ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ୍ ସୋମବାର ଦିନ ଗିରଫ କରିଛି। ଏକ ଅଶ୍ଲୀଳ ଫିଲ୍ମ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ମୁମ୍ବାଇ ପୁଲିସ୍ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଅଶ୍ଲୀଳ ଫିଲ୍ମ ତିଆରି କରିବା ଓ ସେଗୁଡ଼ିକୁ କିଛି ଆପ୍ରେ ଛଡ଼ାଯାଉଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ଆଉ ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ସେ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ତାଙ୍କ ବିରୋଧରେ କ୍ରାଇମ୍ ବ୍ରାଞ୍ଚ ହାତରେ ବହୁତ ପ୍ରମାଣ ରହିଛି।
ଏହି ମାମଲାରେ ତାଙ୍କର କୌଣସି ଭୂମିକା ନଥିବା କହି ରାଜ୍ କୁନ୍ଦ୍ରା ଅନ୍ତରୀଣ ଜାମିନ୍ ମଧ୍ୟ ଆବେଦନ କରିଥିଲେ ବୋଲି ଜଣାପଡ଼ିଛି।
୨୦୧୩ରେ କ୍ରିକେଟ୍ ବେଟିଂ ଓ ସ୍ପଟ୍ ଫିକ୍ସ ସ୍କାଣ୍ଡାଲ୍ରେ ଦିଲ୍ଲୀ ପୁଲିସ୍ ରାଜ୍ କୁନ୍ଦ୍ରାଙ୍କୁ ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟୀ ୨୦୦୯ରେ ରାଜ୍ କୁନ୍ଦ୍ରାଙ୍କୁ ବାହା ହୋଇଥିଲେ।
The post ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ appeared first on Odisha Reporter.
from Odisha Reporter https://ift.tt/36Kf5OT
No comments:
Post a Comment