କଙ୍ଗନା କହିଲେ- ‘ଇଣ୍ଡିଆ’ ଗୋଲାମିର ପରିଚୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 23, 2021

କଙ୍ଗନା କହିଲେ- ‘ଇଣ୍ଡିଆ’ ଗୋଲାମିର ପରିଚୟ

ମୁୁମ୍ବାଇ: ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ଅଭିନୟ ବ୍ୟତୀତ ପ୍ରତିଦିନ କିଛି ନା କିଛି ପ୍ରସଙ୍ଗକୁ ନେଇ ସେ ନିଜ ମତ ରଖନ୍ତି। ଯାହାକୁ ନେଇ ଅଧିକାଂଶ ସମୟରେ ବିବାଦ ଉପୁଜେ। ଏବେ ପୁଣି ଏଭଳି ହିଁ କିଛି ପ୍ରସଙ୍ଗକୁ ନେଇ ଆଉ ଏକ ବିବାଦ ଉଠାଇଛନ୍ତି ଏହି ଅଭିନେତ୍ରୀ।

ନିକଟରେ କଙ୍ଗନା ରଣାୱତ ଦେଶର ନାଁ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି। ‘ଇଣ୍ଡିଆ’ର ନାଁକୁ ବଦଳାଇ ଭାରତ ରଖାଯାଉ ବୋଲି କଙ୍ଗନା ଇଚ୍ଛା ପ୍ରକଟ କରିଛନ୍ତି। ସେ କହିଛନ୍ତି, ‘ଇଣ୍ଡିଆ’ ନାଁକୁ ବ୍ରିଟିଶମାନେ ରଖିଥିଲେ ଏବଂ ଏହା ଗୋଲାମିର ପରିଚୟ।’

‘ଇଣ୍ଡିଆ’ର ନାଁକୁ ବଦଳାଇ ଭାରତ ରଖାଯାଉ ବୋଲି କଙ୍ଗନା ଇଚ୍ଛା ପ୍ରକଟ କରିଛନ୍ତି।

ଏହି ପ୍ରସଙ୍ଗକୁ ନେଇ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ଭାରତ ଏବଂ ଇଣ୍ଡିଆ ମଧ୍ୟରେ କ’ଣ ଫରକ୍ ରହିଛି ତାହା କହିଛନ୍ତି। ଭାରତର ପରିଭାଷାକୁ ନେଇ କଙ୍ଗନା କହିଛନ୍ତି, ଏହା ଏକ ସଂସ୍କୃତ ଶବ୍ଦ। ଭ’ରୁ ଭାବ, ର’ରୁ ରାଗ ଏବଂ ତ’ରୁ ତାଳ।

ଇଣ୍ଡିଆକୁ ନେଇ ସେ କହିଛନ୍ତି, ଭାରତ ସେତେବେଳେ ଆଗକୁ ବଢ଼ି ପାରିବ ଯେବେ ନିଜ ପ୍ରାଚୀନ ସଭ୍ୟତା ଓ ସଂସ୍କୃତିରେ ବିଶ୍ୱାସ କରି ସେହି ରାସ୍ତାରେ ଆଗକୁ ଯି଼ିବ। ଏଥିସହ କଙ୍ଗନା ସମସ୍ତଙ୍କୁ ବେଦ, ଗୀତା ଏବଂ ଯୋଗ ସହ ଜଡିତ ରହିବା ପାଇଁ ଅପିଲ ମଧ୍ୟ କରିଛନ୍ତି।

The post କଙ୍ଗନା କହିଲେ- ‘ଇଣ୍ଡିଆ’ ଗୋଲାମିର ପରିଚୟ appeared first on Odisha Reporter.



from Odisha Reporter https://ift.tt/3d4PQL4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages