ତ୍ରିପୁରାରେ ୯୦ ଜଣ ଡେଲଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 9, 2021

ତ୍ରିପୁରାରେ ୯୦ ଜଣ ଡେଲଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ

ଅଗରତାଲା: ଶୁକ୍ରବାର ତ୍ରିପୁରାରୁ ୧୫୧ଟି ଜିନୋମ ପଠାଯାଇଥିଲା ପଶ୍ଚିମବଙ୍ଗର ଏକ ପରୀକ୍ଷାଗାରକୁ। ଏଥିମଧ୍ୟରୁ ୯୦ ଜଣଙ୍କ ପାଖରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। କୋଭିଡ ନୋଡାଲ ଅଧିକାରୀ ଡାକ୍ତର ଦୀପ ଦେବବର୍ମା ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଏକାସାଙ୍ଗରେ ହଠାତ୍ ଏତେ ସଂଖ୍ୟାରେ ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହେବା ରାଜ୍ୟ ସରକାର ପାଇଁ ଚିନ୍ତାର କାରଣ ପାଲଟିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେଲଟା ଭାରିଆଣ୍ଟ ସହିତ ଡେଲଟା ପ୍ଲସକୁ ଚିନ୍ତାର ବିଷୟ ବୋଲି ତାଲିକାଭୁକ୍ତ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟରେ କହିଥିଲେ ଦେଶରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇଲେ ୩୫ଟି ସ୍ଥାନରୁ ୧୭୪ଟି ଜିଲ୍ଲାରେ SARS-CoV2 ର ଲକ୍ଷଣ ଦେଖିବାକୁ ମିଳିଛି। ମନ୍ତ୍ରଣାଳୟ କହିଛି ଯେ ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଗୁଜୁରାଟରୁ ରିପୋର୍ଟ ହୋଇଛି।

B.1.617.2.1 (AY.1) ବା ଡେଲଟା ପ୍ଲସ୍ ଭାରିଆଣ୍ଟ ଭାବରେ ଜଣାଶୁଣା। ଡେଲଟା ‘ପ୍ଲସ୍’ ଅର୍ଥ ହେଉଛି ଡେଲଟା ଭାରିଆଣ୍ଟର ଆଉ ଏକ ଅତିରିକ୍ତ ମ୍ୟୁଟାଣ୍ଟ। ଏହାର ଅର୍ଥ ନୁହେଁ ଯେ ଡେଲଟା ପ୍ଲସ୍ ଭାରିଆଣ୍ଟ ଡେଲଟା ଅପେକ୍ଷା ଅଧିକ ଗମ୍ଭୀର କିମ୍ବା ଶୀଘ୍ର ବ୍ୟାପିଯିବ। ସରକାର ଏହା ସ୍ପଷ୍ଟ କରିସାରିଛନ୍ତି। B.1.617 ମହାରାଷ୍ଟ୍ରରେ ପ୍ରଥମେ ଦେଖାଯାଇଥିଲା। ପରେ ମଧ୍ୟପ୍ରଦେଶ ସମେତ ଓଡିଶାରେ ମଧ୍ୟ ଏହି ଭାରିଆଣ୍ଟ ଦେଖିବାକୁ ମିଳିଥିଲା।

The post ତ୍ରିପୁରାରେ ୯୦ ଜଣ ଡେଲଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ appeared first on Odisha Reporter.



from Odisha Reporter https://ift.tt/3k4kTLi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages