ଟିକା ନେଇଥିବା ଡାକ୍ତର କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 20, 2021

ଟିକା ନେଇଥିବା ଡାକ୍ତର କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ

ଗୌହାଟି: ଆସାମର ଜଣେ ଡାକ୍ତର ଯିଏକି କରୋନାର ଦୁଇଟି ଯାକ ଡୋଜ ନେଇଥିଲେ ସେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ସଂପୃକ୍ତ ବ୍ୟକ୍ତି କୋଭିଡର ଦୁଇଟି ଭାରିଆଣ୍ଟ ଆଲଫା ଏବଂ ଡେଲଟା ଦ୍ୱାରା ସଂକ୍ରମିତ ହୋଇଥିବା ଜଣେ ବୈଜ୍ଞାନିକ କହିଛନ୍ତି। ଏବେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।

ଦିବ୍ରୁଗଡ ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ବରିଷ୍ଠ ବୈଜ୍ଞାନିକ ଡାକ୍ତର ବିଜେ ବୋର୍କାକୋଟି କହିଛନ୍ତି, ଜିନୋମ ସିକ୍ୟୁଏନ୍ସର ପରୀକ୍ଷା କରିବା ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆସାମର ଜଣେ ମହିଳା ଡାକ୍ତର ଯିଏକି କରୋନାର ଦୁଇଟି ଯାକ ଟିକା ନେଇଥିଲେ ସେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏକା ସାଙ୍ଗରେ ଆଲଫା ଏବଂ ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ଯଦିଓ ସେ ଦୁଇଟି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ହେଲେ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏବେ ସେ ସୁସ୍ଥ ଅଛନ୍ତି। ମାସେରୁ ଅଧିକ ଦିନ ହେବ ଏହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପ୍ରତିଦିନ ଅନୁସରଣ କରାଯାଉଛି। ସେ କରୋନାର ଦୁଇଟି ଯାକ ଟିକା ନେଇଥିବା ଅନ୍ୟତମ ବ୍ୟକ୍ତି ବୋଲି ଡାକ୍ତର ବିଜେ ବୋର୍କାକୋଟି କହିଛନ୍ତି।

ଏହି ମହିଳାଙ୍କର ଗଳା ଓ ଶରୀରରେ ଯନ୍ତ୍ରଣା ସମସ୍ୟା ଦେଖାଇଥିଲା ଏଥିସହ ନିଦ୍ରାହୀନତାର ସାମ୍ନା କରିଥିଲେ। କିନ୍ତୁ ସେ ହସ୍ପିଟାଲରେ ଭର୍ତ୍ତି ନହୋଇ ଏବେ ସୁସ୍ଥ ହୋଇଛନ୍ତି। ଦୁଇଟି ଭାରିଆଣ୍ଟରେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ଭାରତରେ ବୋଧହୁଏ ପ୍ରଥମ। ହେଲେ ବ୍ରିଟେନ, ବ୍ରାଜିଲ ଏବଂ ପର୍ତ୍ତୁଗାଲରେ ଏହାର ଅନେକ ଉଦାହରଣ ରହିଛି ବୋଲି ଡକ୍ଟର ବୋର୍କାକୋଟି କହିଛନ୍ତି।

ଏବେ ମାନୁଆଲ ଭାବରେ ଜେନୋମ ସିକ୍ୟୁଏନ୍ସର ପରୀକ୍ଷା କରାଯାଉଛି। ତେଣୁ ଅନେକ ଦୁଇଟି ଯାକ ଭାରିଆଣ୍ଟରେ ସଂକ୍ରମିତ ହୋଇଥାଇ ପାରନ୍ତି। ଯାହାକି ମାନୁଆଲରେ ଚିହ୍ନଟ ହୋଇପାରିନଥିବ। କୋଭିଡର ରୂପ ବଦଳୁଥିବାରୁ ଆଗାମୀ ଦିନରେ ସଫ୍ଟଓ୍ୱୟାର ମାଧ୍ୟମରେ ଜିନୋମ ସିକ୍ୟୁଏନ୍ସରି ପରୀକ୍ଷା ହେବା ଦରକାର। ନହେଲେ ଜଣେ ବ୍ୟକ୍ତି କେତୋଟି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ଜଣାପଡ଼ିବା କଷ୍ଟକର ହୋଇପାରେ ବୋଲି ଡକ୍ଟର ବୋର୍କାକୋଟି କହିଛନ୍ତି।

ସେ କହିଛନ୍ତି, ଏବେ ଉଭୟ ଆଲଫା ଏବଂ ଡେଲଟା ଭାରିଆଣ୍ଟ ସକ୍ରିୟ ରହିଛି। ଜଣେ ଦୁଇଟି ଯାକ ଭାରିଆଣ୍ଟରେ ସଂକ୍ରମିତ ହେଉଥିବାରୁ ଏହାକୁ ଡୁଆଲ ଇନଫେକସନ ବା ସଂକ୍ରମଣ କୁହାଯାଏ। ଏହାକୁ ସୁନିଶ୍ଚିତ କରିବା ପାଇଁ ସଙ୍ଗେର ସିକ୍ୟୁଏନ୍ସି ଟେକ୍ନୋଲଜିରେ ପରୀକ୍ଷା କରିବା ଦରକାର। ଏହା ଆଉ ଏକ ଟେକ୍ନୋଲଜି ଯାହା ଦ୍ୱାରା ଜଣାପଡ଼ିବ ଜଣେ ବ୍ୟକ୍ତି କେଉଁ କେଉଁ ଭାରିଆଣ୍ଟରେ ସଂକ୍ରମିତ।

The post ଟିକା ନେଇଥିବା ଡାକ୍ତର କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ appeared first on Odisha Reporter.



from Odisha Reporter https://ift.tt/3hURmSQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages