ମାସେ ହେଲାଣି ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି ରମେଶ, ସହାୟତା ମାଗିଲେ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 5, 2021

ମାସେ ହେଲାଣି ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି ରମେଶ, ସହାୟତା ମାଗିଲେ ପତ୍ନୀ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ପ୍ରଥମେ ଭଞ୍ଜନଗର କୋଭିଡ୍ କେୟାର ସେଣ୍ଟର, ତା’ପରେ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲ୍ ଓ ଏବେ କୋଲକାତାରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଯୁବକ ରମେଶ ସାହୁ। କରୋନାରେ ଆକ୍ରାନ୍ତ ହେବା ପରେ ପ୍ରାୟ ମାସେ ହେଲାଣି ସେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ୟା ଭିତରେ ଖର୍ଚ୍ଚ ହୋଇସାରିଲାଣି ୫୦ ଲକ୍ଷ। ଚିକିତ୍ସା ପାଇଁ ଆହୁରି ୫୦ ଲକ୍ଷ ଆବଶ୍ୟକ ହେଉଥିବା ବେଳେ ସହାୟତା ପାଇଁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ସ୍ମିତା ନାୟାର।

ମୁମ୍ବାଇରେ ଏକ ଘରୋଇ ସେକ୍ଟରରେ କାମ କରନ୍ତି ଭଞ୍ଜନଗରର ଲଣ୍ଡେଇ ସାହି ବାସିନ୍ଦା ରମେଶ। ଛୁଟି କାଟିବା ପାଇଁ ସେ ସପରିବାରେ (ତାଙ୍କ ପତ୍ନୀ ଓ ଝିଅ) ଗାଁକୁ ଆସିଥିଲେ। ମାସେ ରହିବା ପରେ ଏପ୍ରିଲ୍‌ ୩୦ରେ ସେମାନେ ମୁମ୍ବାଇ ଫେରିବାର ଥିଲା। କିନ୍ତୁ ତା’ ଭିତରେ ରମେଶଙ୍କ ବାପା ଅସୁସ୍ଥ ହୋଇପଡ଼ିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ରମେଶ ତାଙ୍କ ସେବା କରୁଥିଲେ। ଆଉ ତା’ଭିତରେ ସେ ବି କରୋନାରେ ଆକ୍ରାନ୍ତ ହୋଇଥିଲେ।

ମେ’ ୧୧ ତାରିଖରେ ରମେଶଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମେ’ ୧୦ ତାରିଖରୁ ଭଞ୍ଜନଗର କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ରମେଶଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା।

ପତ୍ନୀ ସ୍ମିତାଙ୍କ ସୂଚନା ଅନୁଯାୟୀ, ବାପାଙ୍କ ମୃତ୍ୟୁ ପରେ ରମେଶ ଖୁବ୍ ଚିନ୍ତିତ ହୋଇପଡ଼ିଥିଲେ। ଏଣୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ଯୋଗାଇ ଦିଆଯାଉଥିବା ଚିକିତ୍ସା ସେବା ସଂପର୍କରେ ସଠିକ୍ ସୂଚନା ନପାଇବାରୁ ଆଉ ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଫୁସ୍‌ଫୁସ୍‌ ପୂରା ଖରାପ ହୋଇଥିବା ଜଣାପଡ଼ିଥିଲା। ସେହି ଡାକ୍ତରଖାନାରେ ରମେଶ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ପାଇଁ ଇକ୍‌ମୋ (Extracorporeal membrane oxygenation) ଚିକିତ୍ସା ସେବାର ଆବଶ୍ୟକତା ଥିବା କୁହାଯାଇଥିଲା। ତେବେ ଏହି ଚିକିତ୍ସା ସେବା ଓଡ଼ିଶାରେ ଉପଲବ୍ଧ ନଥିବାରୁ ଜରୁରୀକାଳୀନ ଭିତ୍ତିରେ ଏୟାର ଆମ୍ବୁଲାନ୍ସ ଯୋଗେ ରମେଶଙ୍କୁ କୋଲକାତାର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ଗତ ମାସରୁ ରମେଶ ସେଠାରେ ଚିକିତ୍ସାଧୀନ ଅଛନ୍ତି। ଏବେ ତାଙ୍କର ବ୍ରେନ୍‌ ସର୍ଜରୀ ହେବ ବୋଲି ଡାକ୍ତର କହିଥିବା ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି।

ରମେଶ ଓ ତାଙ୍କ ବାପାଙ୍କ ନାଁରେ ଥିବା ଜମିଜମା ବିକ୍ରି କରି ଏଯାବତ ଚିକିତ୍ସା ବାବଦକୁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି ସ୍ମିତା। ତେବେ ରମେଶଙ୍କ ଚିକିତ୍ସା ପାଇଁ ଆହୁରି ପ୍ରାୟ ୫୦ ଲକ୍ଷ ଟଙ୍କା ଆବଶ୍ୟକ ରହିଛି। ସେଥିପାଇଁ ସେ ସରକାର, ବେସରକାରୀ ସଂସ୍ଥା ତଥା ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିପାଇଁ ସେ ତାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦେଇଛନ୍ତି। ନିମ୍ନରେ ସେହି ଆକାଉଣ୍ଟ ନମ୍ବର ଦିଆଯାଇଛି।

ସ୍ମିତା ନାୟାରଙ୍କ ଆକାଉଣ୍ଟ ନମ୍ବର

The post ମାସେ ହେଲାଣି ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି ରମେଶ, ସହାୟତା ମାଗିଲେ ପତ୍ନୀ appeared first on Odisha Reporter.



from Odisha Reporter https://ift.tt/2S4m3Lb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages