ଗୁଗୁଲି ମାରିଲେ ପ୍ରଶାନ୍ତ: ବିଜେପିକୁ ଚ୍ୟାଲେଞ୍ଜ କରିପାରିବେନି ୩ୟ ସାମ୍ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ଗୁଗୁଲି ମାରିଲେ ପ୍ରଶାନ୍ତ: ବିଜେପିକୁ ଚ୍ୟାଲେଞ୍ଜ କରିପାରିବେନି ୩ୟ ସାମ୍ମୁଖ୍ୟ

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀ ଦଳଗୁଡ଼ିକୁ ଗୁଗୁଲି ମାରିଛନ୍ତି। ସେ ଆସନ୍ତା ସାଧାରଣ ନିର୍ବାଚନ ବେଳେ କୌଣସି ବିରୋଧ ଦଳଗୁଡ଼ିକ ପାଇଁ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ବିଜେପି ବିରୋଧରେ କୌଣସି ସମ୍ଭାବ୍ୟ ତୃତୀୟ କିମ୍ବା ୪ର୍ଥ ସାମ୍ମୁଖ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ତାଙ୍କର ବିଶ୍ୱାସ ନଥିବା ପ୍ରଶାନ୍ତ କିଶୋର କହିଛନ୍ତି। ବର୍ତ୍ତମାନ ରାଜନୀତିକ ପରିସ୍ଥିତିରେ ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ସେ କୌଣସି ପ୍ରକାରର ଚିନ୍ତା କରିନାହାନ୍ତି ବୋଲି ମଧ୍ୟ କହିଛନ୍ତି।

ପ୍ରଶାନ୍ତ କିଶୋର ଗତକାଲି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ଦୀର୍ଘ ୩ ଘଣ୍ଟା କାଳ ବୈଠକ କରିଥିଲେ। ଏହାପରେ ଶରଦ ପାୱାର ଆଜି ୧୫ଟି ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ କରିବେ ବୋଲି କହିଛନ୍ତି। ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟକୁ ନେଇ ଚର୍ଚ୍ଚା ହେଉଛି।

ଏସବୁ ଭିତରେ ପ୍ରଶାନ୍ତ କିଶୋର ବିଜେପି ବିରୋଧରେ ଗଠନ ହେବାକୁ ଥିବା ତୃତୀୟ ସାମ୍ମୁଖ୍ୟ ପାଇଁ ୨୦୨୪ରେ ରଣନୀତିଜ୍ଞ ସାଜିବେ ବୋଲି କୁହାଯାଉଥିଲା। ହେଲେ ପ୍ରଶାନ୍ତ କିଶୋର ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ସେ ଗୋଟିଏ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, “ମୁଁ ତୃତୀୟ କିମ୍ବା ୪ର୍ଥ ସାମ୍ମୁଖ୍ୟରେ ବିଶ୍ୱାସ କରେନାହିଁ। ତୃତୀୟ କିମ୍ବା ୪ର୍ଥ ସାମ୍ମୁଖ୍ୟ ବିଜେପିକୁ ଚ୍ୟାଲେଞ୍ଜ ଦେଇପାରିବ ବୋଲି ମଧ୍ୟ ମୋର ବିଶ୍ୱାସ ହେଉନି। ବର୍ତ୍ତମାନ ତୃତୀୟ ସାମ୍ମୁଖ୍ୟ ଗଠନ ଚିନ୍ତା ମୋ ମୁଣ୍ଡରେ ନାହିଁ। ଏ ସମ୍ପର୍କରେ କିଛି ବି ବିଚାର କରାଯାଇ ନାହିଁ।

ନିକଟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିଜୟୀ ହେବା ସବୁ ବିରୋଧୀ ଦଳଗୁଡ଼ିକୁ ବଡ଼ ସନ୍ଦେଶ ଦେଇଛି। ସେମାନେ ମଧ୍ୟ ମମତାଙ୍କ ଭଳି ବିଜେପି ବିରୋଧରେ ଲଢ଼େଇ କରିପାରିବେ ଓ ଦଳକୁ ଚ୍ୟାଲେଞ୍ଜ ଦେଇପାରିବେ।”

The post ଗୁଗୁଲି ମାରିଲେ ପ୍ରଶାନ୍ତ: ବିଜେପିକୁ ଚ୍ୟାଲେଞ୍ଜ କରିପାରିବେନି ୩ୟ ସାମ୍ମୁଖ୍ୟ appeared first on Odisha Reporter.



from Odisha Reporter https://ift.tt/3gNh76Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages