦେଖାଗଲା, ତା’ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇବା ଉଚିତ।

କରୋନାରୁ ସୁସ୍ଥ ହେବା ପରେ ରାତିରେ ୮ରୁ ୯ ଘଣ୍ଟା ଶୋଇବା, ମାନସିକ ଚିନ୍ତାକୁ ଯଥା ସମ୍ଭବ ଦୂରେଇ ରଖିବା, ବ୍ୟାୟମ କରିବା, ମଧୁମେହକୁ ନିୟନ୍ତ୍ରଣ ମଧ୍ୟରେ ରଖିବା, ମସ୍ତିସ୍କକୁ ଠିକ ରଖିବା ପାଇଁ ପଜଲ ସମାଧାନ କରିବା, ଖୁସି କରୁଥିବା ଭଳି କାର୍ଯ୍ୟକ୍ରମ ଦେଖିବା, ପ୍ରୋଟିନ, ଫଳ, ତଟକା ପନିପରିବା ଓ ସୁସ୍ଥକର ଖାଦ୍ୟ ପାଇବାକୁ ପରାମର୍ଶ ଦିଆଯାଇଛି।

The post ଲୋକଙ୍କ ସ୍ମୃତି ଓ ଭାବନା ଶକ୍ତିକୁ ପ୍ରଭାବିତ କରୁଛି କରୋନା ଭାଇରସ! appeared first on Odisha Reporter.



from Odisha Reporter https://ift.tt/3cwvI3Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages