ନୂଆଦିଲ୍ଲୀ: ଯଦିଓ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବୃହତ ବିଜୟ ଲାଭ କରେ। ହେଲେ ସରକାର ଚଳାଇବା ବେଳେ ମୋଦିଙ୍କୁ ବିରୋଧୀ ଏବଂ ସମାଲୋଚକ ଅନେକ ପ୍ରଶ୍ନ କରନ୍ତି। ତେବେ ସମାଲୋଚକଙ୍କ କଥା ପ୍ରଧାନମନ୍ତ୍ରୀ ଶୁଣନ୍ତି କି ନାହଁ ଏହା ସମସ୍ତେ ଜାଣିବାକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ଏହାର ଉତ୍ତର ଏବେ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ନିକଟରେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ସରକାର ଚଳାଇବାକୁ ନେଇ ମୋଦି ହିମନ୍ତଙ୍କୁ କିଛି ଟିପ୍ସ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ହିମନ୍ତ କହିଛନ୍ତି ମୋଦି କିଭଳି ନେଗେଟିଭ୍ ଫିଡବ୍ୟାକର ଉପଚାର କରନ୍ତି।
ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ‘ଜିରୋ ଓଭର’ ଭଳି କନସେପ୍ଟ ଲାଗୁ କରିବାକୁ କହିଛନ୍ତି। ଏହି ସମୟରେ କେବଳ ସରକାରଙ୍କ ବିରୋଧରେ ଆସୁଥିବା ମତାମତ ଓ ପ୍ରତିକ୍ରିୟା ବାବଦରେ ଆଲୋଚନା ହେବ। ଆଉ ଏହାର ସଠିକ୍ ଉପାୟରେ ଉପଚାର ହୋଇପାରିବ।
କ୍ୟାବିନେଟ୍ ମନ୍ତ୍ରୀ ମାନେ ସମସ୍ତ ବିଧାୟକଙ୍କ ଦ୍ୱାରା ସରକାର ବିରୋଧରେ ତିଆରି ହୋଇଥିବା ମାହୋଲ ଓ ମତାମତକୁ ଏକାଠି କରିବେ। ଏହାପରେ ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଏବାବଦରେ କହିବେ। ପରେ କ୍ୟାବିନେଟ ମିଟିଂରେ ଏସବୁ କଥା ତାଙ୍କ ଆଗରେ ଉପସ୍ଥାପନ କରାଯିବ। ଏଭଳି ହେଲେ ସମସ୍ୟାର ସମାଧାନ ସଠିକ୍ ଢ଼ଙ୍ଗରେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିବା ସେ କହିଛନ୍ତି।
ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଗେଟିଭ ଫିଡବ୍ୟାକକୁ ଅଧିକ ଫୋକସ କରନ୍ତି। ହିମନ୍ତ କହିଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀଥିବା ବେଳେ ନରେନ୍ଦ୍ର ମୋଦି ଏହି ଅଭିଜ୍ଞତା ହାସଲ କରିଥିଲେ। ଆଉ ସଫଳ ହୋଇଥିଲେ। ତେଣୁ ଏହି ରଣନୀତି ଆସାମରେ ଲାଗୁ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବା ହିମନ୍ତ କହିଛନ୍ତି। ମିଠା ମିଠା କହିବା ଲୋକ ବହୁତ ମିଳିବେ। ହେଲେ ନେଗେଟିଭ ଶୁଣିବା ଲୋକ ବହୁତ କମ୍ ରହିଥାନ୍ତି। ଯିଏ ନେଗେଟିଭ୍ ଶୁଣିବ ସେ ହିଁ ସମସ୍ୟାର ଚେର ପର୍ଯ୍ୟନ୍ତ ଯାଇ ସମାଧାନ କରିପାରିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସବୁବେଳେ ନେଗେଟିଭ୍ ଫିଡବ୍ୟାକ ଉପରେ ଗୁରୁତ୍ୱ ଦିଅନ୍ତି ବୋଲି ସେ କହିଛନ୍ତି।
The post ପ୍ରଧାନମନ୍ତ୍ରୀ ନେଗେଟିଭ୍ ଫିଡବ୍ୟାକ ଶୁଣନ୍ତି କି? appeared first on Odisha Reporter.
from Odisha Reporter https://ift.tt/3uNU5Ax
No comments:
Post a Comment