ମହାମାରୀ ବେଳେ ବି ଜାଲିଆତି! କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ମହାମାରୀ ବେଳେ ବି ଜାଲିଆତି! କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ

ହରିଦ୍ୱାରା: ମହାମାରୀ କରୋନା ସମୟରେ ବି ଜାଲିଆତି। ଉତ୍ତରାଖଣ୍ଡର ହରିଦ୍ୱାରାରେ ଅନୁଷ୍ଠିତ ହୋଇଥିବା କୁମ୍ଭମେଳା ବେଳେ ପ୍ରାୟ ୪ ଲକ୍ଷ ଲୋକଙ୍କ କରୋନା ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା। ହେଲେ ଏଥିରେ ବ୍ୟାପକ ଜାଲିଆତି ହୋଇଛି। ୧ ଲକ୍ଷରୁ ଅଧିକ ଟେଷ୍ଟ ନକଲି ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ତଦନ୍ତ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି।

ଟେଷ୍ଟ ଦାୟିତ୍ୱ ପାଇଥିବା ଏଜେନ୍ସି କେବଳ ନାଁକୁ ମାତ୍ର କାଗଜ କଲମରେ ୧ ଲକ୍ଷ ନମୁନା ପରୀକ୍ଷା କରିଥିବା ଦର୍ଶାଇଛି। ବାସ୍ତବରେ ସେଭଳି କୌଣସି ଟେଷ୍ଟ ହୋଇନାହିଁ। ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ଗୋଟିଏ ଫୋନ ନମ୍ବରରେ ୫୦ରୁ ଅଧିକ ଲୋକଙ୍କ ପଞ୍ଜୀକରଣ ହୋଇଛି।

ସେହିପରି ଗୋଟିଏ ଆଣ୍ଟିଜେନ ଟେଷ୍ଟ କିଟ୍‌ରେ ୭୦୦ରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା ହୋଇଥିବା ଲୋକଙ୍କ ଠିକଣା ଓ ନାଁ ମଧ୍ୟ ଭୁଲ। ହରିଦ୍ୱାରର ହାଉସ ନଂ ୫ରୁ ୫୩୦ଟି ନମୁନା ସଂଗ୍ରହ କରାଯାଇଥିବା ଦର୍ଶାଯାଇଛି। ଗୋଟିଏ ଘରେ ୫୦୦ରୁ ଅଧିକ ଲୋକ କେମିତି ରହିଲେ, ତା’କୁ ନେଇ ପ୍ରଶ୍ନ ଉଠିଛି।

ଆଲିଗଡ଼ରେ ହାଉସ ନଂ ୫୬ ଓ ମୁମ୍ବାଇରେ ଥିବା ହାଉସ ନମ୍ବର ୭୬କୁ ମଧ୍ୟ କିଛି ଲୋକଙ୍କ ଠିକଣା ଭାବେ ଦର୍ଶାଯାଇଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଫୋନ ନମ୍ବର ମଧ୍ୟ ନକଲି ରହିଛି। କାନପୁର, ଅହମଦାବାଦ, ମୁମ୍ବାଇ ଓ ଅନ୍ୟ ୧୮ଟି ଲୋକେସନରେ ରହୁଥିବା ଲୋକମାନେ ସମାନ ଫୋନ ନମ୍ବର ଦେଇଛନ୍ତି।

କୁମ୍ଭ ମେଳାର ସ୍ୱାସ୍ଥ୍ୟ ଅଧିକାରୀ ଡା ଅର୍ଜୁନ ସିଂହ ସେନଗର କହିଛନ୍ତି, ଅନେକ ଅନିୟମିତତା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡିଏମ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟେଷ୍ଟ ଦାୟିତ୍ୱ ନେଇଥିବା ଏଜେନ୍ସିର କର୍ମଚାରୀମାନେ ସଂଗ୍ରହ କରିଥିବା ପ୍ରାୟ ୨୦୦ ନମୁନା ଛାତ୍ରଛାତ୍ରୀ ଓ ରାଜସ୍ଥାନରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ରହିଛି।

ସେମାନେ କେବେ ହେଲେ ହରିଦ୍ୱାର ଆସି ନଥିଲେ ହେଁ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିବା କୁହାଯାଇଛି। ଏପ୍ରିଲ ୧ରୁ ୩୦ ତାରିଖ ଯାଏ ହରିଦ୍ୱାରରେ କୁମ୍ଭମେଳା ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ୫୦ ହଜାର ନମୁନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ସମୟସୀମାରେ ପ୍ରାୟ ୪ ଲକ୍ଷ ଟେଷ୍ଟ ୩୦ଟି ଏଜେନ୍ସି ଓ ୨୨ଟି ଘରୋଇ ଲ୍ୟାବ ଜରିଆରେ କରାଯାଇଥିଲା।

ଏହା ମଧ୍ୟରୁ ୧ ଲକ୍ଷ କରୋନା ଟେଷ୍ଟ ନକଲି ବୋଲି ଜଣାପଡ଼ିଛି। ଏହା ମଧ୍ୟରୁ ୧୭୭ଟି ନମୁନା ପଜିଟିଭ ବାହାରିଥିବା ବେଳେ ପଜିଟିଭିଟି ରେଟ ୦.୧୮% ରହିଛି। କିନ୍ତୁ ଏପ୍ରିଲ ମାସରେ ହରିଦ୍ୱାରରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଥିଲା। ଏଜେନ୍ସି ମାନଙ୍କୁ ପ୍ରତି ଟେଷ୍ଟ ପିଛା ୩୫୦ ଟଙ୍କା ଲେଖାଏ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଅର୍ଥ ଆତ୍ମସାତ କରିବାକୁ ଏପରି ହୋଇଥିବା କୁହାଯାଉଛି।

The post ମହାମାରୀ ବେଳେ ବି ଜାଲିଆତି! କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ appeared first on Odisha Reporter.



from Odisha Reporter https://ift.tt/3wpbcKI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages