କୋଭାକ୍ସିନ ଟିକା କିଣିବା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

କୋଭାକ୍ସିନ ଟିକା କିଣିବା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

ନୂଆଦିଲ୍ଲୀ: ଭାରତ ବାୟୋଟେକ ପାଖରୁ ୨୦ ନିୟୁତ କୋଭାକ୍ସିନ ଟିକା ଆମଦାନୀ କରିବାକୁ ବ୍ରାଜିଲ ସରକାର ଯୋଜନା କରିଥିଲେ। ଏଥିପାଇଁ ଫେବୃଆରୀରେ ଏକ ଚୁକ୍ତି ହୋଇଥିଲା। ଏବେ କିନ୍ତୁ ଟିକା କିଣାରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲ୍ସୋନାରେଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଆସିଛି। ଏହାକୁ ନେଇ ମଙ୍ଗଳବାର ବ୍ରାଜିଲର ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗା ଏବଂ ଫେଡେରାଲ କମ୍ପ୍ଟ୍ରୋଲର ଜେନେରାଲ (ସିଜିୟୁ) ୱାଗନର୍ ରୋଜାରିଓ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଟିକା କିଣିବା ପ୍ରକ୍ରିୟା ଉପରେ ତଦନ୍ତ ହେବ। ତେଣୁ ଏବେ ଟିକା କିଣିବା ଉପରେ ରୋକ୍ ଲଗାଗଲା ବୋଲି ବ୍ରାଜିଲ ସରକାର ନିଷ୍ପତ୍ତି ନେଇଛନ୍ତି।

ରୋଜାରିଓ କହିଛନ୍ତି ଯେ ଟିକାକରଣ ଡିଲକୁ ଏବେ ସ୍ଥଗିତ ରଖାଯାଇଛି। ଏହି ଡିଲରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଟିକାରଣ ପ୍ରକ୍ରିୟାରେ ଅନିୟମିତତା ଥିବା ନେଇ ଅଭିଯୋଗ ଆସିବା ପରେ ସରକାର ଏଥିରେ ରୋକ୍ ଲଗାଇଛନ୍ତି। ସପ୍ତାହେ ପୂର୍ବରୁ ଟିକାକରଣ ଉପରେ ତଦନ୍ତ ଚାଲିଛି। ଏହି ଅଭିଯୋଗର ସତ୍ୟତା ପାଇଁ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି ବ୍ରାଜିଲର ସ୍ୱାସ୍ଥ୍ୟମନ୍ତ୍ରୀ କ୍ୱିରୋଗା କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ଏହି ପ୍ରସଙ୍ଗର ସମସ୍ତ ଦିଗ ଯାଞ୍ଚ କରିବାକୁ ପ୍ରଶାସନିକ ତଦନ୍ତ କରିବାକୁ ଯାଉଛି। କୋଭାକ୍ସିନ ଟିକା ନେବା ପାଇଁ ଫେବୃଆରୀରେ ଭାରତ ବାୟୋଟେକ୍ ପାଖରୁ ୨୦ ନିୟୁତ ଡୋଜ ଆମଦାନୀ ପାଇଁ ଉଭୟ ପକ୍ଷ ସ୍ୱାକ୍ଷର କରିଥିଲେ।

ବ୍ରାଜିଲର ରାଷ୍ଟ୍ରପତି ଜାୟରା ବୋଲସନାରୋ ଏକ କରୋନା ଟିକା କିଣିବା ଚୁକ୍ତିରେ ସମ୍ଭାବ୍ୟ ଦୁର୍ନୀତିକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜାୟରା ତଦନ୍ତ କରୁଥିବା ସିନେଟ କମିଟିକୁ କହିଛନ୍ତି ଯେ ଏହା ତାଙ୍କ ପ୍ରଶାସନକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ।

ସୂଚନାଯୋଗ୍ୟ, ଭାରତ ବାୟୋଟେକ ଏବଂ ବ୍ରାଜିଲ ସହିତ ଟିକା ନେଇ ଚୁକ୍ତି ହେବା ପରେ ବ୍ରାଜିଲକୁ କୋଭାକ୍ସିନ ଟିକା ଯାଇ ପାରିନଥିଲା। କାରଣ ବ୍ରାଜିଲର ଜାତୀୟ ସ୍ୱାସ୍ଥ୍ୟ ମନିଟରିଂ ଏଜେନ୍ସି (ANVISA) ଏହି ଟିକା ପାଇଁ ଆମଦାନୀ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିସାରିଛି।

The post କୋଭାକ୍ସିନ ଟିକା କିଣିବା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/2UTMFPZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages