ନୂଆଦିଲ୍ଲୀ: ପୁଣି ଥରେ ବିବାଦ ଘେରକୁ ଠେଲି ହୋଇ ପଶିଛି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର। ନିଜ ୱେବସାଇଟ୍ର ‘ଟ୍ୱିପ ଲାଇଭ୍’ ସେକ୍ସନରେ ଭାରତର ମାନଚିତ୍ରକୁ ଭୁଲ ଭାବେ ଦର୍ଶାଇଛି ଟ୍ୱିଟର। ଏହି ମାନଚିତ୍ରରେ କେନ୍ଦ୍ରଶାସିନ ଅଞ୍ଚଳ ଜମ୍ମୁ, କଶ୍ମୀର ଓ ଲଦାଖକୁ ଭାରତଠାରୁ ଅଲଗା ବୋଲି ଦର୍ଶାଯାଇଛି। ଜମ୍ମୁ, କଶ୍ମୀରକୁ ଅଲଗା ଦେଶ ଓ ଲଦାଖକୁ ଚୀନ୍ର ଅଂଶବିଶେଷ ଭାବେ ଦର୍ଶାଇଛି ଟ୍ୱିଟର।
ଜଣେ ୟୁଜର ଏପରି ସାଂଘାତିକ ଭୁଲ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ପରେ ଚାରି ଆଡ଼ୁ ସମାଲୋଚନାର ଶିକାର ହୋଇ ଶେଷରେ ଭାରତର ଭୁଲ ମ୍ୟାପକୁ ହଟାଇ ଦେଇଛି ଟ୍ୱିଟର । ଏହାକୁ ନେଇ ଟ୍ୱିଟର ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ବୁଲନ୍ଦ ସହରରେ ବଜରଙ୍ଗ ଦଳର ଜଣେ କର୍ମୀ ମାମଲା କରିଛନ୍ତି ।
ଏହି ଭୁଲ ପାଇଁ ଟ୍ୱିଟର ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । କାରଣ କୌଣସି ସାର୍ବଭୌମ ଦେଶର ମାନଚିତ୍ରକୁ ଭୁଲ ଦର୍ଶାଇବା ଏକ ଗୁରୁତର ଅପରାଧ । ଏଥିପାଇଁ ଜୋରିମାନା ସହିତ ଟ୍ୱିଟର ଅଧିକାରୀଙ୍କୁ ୭ ବର୍ଷ ଜେଲ୍ ମଧ୍ୟ ହୋଇପାରେ । ଏପରିକି ଏହି ୱେବସାଇଟକୁ ଭାରତରେ ବନ୍ଦ ମଧ୍ୟ କରାଯାଇପାରେ।
ସୋଶାଲ ମିଡ଼ିଆ ପାଇଁ ଲାଗୁ ନୂଆ ନିୟମକୁ ନେଇ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ଘନେଇବା ଆଶଙ୍କା କରାଯାଉଛି। ନୂଆ ନିୟମକୁ ଠିକ୍ ଭାବେ ଅନୁପାଳନ କରୁ ନ ଥିବା ଅଭିଯୋଗରେ ଭାରତ ସରକାର ଏହି ସାଇଟ୍କୁ ପୂର୍ବରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ସାରିଛନ୍ତି।
ଏଇଟା ପ୍ରଥମ ଘଟଣା ନୁହେଁ, ଗତବର୍ଷ ଲଦାଖରେ ଆସୁଥିବା ଲେହ ଚୀନର ଅଂଶ ବୋଲି ଦର୍ଶାଇଥିଲା ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ । ଏହାକୁ ନେଇ ଭାରତ ସରକାର ଟ୍ୱିଟର ସିଇଓଙ୍କୁ କଡ଼ା ଚେତାବନୀ ଦେଇଥିଲେ। ନୂଆ ଆଇଟି ନିୟମକୁ ନେଇ ଆଗରୁ ଭାରତ ସରକାରଙ୍କ ସହିତ ଟ୍ୱିଟରର ବିବାଦ ଚାଲିଛି । ଜାଣିଶୁଣି ନିୟମ ପାଳନ କରୁ ନ ଥିବା ଅଭିଯୋଗରେ ଟ୍ୱିଟର ବିରୋଧରେ ଶକ୍ତ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର।
The post ପୁଣି ବିବାଦରେ ଟ୍ୱିଟର, ଦେଖାଇଲା ଭାରତର ଭୁଲ୍ ମାନଚିତ୍ର appeared first on Odisha Reporter.
from Odisha Reporter https://ift.tt/3h2SxyR
No comments:
Post a Comment