ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ନିଜ କଣ୍ଠର ଯାଦୁଗରୀରେ ଅଗଣିତ ଫ୍ୟାନ୍ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି।
ଲିଭର ଶିରୋସିସ ସହିତ ହାର୍ଟ ଓ କିଡ଼ନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇ ରବିବାରଠାରୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଶକ୍ତି ମିଶ୍ର। ତାଙ୍କୁ ଆଇସିୟୁରେ ରଖାଯାଇଛି। ଏକ ଡାକ୍ତରୀ ଟିମ୍ ତାଙ୍କୁ ସ୍ଵତନ୍ତ୍ର ଭାବେ ଚିକିତ୍ସା କରୁଥିବା ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ନମିତା ମିଶ୍ର।
ଶକ୍ତି ମିଶ୍ର ୯୦ଦଶକରୁ ଅଦ୍ୟାବଧି ଓଡ଼ିଆ ସିନେ ଜଗତ ଓ ଆଲବମ ଜଗତରେ କଣ୍ଠଶିଳ୍ପୀ ଭାବରେ ଦବଦବା ଜାହିର କରି ଆସିଛନ୍ତି । ‘ମୋର ଭୂଗୋଳରେ ଭଲ ହେଉଥିଲା’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ବୟସର ରାଜପଥରେ’, ‘ତୋର ଲମ୍ବା ବେଣୀ’ ଓ ‘ମେଘରେ ମେଘ’ ପ୍ରଭୃତି ଅନେକ ହିଟ୍ ଆଲବମ୍ରେ କଣ୍ଠଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଶକ୍ତି ମିଶ୍ର।
The post ଶକ୍ତି ମିଶ୍ର ଅସୁସ୍ଥ, ICUରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/2TggKJ2
No comments:
Post a Comment