କମ୍ ରୋଗ ପ୍ରତିରୋଧକ ଶକ୍ତି ରଖୁଥିବା ବ୍ୟକ୍ତି ଟିକା ନେବା ପରେ ବି କୋଭିଡ ସଂକ୍ରମଣର ଭୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 19, 2021

କମ୍ ରୋଗ ପ୍ରତିରୋଧକ ଶକ୍ତି ରଖୁଥିବା ବ୍ୟକ୍ତି ଟିକା ନେବା ପରେ ବି କୋଭିଡ ସଂକ୍ରମଣର ଭୟ !

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣରୁ ବର୍ତ୍ତିବା ପାଇଁ ଟିକା ନେଉଛନ୍ତି ସମସ୍ତେ। ହେଲେ ଯେଉଁମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ୍ ସେମାନେ ଟିକା ନେବା ପରେ ବି ବିପଦରେ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ତେଣୁ ଟିକା ନେବା ପରେ ବି ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ ବୋଲି କୁହାଯାଇଛି।

ସର୍ଭେରୁ ଜଣାପଡ଼ିଛି ଯେଉଁମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ସେମାନେ ଟିକା ନେବା ପରେ ତାଙ୍କ ଶରୀରରେ ଆଣ୍ଟିବୋଡି ସେତେଟା ତିଆରି ହେଉ ନାହିଁ ଜଣେ ସାଧାରଣ ଲୋକଙ୍କ ତୁଳନାରେ। ତେଣୁ ସେମାନଙ୍କୁ ସଚେତନତା ସହିତ କୋଭିଡର ସମସ୍ତ ପ୍ରୋଟୋକଲ ଠିକ୍ ଭାବରେ ପାଳନ କରିବା ଉଚିତ। ନିକଟରେ ୬୫୮ ଲୋକଙ୍କୁ ନେଇ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଏହି ସମସ୍ତ ବ୍ୟକ୍ତି କୋଭିଡର ଦୁଇଟି ଯାକ ଟିକା ନେଇ ସାରିଥିଲେ। ଏମାନେ ଟିକା ନେବା ପୂର୍ବରୁ କୋଭିଡରେ ସଂକ୍ରମିତ ହୋଇନଥିଲେ।

ଗବେଷଣାରେ ନିୟୋଜିତ ଥିବା ଏହି ଅଧିକାରୀ ଜାଣିବାକୁ ପାଇଥିଲେ ଯେ ଟିକାକରଣର ଉଭୟ ଡୋଜ ପରେ କିଛି ଲୋକଙ୍କ ପାଖରେ  ଆଣ୍ଟିବଡି ସେତେଟା ତିଆରି ହୋଇଥିବା ଚିହ୍ନଟ ହୋଇନଥିଲା। ତେଣୁ ଟିକାର ଉଭୟ ଡୋଜ ନେବା ପରେ ମୋଟ୍ ୫୪ ପ୍ରତିଶତଙ୍କ ପାଖରେ ଆଣ୍ଟିବଡି ମିଳିଥିଲା।

ସେହିଭଳି ୬୦୯ ଜଣଙ୍କର କିଡନୀ ପ୍ରତିରୋପଣ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଟିକାକରଣ ପରେ କେବଳ ଅଧା ଲୋକଙ୍କ ପାଖରେ ଆଣ୍ଟିବଡି ତିଆରି ହୋଇଛି। ସେହିପରି ଲ୍ୟୁକେମିଆ କିମ୍ବା ଲିମ୍ଫୋମା ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଟିକାକରଣ ପରେ ନିର୍ଦ୍ଦିଷ୍ଟ ଆଣ୍ଟିବଡି ଉତ୍ପନ୍ନ ହୁଏ ନାହିଁ ବୋଲି ଜଣାପଡ଼ିଛି।

ତେବେ କୋଭିଡ -୧୯ ଟିକାର ଅତିରିକ୍ତ ଡୋଜ ନେବା ଦ୍ୱାରା ଅଙ୍ଗ ପ୍ରତିରୋପଣ କରିଥିବା ରୋଗୀଙ୍କଠାରେ ଅଧିକ ଆଣ୍ଟିବଡି ଉତ୍ପନ୍ନ ହୁଏ। ଅଙ୍ଗ ପ୍ରତିରୋପଣ କରିଥିବା ୩୦ ରୋଗୀଙ୍କ ମଧ୍ୟରୁ ୨୪ ଜଣ ଟିକାର ଉଭୟ ଡୋଜ ସତ୍ତ୍ୱେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇନଥିଲା କିନ୍ତୁ ଏହି ଆଠ ଜଣ ରୋଗୀଙ୍କୁ ଆଣ୍ଟିବଡି ଅଧିକ ତିଆରି କରିବା ପାଇଁ ଅତିରିକ୍ତ ଡୋଜ ଦିଆଯାଇଥିଲା। ସେଠାରେ ୬ ଜଣ ରୋଗୀ ଏମିତି ଥିଲେ, ଯେଉଁଥିରେ ଟିକାର ଦୁଇଟି ଡୋଜ ନେବା ପରେ ସର୍ବନିମ୍ନ ଆଣ୍ଟିବଡି ବିକଶିତ ହୋଇଥିଲା। କିନ୍ତୁ ଯେତେବେଳେ ସେମାନଙ୍କୁ ଆଣ୍ଟି-କୋଭିଡ ଟିକା ଦିଆଯାଉଥିଲା, ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଥିଲା।

ମିଚିଗାନ୍ ୟୁନିଭରସିଟିର ଗବେଷକ ବେଥ୍ ୱାଲେସ୍ କହିଛନ୍ତି ଯେ ଆମେରିକାରେ ପ୍ରାୟ ନଅ ନିୟୁତ ଲୋକଙ୍କ ପାଖରେ କମ୍ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଯେଉଁମାନେ କି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଔଷଧ ଖାଉଛନ୍ତି। କୋଭିଡ-୧୯ ଟିକା ପୂର୍ବରୁ ଯେଉଁମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ସେମାନେ ଟିକା ନେବା ପରେ ଶରୀରରେ କେତେ ଆଣ୍ଟିବଡି ତିଆରି ହେଉଛି ଜାଣିବା ପାଇଁ ଆମେରିକାର ଜନ୍ ହପକିନ୍ସ ୟୁନିଭରସିଟିକ ସ୍କୁଲ୍ ଅଫ୍ ମେଡିସିନର ମୁଖ୍ୟ ଗବେଷଣକାରୀ ବ୍ରାଏନ୍ ବଏରସ୍କି କହିଛନ୍ତି ଯେ ଗବେଷଣାର ଫଳାଫଳକୁ ଆଧାର କରି ଆମେ ପରାମର୍ଶ ଦେଉଛୁ ଯେ କମ୍ ରୋଗ ପ୍ରତିରୋଧକ ଶକ୍ତି ଧାରଣ କରୁଥିବା ବ୍ୟକ୍ତି କୋଭିଡ ସଂକ୍ରମଣରୁ ବର୍ତ୍ତିବା ପାଇଁ କଡ଼ା ନିୟମ ପାଳନ କରିବା ଉଚିତ।

The post କମ୍ ରୋଗ ପ୍ରତିରୋଧକ ଶକ୍ତି ରଖୁଥିବା ବ୍ୟକ୍ତି ଟିକା ନେବା ପରେ ବି କୋଭିଡ ସଂକ୍ରମଣର ଭୟ ! appeared first on Odisha Reporter.



from Odisha Reporter https://ift.tt/3xwB7QI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages