ନୂଆଦିଲ୍ଲୀ: କରୋନା ବିରୋଧରେ ଟିକାକରଣକୁ ସମଗ୍ର ବିଶ୍ୱ ଏବେ ଗୁରୁତ୍ୱ ଦେଉଛନ୍ତି। ଭାରତରେ ମଧ୍ୟ ଟିକାକରଣ ଚାଲିଛି। ହେଲେ ଟିକାର ଅଭାବ ଥିବାରୁ ଦେଶରେ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି। ଏହାକୁ ନେଇ ବିରୋଧୀ ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏହାରି ଭିତରେ ନୀତି ଆୟୋଗର ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ କମିଟିର ମୁଖ୍ୟ ଡାକ୍ତର ଭି.କେ ପାଲ ଟିକାକରଣକୁ ନେଇ ଏକ ରିପୋର୍ଟ ରଖିଛନ୍ତି। ଯେଉଁଥିରେ ସେ କହିଛନ୍ତି କରୋନାର ପ୍ରଥମ ଡୋଜ ଦେବା ସଂଖ୍ୟାରେ ଭାରତ ଆମେରିକାକୁ ଟପିଯାଇଛି।
ପାଲ କହିଛନ୍ତି, “ତଥ୍ୟ ଅନୁଯାୟୀ, ଭାରତରେ କୋଭିଡ ଟିକାର ଅତି କମରେ ଗୋଟିଏ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୧୭.୨ କୋଟି ଥିବାବେଳେ ଆମେରିକାରେ ଏହି ସଂଖ୍ୟା ୧୬.୯ କୋଟି ରହିଛି। ସଂଖ୍ୟାକୁ ଦେଖିଲେ ଆମେରିକାକୁ ଭାରତ ପଛରେ ପକାଇ ଦେଇଛି। ଭାରତ ଟିକାକରଣ ଅଭିଯାନରେ କ୍ରମାଗତ ଭାବରେ ଆଗକୁ ବଢ଼ୁଛି। ଆଗାମୀ ଦିନରେ ଏହା ଆହୁରି ତ୍ୱରାନ୍ୱିତ ହେବ”।
ସେ କହିଛନ୍ତି,ଯେତେବେଳେ କରୋନା ସଂକ୍ରମିତ ହ୍ରାସ ପାଉଛି। ଲୋକମାନେ ପୁଣିଥିରେ ଜାନୁଆରୀ ଏବଂ ଫେବୃଆରୀ ଭଳି ଆଚରଣ ଆପଣାଇଲେଣି। କିନ୍ତୁ ଭାଇରସ ପୁଣିଥରେ କେବେ ବି ଆକ୍ରାମଣାତ୍ମକ ହୋଇପାରେ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି ଯେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ମେ ୭ରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ରିପୋର୍ଟ ହୋଇଥିଲା। ଏବେ ଏହି ତାରିଖର ସଂଖ୍ୟାକୁ ହିସାବ କଲେ ଭାରତରେ ୬୮ ପ୍ରତିଶତ ସଂକ୍ରମଣ ହ୍ରାସ ଘଟିଛି। ସେହିପରି ମେ ୧୦ରୁ ଆରୋଗ୍ୟ ସଂଖ୍ୟା ସଂକ୍ରମିତ ସଂଖ୍ୟା ତୁଳନାରେ ଏପର୍ଯ୍ୟନ୍ତ ଉଚ୍ଚରେ ରହିଛି। ଏଯାବତ ୨୧ ଲକ୍ଷରୁ ଅଧିକ ରହିଛି ଦୈନିକ ସର୍ବାଧିକ ଆରୋଗ୍ୟ ସଂଖ୍ୟା। ବର୍ତ୍ତମାନ ଦେଶର ୩୭୭ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ହାର ପାଞ୍ଚ ପ୍ରତିଶତରୁ କମ୍ ରହିଛି। ମେ ୭ରେ ଏପରି ଜିଲ୍ଲା ସଂଖ୍ୟା ୯୨ଟି ଥିଲା।
The post ଟିକା ଦେବାରେ ଆମେରିକାକୁ ପଛରେ ପକାଇଲା ଭାରତ appeared first on Odisha Reporter.
from Odisha Reporter https://ift.tt/34SRM4J
No comments:
Post a Comment