ସ୍ୱାମୀ ସହ ଘରକୁ ଫେରୁଥିଲେ, ବାଟରେ ଛକିଥିଲା ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

ସ୍ୱାମୀ ସହ ଘରକୁ ଫେରୁଥିଲେ, ବାଟରେ ଛକିଥିଲା ମୃତ୍ୟୁ

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ସ୍ୱାମୀ ସହ ବନ୍ଧୁ ଘରୁ ନିଜ ଘରକୁ ଫେରୁଥିଲେ। ହେଲେ ବାଟରେ ଛକି ରହିଥିଲା ମୃତ୍ୟୁ। ଘରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ଚଢ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ସ୍ୱାମୀ। ଏପରି ହୃଦୟ ବିଦାରକ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବହଲଦା ଥାନା କାଦୁଆଣି ଛକଠାରେ ଘଟିଛି।

ମୃତା ମହିଳା ହେଲେ ଶତ୍ରୁଘ୍ନ  ଵୈଠାଙ୍କ ପତ୍ନୀ  ସ୍ୱପ୍ନା ବୈଠା ( ୩୦) । ସେମାନଙ୍କ ଘର ବିଶୋଇ ଥାନା  କାଦପାଣି ଗାଁରେ ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକ NH 220 ଅବରୋଧ କରିଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ଶତ୍ରୁଘ୍ନ ପତ୍ନୀ ସ୍ୱପ୍ନାଙ୍କ ସହ ଆଜି ସକାଳୁ ବନ୍ଧୁ ଘରୁ ନିଜ ଘରକୁ ଫେରୁଥିଲେ।  କାଦୁଆଣି ଛକଠାରେ ଉଭୟ ଛିଡ଼ା ହୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ସ୍ୱପ୍ନାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ସେଠାରୁ ଫେରାର ହୋଇଯାଇଥିଲା।

ଖବର ପାଇ ମୃତ ମହିଳାଙ୍କ ସମ୍ପର୍କୀୟ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକ NH 220 କୁ ଅବରୋଧ କରିଥିଲେ । ବହଳଦା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ଘଟଣାର ସମାଧାନ ହୋଇପାରିନି।

The post ସ୍ୱାମୀ ସହ ଘରକୁ ଫେରୁଥିଲେ, ବାଟରେ ଛକିଥିଲା ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3zXPj7g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages