୧୦ଟି ପଏଣ୍ଟ ଲେଖି ସ୍ୱାମୀଙ୍କୁ ଛାଡ଼ିଲେ ଟିଏମସି ସାଂସଦ ନୁଶରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

୧୦ଟି ପଏଣ୍ଟ ଲେଖି ସ୍ୱାମୀଙ୍କୁ ଛାଡ଼ିଲେ ଟିଏମସି ସାଂସଦ ନୁଶରତ

କୋଲକାତା: ପଶ୍ଚିମବଙ୍ଗ ସିନେମାର କୁଇନ୍ ତଥା ଟିଏମସି ସାଂସଦ ନୁସରତ ଜହାଁ ଛାଡପତ୍ର ଦେବେ। ଗତବର୍ଷ ତୁର୍କୀରେ ଜୁନ୍ ୧୯ରେ ନୁସରତ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ଏବେ ଆଗକୁ ବିବାହ ବାର୍ଷିକି ରହିଥିବା ବେଳେ ନୁଶରତ କିନ୍ତୁ ଏହା ପୂର୍ବରୁ ଛାଡପତ୍ର ଦେବେ ବୋଲି ଘୋଷଣା କରିଛନ୍ତି। ୧୦ଟି ପ୍ରମୁଖ କାରଣ ଦର୍ଶାଇ ସେ ଛାଡପତ୍ରର କାରଣ ଜଣାଇଛନ୍ତି।

ନୁଶରତ ଗତବର୍ଷ ବିବାହ କରିଥିଲେ। ସେତେବେଳେ ଦେଶ କରୋନା ପାଇଁ ଲକଡାଉନ ରହିଥିଲା। କିନ୍ତୁ ସେ ତୁର୍କୀରେ ବିବାହ କରୁଥିବାରୁ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ଏବେ ଏହି ବିବାହ ରେଜିଷ୍ଟ୍ରେସନକୁ ନୁସରତ ଅବୈଧ ବୋଲି କହିଛନ୍ତି। ସେ ନିଜ ଧର୍ମକୁ ଛାଡ଼ି ଆଉ ଏକ ଧର୍ମର ବ୍ୟକ୍ତିଙ୍କ ସହ ବିବାହ କରିଥିଲେ। ତେଣୁ ଏହା ଅବୈଧ ବୋଲି କହିଛନ୍ତି ନୁସରତ। ବିବାହ ସାମାଜିକ ବିବାହ ଅଧିନିୟମ ଅନୁଯାୟୀ ସୁନିଶ୍ଚିତ ହେବା ଆବଶ୍ୟକ। ଏହି କାରଣରୁ ଏହି ବିବାହର କୌଣସି ବୈଧ ନାହିଁ। ତେଣୁ ଛାଡପତ୍ରର ପ୍ରଶ୍ନ ନାହିଁ। ଦୁହେଁ ଲିଭ୍-ଇନ୍-ରିଲେସନସିପରେ ରହୁଥିଲେ। ଉଭୟଙ୍କ ମଧ୍ୟରେ ମତ ପାର୍ଥକ୍ୟ ବହୁ ପୂର୍ବରୁ ଘଟିଥିଲା, କିନ୍ତୁ ସେ କହୁ ନଥିଲେ କାରଣ ଏହା ଏକ ବ୍ୟକ୍ତିଗତ ବିଷୟ ବୋଲି ସାଂସଦ ନୁଶରତ କହିଛନ୍ତି।

ନୁଶରତ କହିଛନ୍ତି ସେ ତାଙ୍କ ସ୍ୱାମୀଙ୍କଠାରୁ ୬ ମାସ ହେବ ଅଲଗା ରହୁଥିଲେ। ଏହାପରେ ତାଙ୍କ ସ୍ୱାମୀ ମଧ୍ୟ ନୁଶରତଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ସେ କହିଥିଲେ ଯେଉଁ ଦିନ ସେ ଜାଣିବାକୁ ପାଇଥିଲେ ଯେ ନୁଶରତ ତାଙ୍କ ସହ ରହିବାକୁ ଚାହୁଁନାହାଁନ୍ତି। ସେ ଅନ୍ୟ କାହା ସହିତ ରହିବାକୁ ଚାହୁଁଛନ୍ତି ସେହି ଦିନ ସେ ଏକ କେସ୍ କରିଥିଲେ ବୋଲି କହିଛନ୍ତି। ନିଖିଲ ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭବିଷ୍ୟତରେ ସେ ନୁଶରତଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି। ନୁଶରତ କହିଛନ୍ତି ଯେ ସେମାନଙ୍କ ବିବାହ ଆଇନ ଦୃଷ୍ଟିରୁ ଆଇନଗତ ଏବଂ ବୈଧ ନୁହେଁ।

The post ୧୦ଟି ପଏଣ୍ଟ ଲେଖି ସ୍ୱାମୀଙ୍କୁ ଛାଡ଼ିଲେ ଟିଏମସି ସାଂସଦ ନୁଶରତ appeared first on Odisha Reporter.



from Odisha Reporter https://ift.tt/3vcyke4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages