ମୁମ୍ବାଇ: ମଝିରେ ମଝିରେ କାଷ୍ଟିଂ କାଉଚ୍କୁ ନେଇ ସୋଶାଲ୍ ମିଡିଆରେ ଝଡ଼ ସୃଷ୍ଟି ହୁଏ ଓ ଅଭିଯାନ ବି ଚାଲେ। ତେବେ ଏହି କାଷ୍ଟିଂ କାଉଚ୍ ଆଜିକାଲିର ଘଟଣା ନୁହେଁ। ବଲିଉଡ ସହ କାଷ୍ଟିଂ କାଉଚର ସମ୍ପର୍କ ବହୁ ପୁରୁଣା। କେବଳ ଏବେ ନୁହେଁ, କାମ ଆଶାରେ ବଲିଉଡକୁ ବହୁ ବର୍ଷ ପୂର୍ବେ ଆସିଥିବା ଅନେକ ଯୁବତୀ ମଧ୍ୟରେ ଏହାର ଶିକାର ହୋଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଭେଟେରାନ୍ ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ ଥିଲେ।
କିଛି ଦିନ ତଳେ ଉନ୍ମୋଚିତ ହୋଇଥିଲା ନୀନାଙ୍କ ଆତ୍ମଜୀବନୀ ‘ସଚ୍ କହୁଁ ତୋ’। ଏହି ପୁସ୍ତକରେ ସେ ନିଜ ଜୀବନର ବହୁ ଘଟଣା ସଂପର୍କରେ ଉଲ୍ଲେଖ କରିଥିବା ବେଳେ କାଷ୍ଟିଂ କାଉଚ୍ ସଂପର୍କରେ ବି ଲେଖିଛନ୍ତି। ସେ ନିଜେ କାଷ୍ଟିଂ କାଉଚ୍ର ଶିକାର ହୋଇଥିବା ନୀନା ଏଥିରେ ଲେଖିଛନ୍ତି।
ସେ ଲେଖିଛନ୍ତି ଯେ ବହୁ ବର୍ଷ ପୂର୍ବେ ତାଙ୍କ ନିକଟକୁ ଜଣେ ସାଉଥ୍ ଫିଲ୍ମ ପ୍ରଡ୍ୟୁସରଙ୍କ ଫୋନ୍ ଆସିଥିଲା। ସେ ତାଙ୍କ ସହିତ ସାକ୍ଷାତ କରିବାକୁ ଚାଁହୁଥିଲେ। ସେ ହୋଟେଲରେ ପହଞ୍ଚିବା ପରେ ପ୍ରଡ୍ୟୁସର ଜଣଙ୍କ ତାଙ୍କୁ ନିଜ ରୁମ୍କୁ ଡାକିଥିଲେ। କିନ୍ତୁ ସେ କିଛି ଗଡ଼ବଡ଼ ଥିବା ଆଶଙ୍କା କରିଥିଲେ। ତଥାପି କାମ ଆଶାରେ ସେ ପ୍ରଡ୍ୟୁସରଙ୍କ ରୁମ୍କୁ ଯାଇଥିଲେ।
ସେଠାରେ ନୀନା ନିଜ ରୋଲ୍ ବିଷୟରେ ପଚାରିବାରୁ ପ୍ରଡ୍ୟୁସର ତାଙ୍କୁ ହୀରୋଇନର ସାଙ୍ଗ ରୋଲ୍ ଅଫର କରିଥିଲେ। ମାତ୍ର ଏହା ପସନ୍ଦ ନଆସିବାରୁ ସେ ସେଠାରୁ ଚାଲି ଯିବାକୁ ବାହାରିଥିଲେ। ଏହା ପରେ ପ୍ରଡ୍ୟୁସର ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଏଠାରେ ରାତିରେ ରହିବ ନାହିଁକି ବୋଲି ପଚାରିଥିଲେ। ଏହା ଶୁଣି ତାଙ୍କୁ ଝଟକା ଲାଗିଥିବା ବେଳେ ସେ ସେଠାରୁ ପଳାଇ ଆସିଥିବା ନୀନା ନିଜ ବହିରେ ଲେଖିଛନ୍ତି।
The post ନୀନା ବି ହୋଇଥିଲେ କାଷ୍ଟିଂ କାଉଚ୍ର ଶିକାର appeared first on Odisha Reporter.
from Odisha Reporter https://ift.tt/3gEWMiR
No comments:
Post a Comment