ଚୀନ୍ ଫିଲ୍ମରେ ପତ୍ରକାର ‘ପୋପଟଲାଲ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

ଚୀନ୍ ଫିଲ୍ମରେ ପତ୍ରକାର ‘ପୋପଟଲାଲ୍‌’

ମୁୁମ୍ବାଇ: ଲୋକପ୍ରିୟ ଟିଭି ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’। ପ୍ରାୟ ଏକ ଦଶକରୁ ଅଧିକ ସମୟ ଧରି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛି। ଏହି ଶୋ’ର ପ୍ରତିଟି ଚରିତ୍ର ଦର୍ଶକଙ୍କ ହୃଦୟରେ ଘର କରିସାରିଛି। ଏଭଳି ହିଁ ଏକ ଚରିତ୍ର ହେଉଛି ପୋପଟଲାଲ। ଏଥିରେ ସେ ପତ୍ରକାର ଭୂିକାରେ ଅଭିନୟ କରୁଛନ୍ତି।

ଏହି ଚରିତ୍ରରେ ଅଭିନୟ କରି ଶ୍ୟାମ ପାଠକ ଘରେ ଘରେ ବେଶ୍ ପରିଚିତ। ତାଙ୍କ କମେଡିର ତଡକା ସମସ୍ତଙ୍କୁ ହସାଏ। ତେବେ ଏହି ଅଭିନେତା ଜଣ କେବଳ ଟିଭି ସିରିଏଲ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ବଲିଉଡ ସମେତ ଚୀନ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଟିଭିର ପୋପଟଲାଲ।

ପୋପଟଲାଲ ଓରଫ ଶ୍ୟାମ ପାଠକଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ତାଙ୍କର ଏହି ଭିଡିଓଟି ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଏହା ହେଉଛି ସେ କାମ କରିଥିବା ଏକ ଫିଲ୍ମର କ୍ଲିପ୍। ଏଥିରେ ସେ ଜଣେ ଚୀନି ମହିଳାଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।

ତେବେ ଏହି ଭିଡିଓରେ ଶ୍ୟାମ ନଜର ଆସିଛନ୍ତି, କିନ୍ତୁ ତାଙ୍କ ଅଭିନୟକୁ ଦେଖି ସମସ୍ତେ ପ୍ରଶଂସା ନକରି ରହିପାରୁ ନାହାନ୍ତି। ଏହି ଭିଡିଓଟି ହେଉଛି ଚଚ୍ଚିର୍ତ ନିର୍ଦ୍ଦେଶକ ଏଙ୍ଗ ଲିଙ୍କ ଏକ ଚୀନ୍ ଫିଲ୍ମ ‘ଲଷ୍ଟ, କାଶନ୍‌’ର ଅଂଶ।

ଉକ୍ତ ଫିଲ୍ମରେ ବିଶ୍ୱଯୁଦ୍ଧ ସମୟର କାହାଣୀକୁ ଦର୍ଶାଯାଇଛି। ଏଥିରେ ଶ୍ୟାମ୍ ପାଠକଙ୍କ ସମେତ ବଲିଉଡ ଅଭିନେତା ଅନୁପମ ଖେର୍ ମଧ୍ୟ ନଜର ଆସିଛନ୍ତି। ଫିଲ୍ମଟି ଚୀନ୍‌, ଆମେରିକା ଏବଂ ତାଇୱାନ୍‌ରେ ରିଲିଜ ହୋଇଥିଲା।

ଶ୍ୟାମ୍ ପାଠକ ଫିଲ୍ମର ଏହି କ୍ଲିପ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ଫ୍ୟାନ୍‌ମାନେ ଭିଡିଓରେ କମେଣ୍ଟ କରି ଶ୍ୟାମଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି।

 

View this post on Instagram

 

A post shared by Shyam Pathak (@shyampathak01)

The post ଚୀନ୍ ଫିଲ୍ମରେ ପତ୍ରକାର ‘ପୋପଟଲାଲ୍‌’ appeared first on Odisha Reporter.



from Odisha Reporter https://ift.tt/3y5nOH6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages