ମୁମ୍ବାଇ: ବଲିଉଡର ଚୁଲ୍ବୁଲି ନାୟିକା ୟାମି ଗୌତମ। ସେ ଗତ କାଲି ହାତକୁ ଦି ହାତ ହୋଇଛନ୍ତି । ଲୁଚୁ ଛପି କରିଛନ୍ତି ବିବାହ। ଉରି ଫେମ୍ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସେ ଧରିଛନ୍ତି ହାତ। ପୂର୍ବରୁ ୟାମି ଏବଂ ଆଦିତ୍ୟଙ୍କ ସମ୍ପର୍କ ନେଇ କେହି ଟେର୍ ପାଇନଥିବା ବେଳେ ହଠାତ ଏମାନଙ୍କ ବିବାହ ଅନେକଙ୍କୁ ଚକିତ କରିଦେଇଛି।
ଗତକାଲି ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ସେଆର କରି ୟାମି ନିଜ ବିବାହର ସୂଚନା ଦେଇଥିଲେ। ତେବେ ଏହି ବିବାହ ପୂର୍ବରୁ କିଭଳି ଥିଳା ୟାମିଙ୍କ ମେହେନ୍ଦି ସେରିମୋନି ସେ ନେଇ ଆଜି ଫଟୋ ସେଆର କରିଛନ୍ତି ଏହି ଅଭିନେତ୍ରୀ।
ଏହି ଫଟୋ ୟାମି ବେଶ୍ ସିମ୍ପୁଲ ଲୁକ୍ରେ ନଜର ଆସିଛନ୍ତି। ହଳଦିଆ ରଙ୍ଗର ସାଲୱାର ସୁଟ୍ ପିନ୍ଧି ବସି ମେହେନ୍ଦି ଲଗାଉଛନ୍ତି ଏବଂ ବେଶ୍ ଖୁସି ମଧ୍ୟ ଥିବା ସେ ନଜର ଆସୁଛନ୍ତି। ତାଙ୍କ ହାତରେ ମଧ୍ୟ ୟାମୀ ଆଦିତ୍ୟଙ୍କ ନାଁର ବେଶ୍ ସିମ୍ପୁଲ ମେହେନ୍ଦି ଲଗାଇଛନ୍ତି। ଏହି ଫଟୋକୁ ସେଆର କରି ୟାମି ଲେଖିଛନ୍ତି, ହେ ପ୍ରିୟ ତୁମେ ଏତେ ଚିନ୍ତିତ କାହିଁକି? ଯାହା ତୁମର ତୁମକୁ ତାହା ଦିନେ ନା ଦିନେ ମିଳିବ।’ ୟାମିଙ୍କ ଏହି ମେହେନ୍ଦି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବଳିଉଡର ଅନେକ ଷ୍ଟାରଙ୍କ ସମେତ ତାଙ୍କର ଶହ ଶହ ପ୍ରଶଂସକ ୟାମିଙ୍କ ଏହି ଫଟୋର କମେଣ୍ଟ କରି ତାଙ୍କୁ ତାଙ୍କ ବିବାହର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କ ମେହେନ୍ଦିର ପ୍ରଶଂସା କରିଛନ୍ତି।
“O dear one, why worry? What is meant for you will always, always find you. “
– Lalleshwari pic.twitter.com/fsHzQS17sS
— Yami Gautam (@yamigautam) June 5, 2021
The post କେମିତି ଥିଲା ୟାମିଙ୍କ ମେହେନ୍ଦି ସେରିମୋନି? appeared first on Odisha Reporter.
from Odisha Reporter https://ift.tt/3gdWiQj
No comments:
Post a Comment